ETV Bharat / sports

74 ବର୍ଷରେ ପାଦ ଥାପିଲେ ସୁନୀଲ ଗାଭାସ୍କର, ଦିନେ ଇଣ୍ଡିଜ୍‌ ବୋଲରଙ୍କ ବିଗାଡ଼ିଥିଲେ ଲାଇନ ଲେନ୍ଥ୍‌

74ତମ ଜନ୍ମ ଦିନ ପାଳୁଛନ୍ତି କ୍ରିକେଟ କମ୍ବଦନ୍ତୀ ସୁନୀଲ ଗାଭାସ୍କର । ବିସିସିଆଇ ସହ କ୍ରିକେଟ ଜଗତର ଅନେକ ଖେଳାଳି ତଥା ପୂର୍ବତନ ଖେଳାଳି ଗାଭାସ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢ଼ନ୍ତୁ

author img

By

Published : Jul 10, 2023, 11:15 AM IST

74 ବର୍ଷରେ ପାଦ ଥାପିଲେ ସୁନୀଲ ଗାଭାସ୍କର
74 ବର୍ଷରେ ପାଦ ଥାପିଲେ ସୁନୀଲ ଗାଭାସ୍କର

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ରିକେଟ କମ୍ବଦନ୍ତୀ ସୁନୀଲ ଗାଭାସ୍କର ଆଜି 74 ବର୍ଷରେ ପାଦ ଥାପିଛନ୍ତି । କ୍ରିକେଟ ଦୁନିଆରେ ଏହି କମ୍ବଦନ୍ତୀ ସନୀ ବା ଲିଟଲ ମାଷ୍ଟର ନାମରେ ଜଣାଶୁଣା । ଗାଭାସ୍କରଙ୍କ ନାମରେ ଅନେକ ବ୍ୟାଟିଂ ରେକର୍ଡ ରହିଛି। ଯେଉଁ ସମୟରେ ୱେଷ୍ଟ ଇଣ୍ଡିଜ୍‌ ବୋଲରଙ୍କ ସାମ୍ନାରେ ଛିଡ଼ା ହେବାକୁ ବ୍ୟାଟରଙ୍କ ମଧ୍ୟରେ ଭୟ ରହୁଥିଲା ସେହି ସମୟରେ ବୋଲରଙ୍କ ଅକଲ ଗୁଡ଼ୁମ କରୁଥିଲେ ଗାଭାସ୍କର। ସେହି ସମୟରେ ୱେଷ୍ଟଇଣ୍ଡିଜ୍‌ ବୋଲିଂ ଆଟାକରକ ଦବ୍‌ଦବା ରହିଥିଲା।

  • 1️⃣9️⃣8️⃣3️⃣ World Cup-winner 🏆
    233 intl. games
    13,214 intl. runs 👌🏻
    First batter to score 1️⃣0️⃣,0️⃣0️⃣0️⃣ runs in Tests 👏🏻👏🏻

    Here's wishing Sunil Gavaskar - former #TeamIndia Captain & batting great - a very Happy Birthday. 👏🏻🎂 pic.twitter.com/WmZSyuu0Lj

    — BCCI (@BCCI) July 10, 2023 " class="align-text-top noRightClick twitterSection" data=" ">

1971 ମସିହାରୁ 1987 ମସିହା ମଧ୍ୟରେ ଗାଭାସ୍କର କ୍ରିକେଟର ଲମ୍ବା ତଥା କଷ୍ଟକର ଫର୍ମାଟରେ ଅନେକ ଐତିହାସିକ ଇନିଂସ ଖେଳିଛନ୍ତି। ଏଭଳି ଇନିଂସ ହିଁ ତାଙ୍କୁ ଆଜି କ୍ରିକେଟ ଜଗତରେ କିମ୍ବଦନ୍ତୀର ଆକ୍ଷା ଦେଇଛି। ଆଜି ଏହି କିମ୍ବଦନ୍ତୀ 74ତମ ଜନ୍ମ ଦିନ ପାଳୁଛନ୍ତି।

  • Happy Birthday "Little Master" Sir #SunilGavaskar Ji. I wish you all success and may you continue to guide the youngsters with your expertise and experience🙏 pic.twitter.com/dcuqULllFp

    — Harbhajan Turbanator (@harbhajan_singh) July 10, 2023 " class="align-text-top noRightClick twitterSection" data=" ">

କାରିବିଆନ ବାଉଁସିଂ ପିଚ୍‌ ହେଉ କି ଭାରତର ଟର୍ଣ୍ଣିଂ ପିଚ୍‌, କେବଳ ଏକ ସ୍କୁଲ୍‌ କ୍ୟାପ୍‌ ପିନ୍ଧି ସେ ବୋଲରଙ୍କ ଲାଇନ୍‌ ଲେନ୍ଥ୍‌ ବିଗାଡ଼ି ଦେଉଥିଲେ । 1983 ମସିହା ବିଶ୍ବ କପ ବିଜୟୀ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଥିଲେ ଗାଭାସ୍କର। ଅନ୍ତର୍ଜାତୀୟ କ୍ରିକେଟରେ 10 ହଜାର ରନ୍‌ ପୂରଣ କରିବାରେ ସେ ଥିଲେ ପ୍ରଥମ କ୍ରିକେଟର। ସେହି ସମୟରେ ଏହା କଳ୍ପନା କରିବା ଅସମ୍ଭବ ମନେ ହେଉଥିଲା।

କ୍ୟାରିଅରରେ ମୋଟ 10 ହଜାର 122 ରନ୍‌ କରିଛନ୍ତି ସୁନୀଲ ଗାଭାସ୍କର। ଚ୍ୟାଲେଞ୍ଜିଂ ପିଚ୍‌ରେ ବି ସେ ତାଙ୍କ ବ୍ୟାଟିଂ କୌଶଳ ଦେଖାଇ ଆଚମ୍ବିତ କରାଉଥିଲେ। 2005 ପର୍ଯ୍ୟନ୍ତ ଗାଭାସ୍କରଙ୍କ ନାମରେ ସର୍ବାଧିକ ଟେଷ୍ଟ ଶତକ ରହିଥିଲା। ଏହାପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ରେକର୍ଡ ଭାଙ୍ଗିଥିଲେ। ବିଶେଷ କରି ଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ 13 ଶତକ ହାସଲ କରିଛନ୍ତି ସୁନୀଲ ଗାଭାସ୍କର। 1971 ମସିହାରେ ସେ ଇଣ୍ଡିଜ୍‌ ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ। ପ୍ରଥମ ସିରିଜ୍‌ରେ ଡବଲ ସେଞ୍ଚୁରୀ ହାସଲ କରିଥିଲେ ଲିଟିଲ ମାଷ୍ଟର। ଏହି ସିରିଜ୍‌ରେ ସେ 774 ରନ୍‌ କରିଥିଲେ।

କ୍ୟାରିଅରରେ ମୋଟ 125ଟି ଟେଷ୍ଟ ମ୍ୟାଚ୍‌ ଖେଳି 10122 ରନ୍‌ କରିଛନ୍ତି ଗାଭାସ୍କର। ଯେଉଁଥିରେ 45ଟି ଅର୍ଦ୍ଧ ଶତକ ସାମିଲ ଥିବା ବେଳେ 34ଟି ଶତକ ସାମିଲ ରହିଛି। 51.12 ହାରରେ ସେ ରନ୍‌ ହାସଲ କରିଛନ୍ତି। ଆଜି ଦିନରେ ବିସିସିଆଇ ସହ କ୍ରିକେଟ ଜଗତର ଅନେକ ଖେଳାଳି ତଥା ପୂର୍ବତନ ଖେଳାଳି ଗାଭାସ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.