ଶାରଜାହ: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS)କୁ ୬ ରନ୍ରେ ପରାସ୍ତ କରିଛି । ଶାରଜାହ: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ପଞ୍ଜାବ କିଙ୍ଗ୍ସ(PBKS)କୁ ୬ ରନ୍ରେ ପରାସ୍ତ କରିଛି । ଏହି ବିଜୟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିଛି ବିରାଟ କୋହଲିଙ୍କ ନେତୃତାଧୀନ RCB ।
ରବିବାର ଶାରଜାହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟମ ବିଜୟରୁ ୧୬ ପଏଣ୍ଟ ହାସଲ କରିଛି RCB । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ(CSK), ଦିଲ୍ଲୀ କ୍ୟାପିଟାଲ୍ସ(DC) ପରେ ତୃତୀୟ ଟିମ ଭାବେ ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଶେଷ ୪ଟି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।
-
Showing the true meaning of #ChallengerSpirit. 😎
— Royal Challengers Bangalore (@RCBTweets) October 3, 2021 " class="align-text-top noRightClick twitterSection" data="
Playoffs spot: Queued ✅
Drop a 🤩 if you’re excited to see the ‘Q’ beside #RCB on the points table! 👊🏻#PlayBold #WeAreChallengers #ನಮ್ಮRCB #IPL2021 #RCBvPBKS pic.twitter.com/hd0xlwnLhl
">Showing the true meaning of #ChallengerSpirit. 😎
— Royal Challengers Bangalore (@RCBTweets) October 3, 2021
Playoffs spot: Queued ✅
Drop a 🤩 if you’re excited to see the ‘Q’ beside #RCB on the points table! 👊🏻#PlayBold #WeAreChallengers #ನಮ್ಮRCB #IPL2021 #RCBvPBKS pic.twitter.com/hd0xlwnLhlShowing the true meaning of #ChallengerSpirit. 😎
— Royal Challengers Bangalore (@RCBTweets) October 3, 2021
Playoffs spot: Queued ✅
Drop a 🤩 if you’re excited to see the ‘Q’ beside #RCB on the points table! 👊🏻#PlayBold #WeAreChallengers #ನಮ್ಮRCB #IPL2021 #RCBvPBKS pic.twitter.com/hd0xlwnLhl
ଗ୍ଳେନ ମାକ୍ସୱେଲଙ୍କ ବିସ୍ଫୋରକ ୩୩ ବଲ୍ରୁ ୫୭ ରନ୍ର ଇଂନିସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୧୬୪ ରନ୍ ସଂଗ୍ରହ କରିଥିଲା । ମାକ୍ସୱେଲଙ୍କ ବ୍ୟତୀତ ଦେବଦତ୍ତ ପାଦିକ୍କଲ ମଧ୍ୟ RCB ପାଇଁ ୪୦ ରନ୍ର ଗୁରୁତ୍ବପୂର୍ଣ୍ଣ ଇଂନିସ ଖେଳିଥିଲେ ।
ଜବାବରେ ପଞ୍ଜାବ କିଙ୍ଗ୍ସର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଆଗ୍ରୱାଲ ଭଲ ଆରମ୍ଭ କରିଥିଲେ । ଉଭୟ ଓପନିଂ ଯୋଡିରେ ୯୧ ରନ୍ର ଭାଗିଦାରୀ କରିଥିଲେ । ଏକସମୟରେ ପଞ୍ଜାବର ସହଜ ବିଜୟ ଅନୁମାନ କରଯାଉଥିଲା । ମାତ୍ର ଶାହାବାଜ ଅହମ୍ମଦ ମ୍ୟାଚ୍ର ଦ୍ବାଦଶ ଓଭରରେ ରାହୁଲଙ୍କୁ ଆଉଟ୍ କରି RCBକୁ ବହୁ ପ୍ରତିକ୍ଷୀତ ସଫଳତା ଦେଇଥିଲେ ।
ଏହାପରେ ୟୁଜଭେନ୍ଦ୍ର ଚହଲ ମୟଙ୍କ ଅଗ୍ରୱାଲଙ୍କ ସମେତ ୩ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରି RCBକୁ ମ୍ୟାଚ୍କୁ ଫେରାଇଥିଲେ । ପରେ ପଞ୍ଜାବ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ।
ଶେଷରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୮ ରନ୍ ସଂଗ୍ରହ କରିପାରିଥିଲା ଓ ବିଜୟ ଠାରୁ ୬ ରନ୍ ଦୂରରେ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ