ETV Bharat / sports

IPL 2021: ଡୁପ୍ଲେସିସ୍‌ଙ୍କ ଲଢୁଆ ଅର୍ଦ୍ଧଶତକ, CSK ୧୩୪/୬

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

author img

By

Published : Oct 7, 2021, 5:34 PM IST

IPL 2021: du Plessis shines as punjab restrict CSK at 134/6
ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗ୍ସ

ଦୁବାଇ: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଫଳରେ ପଞ୍ଜାବ ସାମ୍ନାରେ ୧୩୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

IPL 2021: du Plessis shines as punjab restrict CSK at 134/6
ଫାଫ୍‌ ଡୁପ୍ଲେସିସ୍‌

ପଞ୍ଜାବ ବୋଲରଙ୍କ କଞ୍ଜୁସି ବୋଲିଂ ଯୋଗୁଁ CSK ବ୍ୟାଟ୍ସମ୍ୟାନ ଆରମ୍ଭରୁ ବଡ ସଟ୍‌ ଖେଳିପାରିନଥିଲଏ । ଏଥିସହ ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ସୁପରକିଙ୍ଗ୍ସ ପାଇଁ ସଙ୍କଟ ମୋଟ ସାଜିଥିଲେ ଓପନର ଫାଫ ଡୁପ୍ଲେସିସ୍‌ । ୧୨ ଓଭର ଶେଷ ସୁଦ୍ଧା ମାତ୍ର ୬୧ ରନ୍‌ରେ CSKର ଅଧା ଖେଳାଳି ପ୍ୟାଭିଲିୟନ ଫେରିଯାଇଥିଲେ ।

ଋତୁରାଜ ଗାଏକ୍ବାଡ ୧୨, ମୋଇନ ଅଲୀ ୦, ରବିନ ଉଥାପ୍ପା ୨, ଅମ୍ବାତି ରାୟୁଡୁ ୪ ଓ ମହେନ୍ଦ୍ର ସିଂହ ଧୋନି ୧୨ ରନ୍‌ କରି ଆଉଟ ହୋଇଥିଲେ । ତେବେ ଜାଡେଜାଙ୍କ ସହ ମିଶି ଡୁପ୍ଲେସିସ୍‌ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଦଳୀୟ ସ୍କୋର ୧୨୮ ଥିବାବେଳେ ଇଂନିସର ଶେଷ ଓଭରରେ ଆଉଟ୍‌ ହୋଇଥିଲେ ଡୁପ୍ଲେସିସ୍‌ । ମାତ୍ର ୫୫ ବଲ୍‌ରୁ ୮ଟି ଚୌକା ଓ ୨ଟି ଛକା ସହାୟତାର ୭୬ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ ।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ଓ କ୍ରିସ୍‌ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ ହାତେଇଥିଲେ । ସେହିପରି ରବି ବିଷ୍ଣୋଇ ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.