ETV Bharat / sports

ଏସିଆନ ଗେମ୍ସରେ ଭାରତର ନେତୃତ୍ବ ନେବେ ଧାୱନ ! ଭିନ୍ନ ମତ ରଖିଲେ କାର୍ତ୍ତିକ

author img

By

Published : Jul 2, 2023, 5:54 PM IST

ଚଳିତ ବର୍ଷ ଏସିଆନ୍‌ ଗେମ୍ସରେ ସାମିଲ ହୋଇଛି କ୍ରିକେଟ । ବିଶ୍ବକପ୍‌ ୨୦୨୩ ସମୟରେ ଏହି ଖେଳ ଆୟୋଜିତ ହେଉଥିବାରୁ ଏଥିରେ ବିସିସିଆଇ ଶିଖର ଧାୱନଙ୍କ ନେତୃତ୍ବରେ ଏକ ଦଳ ଚୀନ୍‌ ପଠାଇବା ପାଇଁ ଯୋଜନା କରୁଛି । ତେବେ ଶିଖର ଧାୱନ ନୁହେଁ, ବରଂ ରବିଚନ୍ଦ୍ରନ ଅଶ୍ବିନ ଏଥିପାଇଁ ଭାରତର ନେତୃତ୍ବ ନେବାକୁ ମତ ରଖିଛନ୍ତି ଦୀନେଶ କାର୍ତ୍ତିକ । ଅଧିକ ପଢ଼ନ୍ତୁ

ଏସିଆନ ଗେମ୍ସରେ ଭାରତର ନେତୃତ୍ବ ନେବେ ଧାୱନ !
ଏସିଆନ ଗେମ୍ସରେ ଭାରତର ନେତୃତ୍ବ ନେବେ ଧାୱନ !

ନୂଆଦିଲ୍ଲୀ: ସେପ୍ଟେମ୍ବର-ଅକ୍ଟୋବରରେ ଚୀନ୍‌ରେ ଅନୁଷ୍ଠିତ ହେବ ଏସିଆନ୍‌ ଗେମ୍ସ ୨୦୨୩ । ତେବେ ଚଳିତ ବର୍ଷ ଏସିଆନ୍‌ ଗେମ୍ସକୁ ଭାରତୀୟ କ୍ରିକେଟ ଦଳକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହି ସମୟରେ ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ମଧ୍ୟ ଅନୁଷ୍ଠିତ ହେବ । ସେଥିପାଇଁ ବିଶ୍ବକପରେ ସ୍ଥାନ ପାଇବାକୁ ନଥିବା ଖେଳାଳୀଙ୍କୁ ଦ୍ବିତୀୟ ଟିମ୍‌ ଭାବେ ଚୀନ୍‌ ପଠାଇବାକୁ ନିଷ୍ପତ୍ତି ନେଇଛି । ତେବେ ଏଥିରେ ଭେଟେରାନ ବାମହାତୀ ଭାରତୀୟ ଓପନର ଶିଖର ଧାୱନ ଭାରତର ନେତୃତ୍ବ ଭାର ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହାପରେ କ୍ରିକେଟର ଦୀନେଶ କାର୍ତ୍ତିକ ଭିନ୍ନ ମତ ରଖିଛନ୍ତି ।

ତେବେ ଦୀର୍ଘଦିନ ହେବ ଭାରତୀୟ ଟିମରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାରମ୍ଭିକ ବ୍ୟାଟର ଶିଖର ଧାୱନଙ୍କ ନେତୃତ୍ବରେ ଭାରତୀୟ ଟିମ ଏସିଆନ୍‌ ଗେମ୍ସ ଖେଳିବ ଓ କିମ୍ବଦନ୍ତୀ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଏହି ଦଳର ପ୍ରଶିକ୍ଷକ ଭାବେ ଟିମ ସହ ଚୀନ ଗସ୍ତ କରିବେ ବୋଲି କୁହାଯାଉଛି । ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଟିମର ୱିକେଟ ରକ୍ଷକ-ବ୍ୟାଟର ଦୀନେଶ କାର୍ତ୍ତିକ କିନ୍ତୁ ଭିନ୍ନ ମତ ରଖିଛନ୍ତି । ସେ ଶିଖର ଧାୱନଙ୍କ ବଦଳରେ ଭେଟେରାନ ସ୍ପିନର ତଥା ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଭାରତୀୟ ଦଳର ଅଧିନାୟକ କରିବାକୁ ମତ ରଖିଛନ୍ତି । ଯଦି ଅଶ୍ବିନଙ୍କୁ ବିଶ୍ବକପ୍‌ ୨୦୨୩ ଦଳରେ ସ୍ଥାନ ନମିଳେ, ତେବେ ତାଙ୍କୁ ଅଧିନାୟକ କରି ଏସିଆନ୍‌ ଗେମ୍ସକୁ ପଠାଇବାକୁ କାର୍ତ୍ତିକ ମତ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି, ସୁରକ୍ଷା ଯାଞ୍ଚ କରିବ ପ୍ରତିନିଧି ଦଳ

ଏକ ସାକ୍ଷାତକାରରେ ଦୀନେଶ କାର୍ତ୍ତିକ କହିଛନ୍ତି, "ଅଶ୍ବିନ ଜଣେ ବରିଷ୍ଠ କ୍ରିକେଟର । ସେ ଅନେକ ସମୟରେ ନିଜର ବୋଲିଂ ଦକ୍ଷତା ଏବଂ ୱିକେଟ ହାସଲ କଳାରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଯଦି ଭାରତ ଏକ ଦ୍ବିତୀୟ ଦଳକୁ ଏସିଆନ୍‌ ଗେମ୍ସକୁ ପଠାଉଛି, ତେବେ ଅଶ୍ବିନଙ୍କୁ ଅଧିନାୟକ କରାଯାଉ । ଯଦି ତାଙ୍କୁ ବିଶ୍ବକପ ସ୍କ୍ବାଡରେ ସ୍ଥାନ ନମିଳେ, ତେବେ ତାଙ୍କୁ ଏସିଆନ୍‌ ଗେମ୍ସରେ ଭାରତର ନେତୃତ୍ବ ନେବାର ସୁଯୋଗ ଦିଆଯାଉ । ସେ ଅଧିନାୟକ ହେବାକୁ ଯୋଗ୍ୟ । ସେ ପୂର୍ବରୁ ନିଜର ଦକ୍ଷତା ପ୍ରଦର୍ଶନ କରି ସାରିଛନ୍ତି । ଅଧିନାୟକ ହେବାର ଅଧିକାର ପାଇବାକୁ ସେ ହକ୍‌ଦାର୍‌ ।" ତେବେ ୨୦୧୪ରେ ଶେଷଥର ପାଇଁ ଏସିଆନ୍‌ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ୯ ବର୍ଷ ତଳେ ଭାରତ ଏସିଆନ୍‌ ଗେମ୍ସ ପାଇଁ ଟିମ୍‌ ପଠାଇ ନଥିଲା । ହେଲେ ଚଳିତ ବର୍ଷ ଏସିଆନ୍‌ ଗେମ୍ସରେ କ୍ରିକେଟ୍‌ ଖେଳକୁ ସାମିଲ କରାଯାଉଥିବା ବେଳେ ବିସିସିଆଇ ଏଠାକୁ ଏକ ଟିମ୍‌ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.