ETV Bharat / sports

Virat Kohli ଭଲ ଲାଗନ୍ତି ହେଲେ ସମସ୍ତଙ୍କ ସହ ତାଙ୍କ ବିବାଦ ନିରାଶ କରିଛି: ଗାଙ୍ଗୁଲି

author img

By

Published : Dec 19, 2021, 8:36 AM IST

ନ ଜଣାଇ କ୍ୟାପ୍ଟନସିପରୁ ବାହାର କରାଯାଇଥିବା ନେଇ କୋହଲି(Virat Kohli Captainship Controversy)ଙ୍କ ବିସ୍ଫୋରକ ବୟାନ ପରେ ପ୍ରତିକ୍ରିୟା ରଖିଲେ BCCI ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

Virat Kohli Captainship Controversy: ବିରାଟ ଭଲ ଲାଗିନ୍ତି, ହେଲେ ସମସ୍ତଙ୍କ ସହ ତାଙ୍କ ବିବାଦ ନିରାଶ କରିଛି କହିଲେ ଗାଙ୍ଗୁଲି

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପିଛା ଛାଡୁନି ବିବାଦ । ଚଳିତ ବିଶ୍ବ କପ୍ ପୂର୍ବରୁ ବିରାଟ କୋହଲି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରଠୁ ନାନା ବିବାଦ ସୃଷ୍ଟି ହୋଇଛି ଟିମ୍ ଇଣ୍ଡିଆରେ । ଏହା ସାଙ୍ଗକୁ ବିଶ୍ବକପରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ BCCI ନ ଜଣାଇ ଅଧିନାୟକ ପଦରୁ ହଟାଇଥିବା କୋହଲିଙ୍କ ମନ୍ତବ୍ୟ ଟିମ୍ ମେମ୍ବର ଏବଂ ଖେଳାଳିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନାନା ପ୍ରଶ୍ନ ସୃଷ୍ଟି କରିଛି(Cricket Team India Controversy) ।

ଏହାରି ମଧ୍ୟରେ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି BCCI ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ବିରାଟ କୋହଲିଙ୍କ ଆଟିଚୁଡ(ମନୋଭାବ) ମୋତେ ବହୁତ ଭଲଲାଗେ, ହେଲେ ସମସ୍ତଙ୍କ ସହ ତାଙ୍କର ଫାଇଟ୍(ଝଗଡା) ଲାଗିରହିଥିବାକୁ ନିରାଶ ହୋଇଥିବା ଗାଙ୍ଗୁଲି କହିଛନ୍ତି ।

ବିରାଟ କୋହଲିଙ୍କୁ ନ ଜଣାଇ ଅଧିନାୟକ ପଦରୁ ହଟାଇବାର ଅଭିଯୋଗର ଜବାବରେ ଗାଙ୍ଗୁଲି କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ବିରାଟଙ୍କୁ T-20 ଅଧିନାୟକ ପଦ ନ ଛାଡିବାକୁ ପରାମର୍ଶ ଦେଇଥିଲି । ହେଲେ ସେ BCCI ର କୌଣସି ସଦସ୍ୟଙ୍କ ସହ ଆଲୋଚନା କରିବାକୁ ମନାକରି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ରୋହିତ ଶର୍ମାଙ୍କୁ ଯୋଗ୍ୟ ଅଧନାୟକ କହିଲେ ଗାଙ୍ଗୁଲି

ତେବେ ଗୁରୁଗାଓଁର ଏକ କାର୍ଯ୍ୟକ୍ରମରେ ଗାଙ୍ଗୁଲିଙ୍କୁ ପଚରାଯାଇଥିବା କେଉଁ ଖେଳାଳିଙ୍କ ମନୋଭାବ ତାଙ୍କୁ ଅଧିକ ଭଲ ଲାଗେ ପ୍ରଶ୍ନର ଜବାବରେ ସେ ଏପରି କହିଛନ୍ତି । ସେହିପରି ଜୀବନର ସମସ୍ତ ଚାପକୁ କିପରି ମୁକାବିଲା କରନ୍ତି ପ୍ରଶ୍ନରେ ଗାଙ୍ଗୁଲି ଏକ ବ୍ୟଙ୍ଗାତ୍ମକ ଉତ୍ତର ଦେଇ କହିଥିଲେ ଯେ, 'ଜୀବନରେ କୌଣସି ଚାପ ନାହିଁ । କେବଳ ପତ୍ନୀ ଏବଂ ଗର୍ଲଫ୍ରେଣ୍ଡ ଚାପ ଦିଅନ୍ତି ।'

ତେବେ ବିବାଦ ମଧ୍ୟରେ ବିରାଟ କୋହଲି ଏବଂ ତାଙ୍କ ଟେଷ୍ଟ ଦଳ ଗତ ଗୁରୁବାର ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ଡିସେମ୍ବର 26 ରୁ କୋହଲି 3 ଟି ମ୍ୟାଚ୍ ବିଶିଷ୍ଟ ଏକ ସିରିଜରେ ଟେଷ୍ଟ ଦଳର ନେତୃତ୍ୱ ନେବେ ଏବଂ ଆଘାତ କାରଣରୁ ମ୍ୟାଚରେ ରୋହିତ ଶର୍ମା ଯୋଗଦେବେ ନାହିଁ । ସେ ଦିନିକିଆ ମ୍ୟାଚରୁ ଦଳରେ ରହିବେ ଏବଂ ଅଧିନାୟକ ପଦ ସମ୍ଭାଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.