ETV Bharat / sports

Watch: କେମିତି ଖେଳୁଛି ଟିମ୍ ଇଣ୍ଡିଆ ? SKY ବନିଲେ ରିପୋର୍ଟର, କ୍ରିକେଟ ଫ୍ୟାନ୍ସଙ୍କ ନେଲେ ଇଣ୍ଟରଭିୟୁ - ବିସିସିଆଇ ସୁର୍ଯ୍ୟ କୁମାର ଯାଦବ ଭିଡିଓ

ଚର୍ଚ୍ଚାରେ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ସୁର୍ଯ୍ୟ କୁମାର ଯାଦବ । ଆକ୍ଟିଂ ପାଇଁ ସାଉଣ୍ଟିଲେ ପ୍ରଶଂସା । ରିପୋର୍ଟର ସାଜି ଚାରିଆଡେ ବୁଲି ବୁଲି ଲୋକଙ୍କୁ କଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ

Surya Kumar Yadav
Surya Kumar Yadav
author img

By ETV Bharat Odisha Team

Published : Nov 1, 2023, 5:19 PM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର 360 ଡିଗ୍ରୀ ଖେଳାଳି ତଥା ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ସୁର୍ଯ୍ୟ କୁମାର ଯାଦବ ଚର୍ଚ୍ଚାରେ । ଏଥର ପଡିଆରେ ଛକା - ଚୌକା ବର୍ଷା ପାଇଁ ନୁହେଁ ବରଂ ଆକ୍ଟିଂ ପାଇଁ ସାଉଣ୍ଟିଲେ ପ୍ରଶଂସା । କେମିତି ବିଶ୍ବକପରେ ଖେଳୁଛି ଟିମ୍ ଇଣ୍ଡିଆ ? ରିପୋର୍ଟର ସାଜି ଚାରିଆଡେ ବୁଲି ବୁଲି ଲୋକଙ୍କୁ ଏହି ପ୍ରଶ୍ନ ପଚାର ତାର ଉତ୍ତର ସଂଗ୍ରହ କରିଛନ୍ତି SKY ।

  • Presenting Suryakumar Yadav in a never seen before avatar 😲🤯

    What's our Mr. 360 doing on the streets of Marine Drive 🌊

    Shoutout 👋🏻 if you were on SURYA CAM last evening 🤭#TeamIndia | #CWC23 | #MenInBlue | #INDvSL

    WATCH 🎥🔽 - By @28anand

    — BCCI (@BCCI) November 1, 2023 " class="align-text-top noRightClick twitterSection" data=" ">
ବିସିସିଆଇ ସେୟାର କରିଥିବା ଭିଡିଓରେ SKY ମୁମ୍ବାଇର ମେରିନ ଡ୍ରାଇଭ ବିଚରେ ଲୋକଙ୍କ କ୍ରିକେଟ ଜ୍ଞାନ ପରୀକ୍ଷା କରିଛନ୍ତି ସୂର୍ଯ୍ୟ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି କେହି ବି ଜଣେ ତାଙ୍କୁ ଚିହ୍ନି ପାରିନଥିଲେ ।

ମୁହଁରେ ମାସ୍କ ପିନ୍ଧି ରିପୋର୍ଟଂ କରୁଥିଲେ ସୂର୍ଯ୍ୟ । ଏପରିକି ତାଙ୍କୁ ମଧ୍ୟ ଟିମ୍ ମେଟ ଜାଡେଜା ଜାଣିପାରି ନଥିଲେ । ଜାଡେଜା ଏପରି ଇଣ୍ଟରଭ୍ୟୁ ଦେଇଥିଲେ ଯେପରରି SKY ଜଣେ ପ୍ରକୃତ ରିପୋର୍ଟର । ଟିମ ଇଣ୍ଡିଆର ପ୍ରଦର୍ଶନ, ଖେଳାଳିଙ୍କୁ ପ୍ରଦର୍ଶନ ସହିତ ସୂର୍ଯ୍ୟ ମଧ୍ୟ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ କରିଥିଲେ । ତେବେ ଇଣ୍ଟରଭ୍ୟୁ ପରେ ସୂର୍ଯ୍ୟ କହିଥିଲେ, "ମୁଁ ଜଣେ ଖରାପ ଅଭିନେତା ନୁହେଁ ।"

ଏହା ମଧ୍ୟ ପଢ଼ନ୍ତୁ.....Cricket World Cup 2023: ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ନିମନ୍ତ୍ରଣ ଦେଲେ ଲାଥମ, ଡିକକଙ୍କ୍ ବ୍ୟାଟରୁ ପୁଣି ଛକା ଚୌକା

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା କି, ଏତେ ବଡ ବିଚରେ ଜଣେ କେହି ମଧ୍ୟ ତାଙ୍କୁ ଚିହ୍ନି ପାରିନଥିଲେ । ପରେ ଜଣେ ଫ୍ୟାନଙ୍କୁ ଅଣ୍ଡରକଭର ରୋଲ ବିଷୟରେ କହିବା ସହିତ ସେଲଫି ନେଇଥିଲେ । ତେବେ ବର୍ତ୍ତମାନ ଆୟୋଜକ ଦଳ ନିଜର 7ମ ମ୍ୟାଚ ମୁମ୍ବାଇରେ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବ ଏହି ମ୍ୟାଚ ।

ତେବେ ଇଣ୍ଟରଭ୍ୟୁ ଶେଷରେ ସୂର୍ଯ୍ୟ କୁମାର ଯାଦବ ନିଜର ପରିଚୟ ଦେବା ସହିତ ଫ୍ୟାନ୍ସ ସହିତ ସେଲଫି ନେଇଥିଲେ । ଏହି ଭିଡିଓକୁ ବିସିସିଆର ତାର ଅଫିସିଆଲ ଏକ୍ସ ପେଜରେ ସେୟାର କରିଛଇ । ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପରେ 6ଟି ମ୍ୟାଚ ଖେଳି 6ରେ ବିଜୟୀ ହେବା ସହିତ 12 ପଏଣ୍ଟ ସହିତ ଟେବୁଲ ଟପରେ ଅଛି । ପଛକୁ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.