ETV Bharat / sports

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟାର ଏହି କାରଣ କହିଲେ ସଲମାନ ବଟ୍ଟ - hardik pandya slim body

ବିଗତ କିଛି ଦିନ ହେଲା ଆହତ ଜନିତ ସମସ୍ୟା ଦେଇ ଗତି କରିଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଯାହାଫଳରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବୋଲିଂ କରିବାରେ ସକ୍ଷମ ହୋଇ ପାରିନଥିଲେ । ହାର୍ଦ୍ଦିକଙ୍କ ଆହତ ସମସ୍ୟାର କାରଣ କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ । ଅଧିକ ପଢ଼ନ୍ତୁ..

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟାର ଏହି କାରଣ କହିଲେ ସଲମାନ ବଟ୍ଟ

author img

By

Published : Aug 23, 2021, 8:47 PM IST

ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା ଆହତ ଜନିତ ସମସ୍ୟା ଦେଇ ଗତି କରିଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଯାହାଫଳରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବୋଲିଂ କରିବାରେ ସକ୍ଷମ ହୋଇ ପାରିନଥିଲେ । ତେବେ ଏହାପରେ ସୁସ୍ଥ ହେବାସହ ଦିନିକିଆ ଓ ଟି-୨୦ ସିରଜ ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ । ଏହାପୂର୍ବରୁ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ବିଭିନ୍ନ ଆହତଜନିତ ସମସ୍ୟାରେ ଛନ୍ଦି ହୋଇଥିଲେ । ଏହାକୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ ଏକ ମଜାଳିଆ ଢଙ୍ଗରେ ହାର୍ଦ୍ଦିକଙ୍କୁ ଉପଦେଶ ଦେଇଛନ୍ତି ।

ଆଗାମୀ ଟି-୨୦ ବିଶ୍ବକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁରୁଣା ଫର୍ମ କିଭଳି ଫେରିବ, ତାହାକୁ ନେଇ ନାନା କ୍ରିକେଟ ସମୀକ୍ଷକ ନାନା ମତେ ଦେଇଛନ୍ତି । ସେସବୁ ମଧ୍ୟରୁ କିଛି ଭିନ୍ନ ମତ ରଖିଛନ୍ତି ସଲମାନ ବଟ୍ଟ । ସେ କହିଛନ୍ତି ଯେ, "ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଜଣେ ନିର୍ଭର ଯୋଗ୍ଯ ଖେଳାଳି । ତାଙ୍କ ପାଖରେ ବ୍ୟାଟିଂ କରିବାର ଅଦ୍ଭୁତ କୌଶଳ ଅଛି । ଆହତ ହେବାପୂର୍ବରୁ ତାଙ୍କ ବୋଲିଂରେ ମଧ୍ୟ ଧାର ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ । ଏହାର କାରଣ ହେଉଛି ତାଙ୍କର ପତଳା ଶରୀର । ଅଧିକ ଟ୍ରେନିଂ କିମ୍ବା ମ୍ୟାଚ ଖେଳିଲେ ସେ ଆହତ ହୋଇଯାଉଛନ୍ତି ଏଥିପାଇଁ ସେ ବଡି ବିଲ୍ଡିଂ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।"

ଦୁବାଇରେ ଆରମ୍ଭ ହେବାକୁ ଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ୨୦୧୯ରେ ପିଠିରେ ଯନ୍ତ୍ରଣା ଆଜି ବି ତାଙ୍କ ପିଛା ଛାଡ଼ଥିବା ଦେଖା ଯାଉନାହିଁ । ଏହାପରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ମଧ୍ୟ ତାଙ୍କ କହୁଣୀରେ ସମସ୍ୟା ଦେଖା ଦେଇଥିଲା । ଯାହାଫଳରେ ସେ ବୋଲିଂ କରି ପାରିନଥିଲେ । ଏହାର ଫଳ ସ୍ବରୁପ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସ୍କ୍ବାଡରୁ ବାଦ ଦିଆଯାଇଥିଲା । ତେବେ ସଲମାନ ବଟ୍ଟଙ୍କ ମତରେ ହାର୍ଦ୍ଦିକଙ୍କ ଶରୀର ଅଧିକ ଚାପ ଗ୍ରହଣ କରି ପାରୁନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.