ETV Bharat / sports

ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲେ ଶିଖର ସେନା - Shikhar Dhawan

ଶିଖର ଧାୱନଙ୍କ ନେତୃତ୍ବରେ ସୋମବାର ଭାରତୀୟ ସୀମିତ ଓଭର ସ୍କ୍ବାର୍ଡ ଶ୍ରୀଲଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ...

Shikhar Dhawan-led Indian team arrives in Colombo for Sri Lanka series
ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲେ ଶିଖର ସେନା
author img

By

Published : Jun 28, 2021, 5:32 PM IST

କଲମ୍ବୋ: ଶିଖର ଧାୱନଙ୍କ ନେତୃତ୍ବରେ ସୋମବାର ଭାରତୀୟ ସୀମିତ ଓଭର ସ୍କ୍ବାର୍ଡ ଶ୍ରୀଲଙ୍କାରେ ପହଞ୍ଚିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ 13ରୁ ଆରମ୍ଭ ହେବ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ପରେ ଟି20 ସିରିଜ । ଏହି ଗସ୍ତରେ ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିଛନ୍ତି ।

ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲେ ଶିଖର ସେନା
ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲେ ଶିଖର ସେନା

ଅଲରାଉଣ୍ଡର ହାର୍ଦ୍ଦିକା ପାଣ୍ଡ୍ୟା ନିଜର ଇନଷ୍ଟାଗ୍ରାମ ପେଜ୍‌ରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଭାରତୀୟ ଟିମ ଶ୍ରୀଲଙ୍କାରେ ସୁରକ୍ଷିତ ପହଞ୍ଚିଲା ବୋଲି ଉଲ୍ଲେଖ କରିଛନ୍ତି ।

ସଞ୍ଜୁ ସାମସନ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ ଏହି ହ୍ବାଇଟ ବଲ୍‌ ସ୍କ୍ବାଡରେ ରହିଛନ୍ତି । ଏକାଧିକ ଯୁବ ଖେଳାଳି ଶ୍ରୀଲଙ୍କା ସିରିଜରେ ଡେବ୍ୟୁ କରିବା ଲକ୍ଷ୍ୟରେ ରହିଛନ୍ତି ।

ରବିବାର ଭାରତ ଛାଡିବା ପୂର୍ବରୁ କ୍ୟାପଟେନ ଶିଖର ଧାୱନ ଓ କୋଚ୍‌ ରାହୁଲ ଦ୍ରାବିଡ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସିରିଜ ବିଜୟ ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ କୋଚ୍‌ ଦ୍ରାବିଡ । ଅନ୍ୟପଟେ ପ୍ରଥର ଥର ଭାରତୀୟ ଟିମର ନେତୃତ୍ବ ନେବାକୁ ଯାଉଥିବା ଧାୱନ କହିଥିଲେ, ଏହା ବଡ ସମ୍ମାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.