ETV Bharat / sports

3rd Day Stumps: ଏଲଗାରଙ୍କ ଲଢୁଆ ଇନିଂସ, ବିଜୟଠୁ ୧୨୨ ରନ୍‌ ପଛରେ ଦକ୍ଷିଣ ଆଫ୍ରିକା - ଦ୍ବିତୀୟ ଟେଷ୍ଟ ମ୍ୟାଚରେ ମଜଭୁତ ସ୍ଥିତିରେ ରହିଛି ଦକ୍ଷିଣ ଆଫ୍ରିକା

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଇନିଂସରେ ଭାରତ ୨୬୬ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

3rd day stumps : ଏଲଗାରଙ୍କ ଲଢ଼ୁଆ ଇନିଂସ,  ବିଜୟଠୁ ୧୨୨ ରନ୍‌ ପଛରେ ପ୍ରୋଟିଆସ୍‌

author img

By

Published : Jan 5, 2022, 10:14 PM IST

ଜୋହାନ୍ସବର୍ଗ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଇନିଂସରେ ଭାରତ ୨୬୬ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ଦମଦାର ପ୍ରଦର୍ଶନ କରିଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଛି ।

  • An engrossing day of play in Johannesburg!

    Dean Elgar leads from the front with a gritty 46*, taking South Africa to stumps with just two wickets down.

    A scintillating fourth day awaits 🤩#WTC23 | #SAvIND pic.twitter.com/hyzyimZzNr

    — ICC (@ICC) January 5, 2022 " class="align-text-top noRightClick twitterSection" data=" ">

୨୪୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାଙ୍କ ବୋଲରଙ୍କ ଘାତକ ବୋଲିଂ ପରେ ବ୍ୟାଟରଙ୍କ ପାଳି ପଡ଼ିଥିଲା । ଓପନର ଆକ୍ରାମକ ଇନିଂସ ଖେଳିଥିଲେ । ତେବେ ଦଳୀୟ ସ୍କୋର୍‌ ୪୭ ବେଳେ ମକ୍ରମ ୩୧ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ପିଟରସନ ଓ ଅଧିନାୟକ ଏଲଗାରଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ୪୬ ରନ୍‌ ଭାଗିଦାରୀ ହୋଇଥିଲା । ଫଳରେ ଏବେ ମ୍ୟାଚ୍‌ରେ ମଜଭୁତ ସ୍ଥିତିରେ ରହିଛି ଦକ୍ଷିଣ ଆଫ୍ରିକା ।

ବୁମରାଙ୍କ ବାଉନସର ସାମ୍ନା କରି ଲଢ଼ୁଆ ପ୍ରଦର୍ଶନ କରିଛନ୍ତି ଏଲଗାର । ବର୍ତ୍ତମାନ ମ୍ୟାଚରେ ବିଜୟ ହାସଲ କରିବାକୁ ହେଲେ ଯଥାଶୀଘ୍ର ଭାରତକୁ ୱିକେଟ ନେବାକୁ ହେବ । ଏବେକାର ସ୍ଥିତିରେ ମ୍ୟାଚ ଦକ୍ଷିଣ ଆଫ୍ରିକା ବିଜୟ ହେବା ନେଇ ଆକଳନ କରାଯାଉଛି । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଓ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.