ETV Bharat / sports

IPL2021: ଋତୁରାଜଙ୍କ ଦମଦାର ଶତକ, CSK ୧୮୯/୪ - ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ଲାଇଭ ସ୍କୋର

ପ୍ରଥମ ବ୍ୟାଟିଂ କରି ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

IPL 2021: Gaikwad gets century on final ball as Chennai finish at 189/4
IPL 2021: ଋୁତୁରାଜଙ୍କ ଦମଦାର ଶତକ, ସୁପରକିଙ୍ଗ୍ସ ୧୮୯/୪
author img

By

Published : Oct 2, 2021, 9:55 PM IST

Updated : Oct 2, 2021, 10:42 PM IST

ଆବୁଧାବି: ଆଇପିଏଲ ୨୦୨୧ର ୪୭ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରି ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଯୁବ ଓନପର ଋତୁରାଜ ଗାଏକ୍ବାଡ ଇଂନିସର ଶେଷ ବଲ୍‌ରେ ଛକା ମାରି ଦମଦାର ଶତକ ହାସଲ କରିଛନ୍ତି ।ଋତୁରାଜ ୬୦ ବଲ୍‌ରୁ ୧୦୧ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ୧୫ ବଲ୍‌ରୁ ବିସ୍ଫୋରକ ୩୨ ରନ୍‌ର ଇଂନିସ ଖେଳିଛନ୍ତି । ପ୍ରଥମ ୫ ଓଭରରେ CSK 73 ରନ୍ ସଂଗ୍ରହ କରିବା ପରେ ବଡ ସ୍କୋର ପାଇଁ ମୂଳଦୂଆ ପଡିଥିଲା ।

ଋତୁରାଜ ୯୫ ରନ୍‌ରେ ଅପରାଜିତ ଥିବାବେଳେ ଇଂନିସର ଶେଷ ବଲ୍‌ରେ ଛକା ମାରି ଶତକ ପୂରଣ କରିଥିଲେ । ଡୁପ୍ଲେସିସ୍‌ ୨୫ ଓ ମୋଇଲ ଅଲୀ ୨୧ ରନ୍‌ର ଇଂନିସ ଖେଳିଥିଲେ ।

ରାଜସ୍ଥାନ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଚେତନ ସକାରିୟାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2021, 10:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.