ETV Bharat / sports

ଭାରତ ବିପକ୍ଷ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା, ମାର୍କ୍ରମଙ୍କୁ ମିଳିଲା ନେତୃତ୍ବ - ଏଡେନ୍‌ ମାର୍କ୍ରମ

ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ସମସ୍ତ ୩ଟି ଫର୍ମାଟ୍‌ରେ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା । ଦିନିକିଆ ଓ ଟି୨୦ ଦଳର ନେତୃତ୍ବ ନେବେ ଏଡେନ୍‌ ମାର୍କ୍ରମ । କେବଳ ଟେଷ୍ଟର ନେତୃତ୍ବ ଟେମ୍ବା ବାଭୁମାଙ୍କ କାନ୍ଧରେ । ଅଧିକ ପଢ଼ନ୍ତୁ

ଭାରତ ବିପକ୍ଷ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

author img

By ETV Bharat Odisha Team

Published : Dec 4, 2023, 4:28 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଶୃଙ୍ଖଳା ଜିତିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ । ଡିସେମ୍ବର ୧୦ରୁ ଜାନୁଆରୀ ୭ ମଧ୍ୟରେ ୩ଟି ଯାକ ଫର୍ମାଟ୍‌ରେ ଦ୍ବିପାକ୍ଷିକ ସିରିଜ୍‌ ଖେଳିବ ଭାରତ । ଏଥିପାଇଁ ନିକଟରେ ଦଳ ମଧ୍ୟ ଘୋଷଣା କରିସାରିଛି ବିସିସିଆଇ । ସେପଟେ ଦକ୍ଷିଣ ଆଫ୍ରିକା ଏହି ଲଢ଼େଇ ପାଇଁ ଆଜି ଘୋଷଣା କରିଛି ଦଳ । ୩ଟି ଯାକ ଫର୍ମାଟ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । ସବୁଠାରୁ ବଡ଼ କଥା ହେଉଛି ବୋର୍ଡ ଟେମ୍ବା ବାଭୁମାଙ୍କଠାରୁ ସୀମିତ ଓଭର ଅଧିନାୟକତ୍ବ ଛଡ଼ାଇ ଏଡେନ୍‌ ମାର୍କ୍ରମଙ୍କ କାନ୍ଧରେ ରଖିଛି କମାଣ । ହେଲେ ଟେଷ୍ଟରେ ବାଭୁମା ନେତୃତ୍ବ ନେଉଥିବା ଦେଖିବାକୁ ମିଳିବ ।

  • 🟢 SQUAD ANNOUNCEMENT 🟡

    CSA has today named the Proteas squads for the all-format inbound tour against India from 10 Dec – 7 Jan 🇿🇦🇮🇳

    Captain Temba Bavuma and Kagiso Rabada are amongst a group of players that have been omitted for the white-ball leg of the tour in order to… pic.twitter.com/myFE24QZaz

    — Proteas Men (@ProteasMenCSA) December 4, 2023 " class="align-text-top noRightClick twitterSection" data=" ">

ଚଳିତ ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ ଟି୨୦ ମ୍ୟାଚ୍‌ ଖେଳିବ । ଏଥିପାଇଁ ସମସ୍ତ ଫର୍ମାଟରେ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ରୋହିତ ଶର୍ମା ଟେଷ୍ଟ ଦଳର ଅଧିନାୟକ ଥିବାବେଳେ ଦିନିକିଆରେ ନେତୃତ୍ବ ନେବେ କେଏଲ୍‌ ରାହୁଲ । ସେହିଭଳି ଟି୨୦ ସିରଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ବ କରିବେ । ଟେଷ୍ଟ ଦଳକୁ କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦଳକୁ ସଞ୍ଜୁ ସାମ୍‌ସନ, ୟୁଜବେନ୍ଦ୍ର ଚହଲ ଓ ଦୀପକ ଚହର ଫେରିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ସୀମିତ ଓଭର ଫର୍ମାଟରୁ ବ୍ରେକ୍‌ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସେ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ସାମସନ-ଚହଳ

ଦକ୍ଷିଣ ଆଫ୍ରିକା ଟି୨୦ ଦଳ: ଏଡେନ ମାର୍କ୍ରମ (ଅଧିନାୟକ), ଓଟନୀଲ ବାର୍ଟମ୍ୟାନ୍‌, ମାଥ୍ୟୁ ବ୍ରିକ୍‌, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କଏଜି, ଡୋନୋଭାନ ଫରେରା, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍‌, ହେନରିଚ୍‌ କ୍ଲାସେନ୍‌, କେଶବ ମହାରାଜ, ଡେଭିଡ୍‌ ମିଲର, ଲୁଙ୍ଗି ଏନ୍‌ଗିଡି, ଏଣ୍ଡିଲ ଫେହଲୁକ୍‌ୱାଓ, ତବ୍ରେଜ୍‌ ସାମ୍‌ସି, ଟ୍ରିଷ୍ଟନ ଷ୍ଟବସ୍‌, ଲିଜାଡ ୱିଲିୟମ୍ସ

ଦିକ୍ଷିଣ ଆଫ୍ରିକା ଦିନିକିଆ ଦଳ: ଏଡେନ ମାର୍କ୍ରମ (ଅଧିନାୟକ), ଓଟନୀଲ ବାର୍ଟମ୍ୟାନ୍‌, ନାନ୍ଦ୍ରେ ବର୍ଗର, ଟୋନୀ ଡି'ଜର୍ଜି, ରିଜା ହେଣ୍ଡ୍ରିକ୍ସ, ହେନରିଚ୍‌ କ୍ଲାସେନ୍‌, କେଶବ ମହାରାଜ, ମିହଲାଲି ଏମ୍‌ପୋଙ୍ଗୱାନା, ଡେଭିଡ୍‌ ମିଲର, ଏଣ୍ଡିଲ ଫେହଲୁକ୍‌ୱାଓ, ତବ୍ରେଜ୍‌ ସାମ୍‌ସି, ରସି ଭାନ୍‌ ଡେର୍ ଡସେନ୍‌, କାଇଲ୍‌ ଭେରେଇନ୍‌, ଲିଜାଡ ୱିଲିୟମ୍ସ

ଦିକ୍ଷିଣ ଆଫ୍ରିକା ଟେଷ୍ଟ ଦଳ: ଟେମ୍ବା ବାଭୁମା (ଅଧିନାୟକ), ଡେଭିଡ୍‌ ବେଡିଂହାମ୍‌, ନାନ୍ଦ୍ରେ ବର୍ଗର, ଗେରାଲ୍ଡ କଏଜି, ଟୋନୀ ଡି'ଜର୍ଜି, ଡିନ୍‌ ଏଲଗର୍‌, ମାର୍କୋ ଜାନ୍‌ସେନ୍‌, କେଶବ ମହାରାଜ, ଏଡେନ ମାର୍କ୍ରମ, ୱିଆନ୍‌ ମଲ୍‌ଡର୍‌, ଲୁଙ୍ଗି ଏନ୍‌ଗିଡି, କିଗାନ୍‌ ପିଟରସନ୍‌, କାଗିସୋ ରାବାଡା, ଟ୍ରିଷ୍ଟନ ଷ୍ଟବସ୍‌, କାଇଲ୍‌ ଭେରାଇନ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.