ETV Bharat / sports

ରୋହିତ ଶର୍ମାଙ୍କୁ ଯୋଗ୍ୟ ଅଧନାୟକ କହିଲେ ଗାଙ୍ଗୁଲି

author img

By

Published : Dec 16, 2021, 10:44 PM IST

"ରୋହିତ ଶର୍ମା ଜଣେ ଅଧିନାୟକ ହେବାକୁ ଯୋଗ୍ୟ । ମୁମ୍ବାଇ ଇଣ୍ଡିଆନ୍ସ୍‌ର ଅଧିନାୟକ ଭାବରେ ସେ ମୋଟ ୫ଟି ଆଇପିଏଲ ଟ୍ରଫି ବିଜୟୀ ହୋଇଛନ୍ତି ।" ଏହା କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ

ରୋହିତ ଶର୍ମାଙ୍କୁ ଯୋଗ୍ୟ ଅଧନାୟକ କହିଲେ ଗାଙ୍ଗୁଲି
ରୋହିତ ଶର୍ମାଙ୍କୁ ଯୋଗ୍ୟ ଅଧନାୟକ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: "ରୋହିତ ଶର୍ମା ଜଣେ ଅଧିନାୟକ ହେବାକୁ ଯୋଗ୍ୟ । ମୁମ୍ବାଇ ଇଣ୍ଡିଆନ୍ସ୍‌ର ଅଧିନାୟକ ଭାବରେ ସେ ମୋଟ ୫ଟି ଆଇପିଏଲ ଟ୍ରଫି ବିଜୟୀ ହୋଇଛନ୍ତି । ତା ସହିତ ଡେକାନ ଚାର୍ଜର୍ସ ସହ ସେ ଗୋଟିଏ ଆଇପିଏଲ ଟ୍ରଫି ବିଜୟୀ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଘରୋଇ ଟି-୨୦ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି ।" ଏହା କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ରୋହିତ ଶର୍ମାଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଘୋଷଣା କରାଯିବ ପରେ ପ୍ରତ୍ୟେକ ଦିନ କିଛି ନୂଆ ବିବାଦ ଚର୍ଚ୍ଚାକୁ ଆସୁଛି । ଟି-୨୦ ବିଶ୍ବକପ୍‌ ପୂର୍ବରୁ ସ୍ବତଃ ପ୍ରବୃତ୍ତ ଭାବରେ ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ସ୍ଥିର କରିଥିଲେ ବିରାଟ କୋହଲି । ତେବେ ସେ ଅନ୍ୟ ଦୁଇଟି ଫର୍ମାଟରେ ଅଧିନାୟକ ଦାୟିତ୍ବରେ ରହିବାକୁ ଚାହୁଁଥିଲେ ।

ତେବେ ବିସିସିଆଇ ଦିନିକିଆ ଦଳର ଅଧିନାୟକ ଦାୟିତ୍ବ ରୋହିତ ଶର୍ମାଙ୍କୁ ଦେବାକୁ ସ୍ଥିର କରିଥିଲା । ଏହାପରେ କୋହଲି ରୋହିତଙ୍କ ମଧ୍ୟରେ ବିବାଦ ନେଇ ଚର୍ଚ୍ଚା ହୋଇଥିଲା । ଏହାସହ ବିସିସିଆଇ ସହ ବିରାଟଙ୍କ ବିବାଦ ଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ କୋହଲି ସ୍ପଷ୍ଟୀକରଣ ଦେଇଛନ୍ତ । ତା ସହିତ ସେ ଟି-୨୦ ଅଧିନାୟକ ପଦ ନଛାଡ଼ିବାକୁ କେହି କହିନଥିଲେ ବୋଲି କହିଛନ୍ତି । ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋହଲିଙ୍କ ସହ ଏ ବିଷୟ ନେଇ କଥା ହୋଇଥିଲେ ବୋଲି ମନ୍ତବ୍ୟ ଦେଇଥିଲେ । ବର୍ତ୍ତମାନ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ହେଉଛି । କୋହଲିଙ୍କ ସ୍ପଷ୍ଟୀକରଣ ପରେ ଆଉ ଗାଙ୍ଗୁଲିଙ୍କ ଏକ ବୟାନ ସାମ୍ନାକୁ ଆସିଛି ।

ଏକ ସାକ୍ଷାତକାରରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, " ୨୦୧୭ ଚମ୍ପିଆନ୍‌ସ୍‌ ଟ୍ରଫି ଓ ୨୦୧୯ ବିଶ୍ବକପ୍‌ରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା । ତେବେ ଗୋଟିଏ ଖରାପ ଦିନ ଯୋଗୁଁ ସବୁ ଗଡ଼ବଡ଼ ହୋଇଗଲା । କିନ୍ତୁ ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଯେଉଁଭଳି ଭାବରେ ପ୍ରଦର୍ଶନ କଲା ତାହା ଗତ ୪ରୁ ୫ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ମୋତେ ଲାଗିଲା ଟିମ୍‌ ଇଣ୍ଡିଆ ଖୋଲିକି ଖେଳି ପାରିଲା ନାହିଁ । ବିଶେଷ କରି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଯେଭଳି ପ୍ରଦର୍ଶନ କଲା ତାହା ଗ୍ରହଣୀୟ ନୁହେଁ । ଭାରତୀୟ ଦଳ ଏଥିରୁ ନିଶ୍ଚିତ କଛି ଶିକ୍ଷା ଲାଭ କରିବ ।"

ସେପଟେ ବିରାଟ କୋହଲିଙ୍କ ସ୍ପଷ୍ଟୀକରଣକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ସୌରଭ ଗାଙ୍ଗୁଲି । ବିସିସିଆଇକୁ ତାର କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.