ETV Bharat / sports

ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ବାଦ ପଡିଲେ SKY - ଭାରତ ଆଫଗାନିସ୍ତାନ ଟି20 ସିରିଜ

Surya out of Afghanistan series: ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ଖେଳିବେ ନାହିଁ ସୂର୍ଯ୍ୟକୁମାର । ଆହତ ଜନିତ ସମସ୍ୟା ଯୋଗୁଁ ପଡିଲେ ବାଦ । ଅଧିକ ପଢନ୍ତୁ

Suryakumar Yadav
ସୂର୍ଯ୍ୟକୁମାର ଯାଦବ
author img

By ETV Bharat Odisha Team

Published : Dec 23, 2023, 11:49 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ସିରିଜରୁ ବାଦ ପଡିଲେ ଦଳର ନେତୃତ୍ବ ନେଇଥିବା ସୂର୍ଯ୍ୟକୁମାର ଯାଦବ । ଆହତ ଜନିତ ସମସ୍ୟା ଯୋଗୁଁ ସେ ଏହି ସିରିଜରୁ ବାଦ ପଡିଛନ୍ତି । ତାଙ୍କର ଗୋଇଠିରେ ଆଘାତ ଲାଗିଛି । ସାଉଥ ଆଫ୍ରିକା ବିପକ୍ଷ ଟି 20 ସିରିଜ ଖେଳିବା ବେଳେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ସୂର୍ଯ୍ୟକୁମାର । ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି 6 ସପ୍ତାହ ଲାଗିବ । ତେଣୁ ସେ ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ଖେଳିବେ ନାହିଁ ବୋଲି କୁହାଯାଉଛି । ଏନେଇ ବିସିସିଆଇ ସୁତ୍ରରୁ ଜଣାପଡିଛି । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଦଳରେ କାହାକୁ ସ୍ଥାନ ମିଳିବ ସେନେଇ ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ସୁସ୍ଥ ହୋଇ ନଥିବା ବେଳେ ଏବେ ସୂର୍ଯ୍ୟକୁମାର ଆହତ ହେବା ଭାରତୀୟ ଦଳ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: 406ରେ ଅଲ ଆଉଟ ଟିମ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି ଟ୍ବେଣ୍ଟି ମ୍ୟାଚ ପରେ ସ୍ବଦେଶ ଫେରିଥିଲେ ସୂର୍ଯ୍ୟକୁମାର । ଏହାପରେ ଏନଏସିରେ ଯୋଗ ଦେଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ତିନି ସପ୍ତାହ ବାକି ଥିବା ବେଳେ ସେ ସୁସ୍ଥ ହୋଇନଥିବେ । ତେଣୁ ସେ ଏହି ସିରିଜରୁ ବାଦ ପଡିଛନ୍ତି । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ସେ ଫିଟ ନେସ ପରୀକ୍ଷା ଦେବେ । ରଣଜୀ ଟ୍ରଫି ମ୍ୟାଚ ଖେଳିବା ପରେ ସେ ଆଇପିଏଲ ଖେଳିବାକୁ ସକ୍ଷମ ନା ନାହିଁ ତାହା ଜଣାପଡିବ । ତେବେ ଆଫଗାନିସ୍ତାନ ଟି ଟ୍ବେଣ୍ଟି ସିରିଜରେ ସୂର୍ଯ୍ୟକୁମାରଙ୍କ ବଦଳରେ ଓ୍ବିକେଟ କିପର ଜିତେଶ ଶର୍ମାଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କେଶବ ମହାରାଜଙ୍କ ପାଇଁ ବାଜିଲା 'ରାମ ସିୟା ରାମ' ଗୀତ, ମଜାଳିଆ ପ୍ରତିକ୍ରିୟା ଦେଲେ ରାହୁଲ

ସୂର୍ଯ୍ୟ କୁମାର ଓ ହାର୍ଦ୍ଦିକ ଆହତ ହୋଇଥିବାରୁ ଏହି ସିରିଜରେ ଭାରତୀୟ ଦଳ କିଏ ନେତୃତ୍ବ ନେବ ତାହା ପର ମୁହୁର୍ତ୍ତରେ ଜଣାପଡିବ । ଚୟନକର୍ତ୍ତା ଟିମ ରୋହିତ ଶର୍ମାକୁ ଅଧିନାୟକ ଭାବେ ଦାୟିତ୍ବ ଦେଇପାରିନ୍ତି ବୋଲି ଅନୁମାନ କରାଯାଉଛି । ଆସନ୍ତା ଜାନୁଆରୀ 11ତାରିଖରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.