ETV Bharat / sports

କୋହଲି ଜଣେ ଶ୍ରେଷ୍ଠ ଆମ୍ବାସଡର: ରବି ଶାସ୍ତ୍ରୀ

ଚଳିତ ଟି-ଟେଣ୍ଟିରେ ବିଶ୍ବକପରେ ଅନ୍ତିମ ଲିଗ ମ୍ୟାଚରେ ନାମ୍ବିଆକୁ ହରାଇ ବିଜୟ ସହିତ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିରାଟ କୋହଲିଙ୍କ ନେତୃତ୍ବକୁ ଭୁଲି ନଥିଲେ ଶାସ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Nov 9, 2021, 10:52 AM IST

କୋହଲି ଜଣେ ଶ୍ରେଷ୍ଠ ଆମ୍ବାସଡର
କୋହଲି ଜଣେ ଶ୍ରେଷ୍ଠ ଆମ୍ବାସଡର

ଦୁବାଇ: ଚଳିତ ଟି-ଟେଣ୍ଟିରେ ବିଶ୍ବକପରେ ଅନ୍ତିମ ଲିଗ ମ୍ୟାଚରେ ନାମ୍ବିଆକୁ ହରାଇ ବିଜୟ ସହିତ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ରେଡ ବଲ କ୍ରିକେଟରେ କୋହଲି ଜଣେ ଶ୍ରେଷ୍ଠ ଆମ୍ବାସଡର ବୋଲି କହିଛନ୍ତି ରବି ଶାସ୍ତ୍ରୀ ।

ଚଳିତ ଟି-ଟେଣ୍ଟିରେ ପୁରୁଷ ବିଶ୍ବକପରେ ନାମ୍ବିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ଏହା ସହିତ ୟୁଏଇରେ ଟିମର ଯାତ୍ରା ସମାପ୍ତ ହୋଇଛି । ଶେଷ ମ୍ୟାଚକୁ ନେଇ ୪ବର୍ଷ ହେବ କୋଚ ଦାୟିତ୍ବରେ ଥିବା ରବି ଶାସ୍ତ୍ରୀ ଟିମକୁ ପ୍ରଶଂସା କରିଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଭାରତ ପ୍ରଥମ ଏସୀୟ ଦଳ ଭାବରେ ଅଷ୍ଟ୍ରେଲିଆକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ହରାଇଥିଲା । ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିଲା । ଏହା ସହିତ ୨୦୧୯ରେ ଦିନିକିଆ ବିଶ୍ବକପରେ ସେମି ଫାଇନାଲରେ ଖେଳିଥିଲା ଟିମ । ବିରାଟ କୋହଲିଙ୍କ ନେତୃତ୍ବକୁ ଭୁଲି ନଥିଲେ ଶାସ୍ତ୍ରୀ । ଭାରତୀୟ ଦଳର କୋଚ ଭାବରେ ମୋ ଯାତ୍ରା ବେଶ ସୁନ୍ଦର ଓ ସଫଳ ରହିଥିଲା । କୋଚ ଦାୟିତ୍ବ ଗ୍ରହଣ କରିବା ସମୟରେ ମୋ ମନରେ ଗୋଟିଏ କଥା ଥିଲା ଟିମ ଇଣ୍ଡିଆକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବା ।

ଭାରତୀୟ କ୍ରିକେଟ ଇତିହାସରେ ଦଳ ସବୁଠି ଶ୍ରେଷ୍ଠ । ଏଣିକି ଭାରତ କେବଳ ଉନ୍ନତି ପଥରେ ଅଗ୍ରସର ହେବ । ଅଧିନାୟକ ଭାବେ ବିରାଟ କୋହଲି ପ୍ରଶଂସାର ହକଦାର । ଟେଷ୍ଟ କ୍ରିକେଟର ସେ ଜଣେ ଅନ୍ୟତମ ଆମ୍ବାସଡର । ଭାରତର ସଫଳତାରେ କୋହଲିଙ୍କ ଅବଦାନ ଅତୁଳନୀୟ । ବିରାଟ କୋହଲିଙ୍କ ନେତୃତ୍ବରେ ଦଳ ଅନେକ କିଛି କରିଛି । ଏହି ଖେଳ ପାଇଁ ସେ ଜଣେ ଶ୍ରେଷ୍ଠ ଆମ୍ବାସଡର ବୋଲି କହିଛନ୍ତି ଶାସ୍ତ୍ରୀ । ବିଶେଷ କରି ଆମେ ଯଦି ରେଡ ବଲ କ୍ରିକେଟ ଦେଖିବା ତାଙ୍କ ପ୍ରଦର୍ଶନ ବହୁତ ଭଲ । ଅନ୍ୟ ଖେଳାଳିଙ୍କୁ ତାଙ୍କଠାରୁ କିଛି ଅନୁସରଣ କରିବାକୁ ପଡିବ । ବିଜୟ ପାଇଁ କିଛି କରିବାକୁ ପ୍ରୟାସ କଲେ କିଛି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.