ବେଙ୍ଗାଲୁରୁ: ଚଳିତ ମହିଳା ସିନିୟର ଏକଦିବସୀୟ ଟ୍ରଫି ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଓଡିଶାକୁ ୧୪୯ ରନ୍ରେ ହରାଇଛି ଇଣ୍ଡିଆନ ରେଲୱେ ଟିମ । ଫଳରେ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି ରେଲୱେ । ଏମ୍ ଚିନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରେଲୱେ ଟିମର ଅଧିନାୟିକା ମିତାଲି ରାଜ ।
-
End Of Over 50 - Odisha 122/7 Tanmayee Behera 21(60) Rasanara Parwin 1(1) #RLWvODI #OneDay #QF2
— BCCI Women (@BCCIWomen) November 15, 2021 " class="align-text-top noRightClick twitterSection" data="
">End Of Over 50 - Odisha 122/7 Tanmayee Behera 21(60) Rasanara Parwin 1(1) #RLWvODI #OneDay #QF2
— BCCI Women (@BCCIWomen) November 15, 2021End Of Over 50 - Odisha 122/7 Tanmayee Behera 21(60) Rasanara Parwin 1(1) #RLWvODI #OneDay #QF2
— BCCI Women (@BCCIWomen) November 15, 2021
ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୭୧ ରନ୍ ସଂଗ୍ରହ କରିଥିଲା ରେଲୱେ । ମେଘନା ସିଂ ୧୦୧ ବଲ୍ରୁ ୧୧ ଚୌକା ଓ ଗୋଟିଓ ଛକା ସହାୟତାରେ ୯୦ ରନର ଇଂନିସ ଖେଳିଥିଲେ । ପରେ ନୁଝାତ ପରୱିନ ମଧ୍ୟ ୬୨ ରନ୍ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ସ୍ନେହ ରାଣା ୩୬ ବଲ୍ରୁ ଧୁଆଁଧାର ୪୯ ଓ କ୍ୟାପଟେନ ମିତାଲି ରାଜ ୧୩ ରନ୍ର ଇଂନିସ ଖେଳିଥିଲେ ।
-
Railways Won by 149 Run(s) (Qualified) #RLWvODI #OneDay #QF2 Scorecard:https://t.co/CD2iA6mNWD
— BCCI Women (@BCCIWomen) November 15, 2021 " class="align-text-top noRightClick twitterSection" data="
">Railways Won by 149 Run(s) (Qualified) #RLWvODI #OneDay #QF2 Scorecard:https://t.co/CD2iA6mNWD
— BCCI Women (@BCCIWomen) November 15, 2021Railways Won by 149 Run(s) (Qualified) #RLWvODI #OneDay #QF2 Scorecard:https://t.co/CD2iA6mNWD
— BCCI Women (@BCCIWomen) November 15, 2021
ଓଡିଶା ପକ୍ଷରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ରସନରା ପରୱିନ ଓ ସୁଜାତା ମଲିକ ୨ଟି ଲେଖାଏଁ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟି ୱିକେଟ ହାତେଇଥିଲେ ।
ଜବାବରେ ୨୭୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମଧୁସ୍ମିତା ବେହେରାଙ୍କ ନେତୃତାଧୀନ ଟିମ ଓଡିଶା ସଂପୂର୍ଣ୍ଣ ଓଭର ଖେଳି ୧୨୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମର ଷ୍ଟାର ବ୍ୟାଟର ମାଧୁରୀ ମେହେଟା(୫), କାଜଲ ଜେନା(୬), ସରିତା ମେହେର(୧୮) ଓ ପ୍ରଜ୍ଞାନ ପି ମହାନ୍ତି(୭) ଫେଲ୍ ମାରିଥିଲେ । କ୍ୟାପଟେନ ମଧୁସ୍ମିତା ମାତ୍ର ୧ ରନ୍ କରି ପାଭିଲିଅନ ଫେରିଥିଲେ । ଶେଷ ଭାଗରେ ତନ୍ମୟୀ ବେହେରା ଲଢୁଆ ୨୧ ରନ୍ର ଅପରାଜିତ ଇଂନିସ ଖେଳିଥିଲେ ମଧ୍ୟ ବିଜୟ ଠାରୁ ବହୁ ପଛରେ ରହିଯାଇଥିଲା ଓଡିଶା ।
ରେଲୱେ ପକ୍ଷରୁ ମେଘନା ସିଂ, ରାଜେଶ୍ବରୀ ଓ ଡି ହେମଲତା ୨ଟି ଲେଖାଏଁ ୱିକେଟ ହାତେଇଥିଲେ । ରେଣୁକା କେ ସିଂଙ୍କୁ ଗୋଟିଏ ସଫଳତା ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ