ETV Bharat / sports

ବିରାଟଙ୍କୁ ନେଇ ସୋଏବଙ୍କ ବୟାନ, କହିଲେ ଟି-୨୦ ଫର୍ମାଟରୁ ଅବସର ନିଅନ୍ତୁ କୋହଲି

author img

By

Published : Oct 27, 2022, 7:55 AM IST

ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୫୩ ବଲରୁ ୮୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କର ଏଭଳି ଦମଦାର ଫର୍ମକୁ ଦେଖି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହିଛନ୍ତି ବିରାଟଙ୍କୁ ଟି୨୦ ଫର୍ମାଟରୁ ଅବସର ନେବା ଦରକାର । ଅଧିକ ପଢନ୍ତୁ

ବିରାଟ ଟି୨୦ ଫର୍ମାଟରୁ ଅବସର ନିଅନ୍ତୁ ବୋଲି କହିଲେ ସୋଏବ ଅଖତର

ହାଇଦ୍ରାବାଦ: ଟି୨୦ ଫର୍ମାଟରୁ ଅବସର ନିଅନ୍ତୁ ବିରାଟ କୋହଲି । ଏକଥା କହିଛନ୍ତି ପାକିସ୍ତାନ ପୂର୍ବତନ କ୍ରିକେଟର ସୋଏବ ଅଖତର । ପାକିସ୍ତାନ ବିପକ୍ଷରେ ଧୂଆଁଧାର ଇନିଂସ ଖେଳି କିଙ୍ଗ କୋହଲି ତାଙ୍କ ଫର୍ମକୁ ଜବରଦସ୍ତ କମ ବ୍ୟାକ କରିଛନ୍ତି । ୫୩ ବଲରୁ ୮୨ ରନର ଇନିଂସ ଖେଳି ପାକିସ୍ତାନଠୁ ମ୍ୟାଚ ଛଡାଇ ଆଣିଥିଲେ ବିରାଟ କୋହଲି । ରବିବାର ଖେଳାଯାଇଥିବା ମ୍ୟାଚରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ବିରାଟ । ଭାରତ ବିଜୟ ଅଭିଯାନର ହିରୋ ସାଜିଥଲେ ଏହି ଷ୍ଟାର ବ୍ୟାଟର । ତେବେ ତାଙ୍କର ଏଭଳି ଦମଦାର ଫର୍ମକୁ ଦେଖି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହିଛନ୍ତି ବିରାଟଙ୍କୁ ଟି୨୦ ଫର୍ମାଟରୁ ଅବସର ନେବା ଦରକାର ।

ପାକିସ୍ତାନ ବିପକ୍ଷରେ ଭାରତର ରୋମାଞ୍ଚୋକର ବିଜୟ ପରେ ସୋଏବ ଅଖତର ବିରାଟ କୋହଲିଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ବିରାଟ କୋହଲି ଯେତେବେଳେ ଆଉଟ ଅଫ ଫର୍ମରେ ଥିଲେ ସେତେବେଳେ ବିରାଟଙ୍କୁ ସପୋର୍ଟ କରିଥିଲେ ପାକିସ୍ତାନର ଏହି ପୂର୍ବତନ କ୍ରିକେଟର । ପାକିସ୍ତାନ ବିପକ୍ଷରେ ବିରାଟଙ୍କ ଲଢୁଆ ଇନିଂସକୁ ସୋଏବ ଅଖତର ଭୂୟସୀ ପ୍ରଶଂସା କରିଛନ୍ତି । ଏହା ସହିତ ସେ କହିଛନ୍ତି ଏହା ବିରାଟ କୋହଲିଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଅଟେ । ଏନେଇ ଅଖତର କହିଛନ୍ତି " ବିରାଟ କୋହଲି ଟି୨୦ ଫର୍ମାଟରୁ ଅବସର ନେବା ଉଚିତ୍‌ । ଯେଉଁ କାରଣରୁ ସେ ଦିନିକିଆ କ୍ରିକେଟରେ ଏହି ଫର୍ମରେ ତ୍ରିଶତକ ବନାଇ ପାରିବେ ।" ସୋଏବ ଅଖତର ବିରାଟ କୋହଲିଙ୍କ ଏହି ଜବରଦସ୍ତ ଫର୍ମକୁ ଖୁବ୍ ପ୍ରଶଂସା କରିଛନ୍ତି । ତାଙ୍କ କହିବା ମୁତାବକ ବିରାଟ ଦିନିକିଆ କ୍ରିକେଟରେ ଅଧିକ ସମୟ ଦେଲେ ସେ ଏଭଳି ଫର୍ମରେ ଏହାଠୁ ବଡ ବଡ ଇନିଂସ ଖେଳିପାରିବେ ।

ସେପଟେ ଟି୨୦ ଫର୍ମାଟରେ ଟପ ୧୦କୁ ଫେରିଛନ୍ତି ବିରାଟ କୋହଲି । ସେ ୫ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ନିଜ ନାମକୁ ପକ୍କା କରିଛନ୍ତି । ତେବେ ଗୋଟିଏ ଇନିଂସ ମାଧ୍ୟମରେ ୫ଟି ସ୍ଥାନ ଉପରକୁ ଡେଇଁ ବିରାଟ ତାଙ୍କ ପୁରୁଣା ଫର୍ମକୁ କମ୍ ବ୍ୟାକ କରିଥିବା ସଙ୍କେତ ଦେଇଛନ୍ତି । ଗତକାଲି (ବୁଧବାର) ଆଇସିସିର ଟି୨୦ ବ୍ୟାଟିଂର ନୂତନ ମାନ୍ୟତା ଜାରି ହୋଇଛି । ଯେଉଁଥିରେ ବିରାଟ କୋହଲି ୧୪ ସ୍ଥାନରୁ ଉପରକୁ ଉଠି ୬୩୫ ରେଟିଂ ସହିତ ୯ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.