ETV Bharat / sports

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ଭେଲୋସିଟିକୁ 127 ରନର ଟାର୍ଗେଟ ଦେଲା ସୁପରନୋଭା

author img

By

Published : Nov 4, 2020, 9:37 PM IST

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜରେ ଭେଲୋସିଟିକୁ 127 ରନର ବିଜୟ ଲକ୍ଷ୍ୟ ଦେଇଛି ସୁପରନୋଭା। ଟସ ଜିତି ପ୍ରଥମେ ସୁପରନୋଭାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭେଲୋସିଟି। ଅଧିକ ପଢ଼ନ୍ତୁ...

ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ଭେଲୋସିଟିକୁ 127 ରନର ଟାର୍ଗେଟ ଦେଲା ସୁପରନୋଭା
ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ: ଭେଲୋସିଟିକୁ 127 ରନର ଟାର୍ଗେଟ ଦେଲା ସୁପରନୋଭା

ଶାରଜାହାଁ: ଶାରଜାହାଁ କ୍ରିକେଟ ମୈଦାନରେ ଆରମ୍ଭ ହୋଇଛି ମହିଳା ଟି-ଟ୍ବେଣ୍ଟି ଚ୍ୟାଲେଞ୍ଜ 2020 । ପ୍ରଥମ ମ୍ୟାଚରେ ଭେଲୋସିଟିକୁ 127 ରନର ବିଜୟ ଲକ୍ଷ୍ୟ ଦେଇଛି ସୁପରନୋଭା। ଟସ ଜିତି ପ୍ରଥମେ ସୁପରନୋଭାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭେଲୋସିଟି। ତେବେ ଖେଳ ଆରମ୍ଭରୁ ସୁପରନୋଭା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମ୍ୟାଚରେ ଭେଲୋସିଟିର ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି ।

ସୁପରନୋଭା ପକ୍ଷରୁ ପ୍ରିୟା ପୁନିଆ ଓ ଏସି ଜୟଙ୍ଗାନି ଓପନିଂ ପାଇଂ ଓହ୍ଲାଇଥିଲେ । ତେବେ ପ୍ରିୟା ପୁନିଆ କେବଳ 11 ରନ କରି ଆଉଟ ହୋଇଯାଇଥିଲେ। ସେତେବେଳେକୁ ଦଳୀୟ ସ୍କୋର କେବଳ 30 ରନ ହୋଇଥିଲା। ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଜେମିମା ରୋଡ୍ରିଗ୍ସ ତେବେ ସେ ମଧ୍ୟ କେବଳ 7 ରନ କରି ଆଉଟ ହୋଇଯାଇଥିଲେ। ସୁପରନୋଭା ପକ୍ଷରୁ ଏସି ଜୟଙ୍ଗାନୀ ସର୍ବାଧିକ 44 ରନ କରିଥିଲେ। ତାଙ୍କ ପଛକୁ ଅଧିନାୟିକା ହରମନପ୍ରୀତ କୌର 31 ରନ କରିଥିଲେ। ଏହାପରେ ସିରିବର୍ଦ୍ଦନେ 18 ରନ କରି କିଛି ସମୟ ପଡ଼ିଆରେ ବିତାଇଥିଲେ ସୁଦ୍ଧା ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ କେବଳ 126 ରନ କରିପାରିଥିଲା ।

ସେପଟେ ମିତାଲି ରାଜଙ୍କ ଭେଲୋସିଟି ଦଳର ବୋଲର ଆଜି(ବୁଧବାର) ଭଲ ପ୍ରଦର୍ଶନ କରିଛନ୍ତି। ଏକତା ବିଷ୍ତ ଦଳ ପକ୍ଷରୁ ସର୍ବାଧିକ 3ଟି ୱିକେଟ ନେଇଛନ୍ତି। 4 ଓଭରରେ ସେ 22 ରନ ଖର୍ଚ୍ଚ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶିଖା ପାଣ୍ଡେ ଓ ଲିଘ କାସ୍ପରେକ 2 ଲେଖାଏଁ ୱକେଟ ନେଇଛନ୍ତି । ଏହାର ଭେଲୋସିଟି ଦଳ ଦମଦାର ଫିଲ୍ଡିଂ କରିଛି ।

ସୁପରନୋଭା ଦଳ:

ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ, ଚାମାରି ଅଟାପାଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ, ଶଶିକଳା ସିରିବର୍ଦ୍ଧନେ, ପୁନମ ଯାଦବ, ଶକିରା ସେଲମନ, ଅରୁନ୍ଧତୀ ରେଡ୍ଡୀ, ପୂଜା ଭସ୍ତ୍ରାକର, ଆୟୁଷୀ ସୋନୀ ଏବଂ ମୁସ୍କାନ ମଲିକ୍

ଭେଲୋସିଟି ଦଳ:

ମିତାଲି ରାଜ, ବେଦା କୃଷ୍ଣମୂର୍ତ୍ତି, ଶେଫାଳୀ ବର୍ମା, ସୁଷମା ବର୍ମା, ଏକତା ବିଷ୍ତ, ମାନସୀ ଯୋଶୀ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶନୀ, ମନାଲି ଦକ୍ଷିଣିନୀ, ଲିଘ କାସ୍ପରେକ, ଡାନିଏଲ ବଟ, ସୁନ ଲୁସ, ଜାହାଁଆରା ଆଲମ ଓ ଅନାଘା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.