ETV Bharat / sports

IPL 2021: ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଧମାକାଦାର ବିଜୟ

author img

By

Published : Oct 5, 2021, 10:51 PM IST

Updated : Oct 6, 2021, 6:08 AM IST

ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ହରାଇଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇନ୍ସ । ଅଧିକ ପଢନ୍ତୁ...

IPL 2021: Mumbai Indians won by 8 wkts against rajasthan royals
IPL 2021: ରାଜସ୍ଥାନ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ଧମାକାଦାର ବିଜୟ

ଶାରଜାହ: ଆଇପିଏଲର ୫୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଧମାକାଦାର ବିଜୟ । ରାଜସ୍ଥାନକୁ ୮ ୱିକେଟରେ ହରାଇ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ । ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ୮.୨ ଓଭରରେ ହାସଲ କରିନେଇଛି ମୁମ୍ବାଇ । ଓପନର ଇଶାନ କିଶନ ବିସ୍ଫୋରକ ଅର୍ଦ୍ଧଶତକ ଓ କ୍ୟାପେଟନ ରୋହିତ ଶର୍ମା ୨୨ ରନ୍‌ର ବିଜୟ ଖେଳିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପେଟନ ରୋହିତ ଶର୍ମା ପ୍ରଥମେ ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଏହାପରେ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ନାଥନ କୁଲଟର-ନାଇଲ ମାରତ୍ମକ ବୋଲିଂ ସହ ୪ ଓଭରରେ ୧୪ ରନ୍‌ ବ୍ୟୟରେ ୪ଟି ୱିକେଟ ହାସଲ କରିଥିଲେ । ଜେମ୍ସ ନିଶାମ ମଧ୍ୟ ଶାଣିତ ବୋଲିଂ ସହ ୪ ଓଭରରେ

୧୨ ରନ୍‌ ବ୍ୟୟରେ ୩ଟି ଶିକାର କରିଥିଲେ । ଷ୍ଟାର ବୋଲର ବୁମରାହ ୪ ଓଭରରେ ୧୪ ରନ୍‌ ବ୍ୟୟରେ ୨ଟି ୱିକେଟ ହାତଇଥିଲେ । ଫଳରେ ୯ ୱିକେଟ ହରାଇ ରାଜସ୍ଥାନ ମାତ୍ର ୯୦ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଇଭିନ ଲିୱିସ ସର୍ବାଧିକ ୨୪ ଓ ଡେଭିଡ ମିଲର ୧୫ ରନ୍‌ କରିଥିଲେ ।

ଏହାପରେ ୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ପ୍ରଥମ ବଲ୍‌ରୁ ଆକ୍ରମଣ କରିଥିଲା । ରୋହିତ ଶର୍ମା ୧୩ ବଲ୍‌ରୁ ୨୨ ଓ ଇଶାନ କିଶନ ୨୫ ବଲ୍‌ରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୫୦ ରନ୍‌ର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ।

ଏହି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି ମୁମ୍ବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 6, 2021, 6:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.