ETV Bharat / sports

T20 WC: ଆଫଗାନିସ୍ତାନକୁ ୫ ୱିକେଟରେ ହରାଇ ପାକିସ୍ତାନର ହ୍ୟାଟ୍ରିକ ବିଜୟ

author img

By

Published : Oct 30, 2021, 7:44 AM IST

Updated : Oct 30, 2021, 10:52 AM IST

ଆଫଗାନିସ୍ତାନକୁ ୫ ୱିକେଟରେ ପରାଜୟ କରି ହ୍ୟାଟ୍ରିକ ବିଜୟ ହାସଲ କଲା ପାକିସ୍ତାନ । ଅଧିକ ପଢନ୍ତୁ...

T20 world cup: ଆଫଗାନିସ୍ତାନକୁ ୫ଓ୍ବିକେଟରେ ହରାଇ ପାକିସ୍ତାନର ହ୍ୟାଟ୍ରିକ ବିଜୟ

ଦୁବାଇ: ଚଳିତ ICC ପୁରୁଷ ଟି-୨୦ ବିଶ୍ବକପ୍‌ ୨୦୨୧ରେ ପାକିସ୍ତାନର ହ୍ୟାଟ୍ରିକ ବିଜୟ । ଶୁକ୍ରବାର ସୁପର ୧୨ ଗ୍ରୁପ ‘ବି’ର ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାଜୟ କରି ଲଗାତାର ତୃତୀୟ ମ୍ୟାଚ ଖେଳି ବିଜୟୀ ହୋଇଛି ପାକିସ୍ତାନ । ଟସ୍ ଜିତି ପ୍ରଥମେ ଆଫଗାନିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେବାପରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲେ । ଫଳରେ ପାକିସ୍ତାନ ସାମ୍ନାରେ ୧୪୮ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଜବାବରେ ପାକିସ୍ତାନ ୧୪୮ ରନର ପିଛା କରି ୧୯ ଓଭରରେ ୫ ଓ୍ବିକେଟ ହରାଇ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜାମ ୫୧ ରନ କରିଥିବା ବେଳେ ସୋଏବ ମଲ୍ଲୀକ ୧୯, ଫାଖର ଜମାନ ୩୦, ଓ ଆସିଫ ଅଲ୍ଲୀ ୨୫ ରନ କରିଥିଲେ । ତେବେ ୧୯ ଓଭରରେ ଆସିଫଙ୍କ ଦମଦାର ୪ଟି ଛକା ବଳରେ ଦଳ ବିଜୟୀ ହୋଇଥିଲା । ଏହି ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ଆସିଫ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହା ପୂର୍ବରୁ ପାକିସ୍ତାର ଭାରତ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ୟୁଏଇରେ ପାକିସ୍ତାନର ଏହାର କ୍ରମାଗତ ୧୪ତମ ବିଜୟ ।

ସେପଟେ ଆଫଗାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳ ପରାଜିତ ହୋଇଛି । ଆଫଗାନିସ୍ତାନ ପକ୍ଷରୁ ଓପନର ହଜରତୁଲ୍ଲା ଜାଜାଇ ଖାତା ଖୋଲିପାରିନଥିଲେ । ଦଳ ପକ୍ଷରୁ ନାଜିବୁଲ୍ଲା ଜର୍ଡାନ ୨୨ ରନ କରିଥିବା ବେଳେ ମହମ୍ମଦ ନବି ଓ ଗୁଲବାଦିନ ଅପରାଜିତ ୩୫ ରନ୍‌ ଲେଖାଏଁ ସ୍କୋର କରିଥିଲେ । ଶେଷ ପର୍ଯ୍ୟନ୍ତ ଉଭୟ ଅପରାଜିତ ରହିବା ସହ ଟିମର ସ୍କୋର ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ନବି ୩୨ ବଲ୍‌ରୁ ୩୫ ଓ ଗୁଲବାଦିନ ୨୫ ବଲ୍‌ରୁ ଦ୍ରୁତ ୩୫ ରନ୍‌ର ଇଂନିସ ଖେଳିଥିଲେ ।

Last Updated : Oct 30, 2021, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.