ETV Bharat / sports

ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ

author img

By

Published : Jan 6, 2022, 9:30 PM IST

Updated : Jan 6, 2022, 9:56 PM IST

କ୍ୟାପଟେନ ଡିନ ଏଲଗାରଙ୍କ ଲଢୁଆ ଇଂନିସ ବଳରେ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର । ଅଧିକ ପଢନ୍ତୁ

South Africa  beat India by 7 wickets in Johannesburg to level three-match series 1-1
ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ତୁଟିଲା ଭାରତର ଅପରାଜେୟ ରେକର୍ଡ

ଜୋହାନ୍ସବର୍ଗ: କ୍ୟାପଟେନ ଡିନ ଏଲଗାରଙ୍କ ଲଢୁଆ ଇଂନିସ ବଳରେ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା । ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ୨୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ୩ ୱିକେଟ ହରାଇ ହାସଲ କରିନେଇଛି ଘରୋଇ ଟିମ । ଏଥିସହିତ ଜୋହାନ୍ସବର୍ଗରେ ଭାରତର ଟେଷ୍ଟ ଅପରାଜେୟ ରେକର୍ଡ ଭଙ୍ଗ ହୋଇଛି ।

ଡିନ ଏଲଗାର ଅପାରାଜିତ ୯୬ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ଚତୁର୍ଥ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ୧୧୮/୨ରୁ ଚତୁର୍ଥ ଦିନ ଖେଳ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ରସି ଭନ ଡସନଙ୍କ ସହ ମିଶି କ୍ୟାପଟେନ ଏଲଗାର ଟିମକୁ ଭଲ ଆରମ୍ଭ ଦେବା ସହ ବିଜୟ ସୁନିଶ୍ଚିତ କରିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ସହ ଦଳୀୟ ସ୍କୋର ୧୪୦ ପାର୍‌ କରାଇଥିଲେ । ଫଳରେ ଘରୋଇ ଟିମ ବିଜୟ ପାଇଁ ୧୦୦ରୁ କମ ରନ୍‌ ଆବଶ୍ୟକ କରୁଥିଲା ଓ ହାତରେ ୮ ୱିକେଟ ସୁରକ୍ଷିତ ରହିଥିଲା ।

ଏହାମଧ୍ୟ ପଢନ୍ତୁ: ICC Women's World Cup: ଟିମ ଇଣ୍ଡିଆ ଘୋଷଣା, ପାକିସ୍ତାନ ସହ ପ୍ରଥମ ମୁକାବିଲା

ତେବେ ମହମ୍ମଦ ସାମି ଲୋକାଲ ବଏ ଡସନଙ୍କୁ ୪୦ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ କରି ଭାଗିଦାରୀ ଭାଙ୍ଗିଥିଲେ । ତେବେ ପ୍ରଥମ ଇଂନିସରେ ୭ ୱିକେଟ ହାସଲ କରିଥିବା ଶାର୍ଦ୍ଦୁଳ ଠାକୁର ତେମ୍ବା ବାଭୁମାଙ୍କ କ୍ୟାଚ୍‌ ହାତଛଡା କରିଥିଲେ । ଏହାର ଫାଇଦା ଉଠାଇ ବାଭୁମା ଦକ୍ଷିଣ ଆଫ୍ରିକାକୁ ବିଜୟ ଆଡକୁ ନେଇଯାଇଥିଲେ । ଶେଷରେ ବିଜୟ ପାଇଁ ୧ ରନ୍‌ ଆବଶ୍ୟକ କରୁଥିବାବେଳେ କ୍ୟାପଟେନ ଏଲଗାର ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ/୧୦ ଓ ୨୬୬/୧୦(ଚେତେଶ୍ବର ପୂଜାରା ୫୩, ରାହାଣେ ୫୮; କାଗିସୋ ରବାଡା ୩-୫୪) ବନାମ ଦକ୍ଷିଣ ଆଫ୍ରିକା ୨୨୯/୧୦ ଓ ୨୪୩/୩(ଡିନ ଏଲଗାର ୯୬*, ରସି ଭନ ଡର ଡସନ ୪୦, ଆଡନ ମାର୍କ୍ରମ ୩୧, ତେମ୍ବା ବାଭୁମା ୨୩*, ରବିଚନ୍ଦ୍ରନ ଅଶ୍ବିନ ୧-୨୬)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2022, 9:56 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.