ETV Bharat / sports

T 20 WORLD CUP: ବାଂଲାଦେଶକୁ 5 ୱିକେଟରେ ହରାଇଲା ଶ୍ରୀଲଙ୍କା

author img

By

Published : Oct 24, 2021, 7:36 PM IST

Updated : Oct 24, 2021, 8:02 PM IST

ଟି-୨୦ ବିଶ୍ବକପ ୨୦୨୧ର ସୁପର ୧୨ ମ୍ୟାଚ୍‌ରେ ବାଂଲାଦେଶକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା । ଅଧିକ ପଢନ୍ତୁ...

T 20 WORLD CUP : Sri Lanka won by 5 wkts vs bangladesh
T 20 WORLD CUP: ବାଂଲାଦେଶକୁ 5 ୱିକେଟରେ ହରାଇଲା ଶ୍ରୀଲଙ୍କା

ଶାରଜାହ: ଏଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨୦୨୧ର ସୁପର ୧୨ ମ୍ୟାଚ୍‌ରେ ବାଂଲାଦେଶକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା । ପରେ ଆବଶ୍ୟକୀୟ ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଛି ଶ୍ରୀଲଙ୍କା ।

୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କା ଟିମ ପକ୍ଷରୁ ଚାରିଥ ଆସଲଙ୍କା ମାରାଥନ ମ୍ୟାଚ୍‌ ବିଜୟୀ ୮୦ ରନ୍‌ର ଇଂନିସ ଖେଳିଥିଲେ । ବିସ୍ଫୋରକ ବ୍ୟାଟିଂ ସହ ୪୯ ବଲ୍‌ରୁ ୫ଚୌକା ଓ ୫ ଛକା ସହାୟତାରେ ୮୦ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ଭାନୁକା ରଜପକସା ମଧ୍ୟ ୩୧ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୫୩ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଫଳରେ ୧୮.୫ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ଶ୍ରୀଲଙ୍କା । ବାଂଲାଦେଶ ପକ୍ଷରୁ ନାସୁମ ଅହମ୍ମଦ ଓ ସାକିବ ଅଲ ହସନ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ମହମ୍ମଦ ସାଇଫୁଦ୍ଦିନଙ୍କୁ ଗୋଟିଏ ୱିକେଟ ମିଳିଥିଲା ।

ପୂର୍ବରୁ ମହମ୍ମଦ ନେଇମଙ୍କ ୬୨ ଓ ମୁସଫିକର ରହିମଙ୍କ ୫୭ ରନ୍‌ ବଳରେ ୪ ୱିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.