ETV Bharat / sports

INDvsNZ 2st T20I: ଆଜି ଭାରତ ପାଇଁ କର ବା ମର ପରିସ୍ଥିତି

author img

By

Published : Jan 29, 2023, 9:53 AM IST

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ। ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଳାଇବ ଭାରତ । ଅଧିକ ପଢନ୍ତୁ

INDvsNZ
INDvsNZ

ଲକ୍ଷ୍ନୌ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବୀତିୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଭାରତ 21 ରନରେ ଭ୍ରମଣକାରୀ ନ୍ୟୁଜଲାଣ୍ଡଠାରୁ ପରାଜିତ ହୋଇଥିଲା । ଫଳରେ 0-1ରେ ପଛରେ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ ହାରିବା ପରେ ଆଜି ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ । ଏଥିପାଇଁ ଉଭୟ ବ୍ୟାଟି ଓ ବୋଲିଂ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିଛି ଟିମ୍‌ ଇଣ୍ଡିଆ । ସେପଟେ ପ୍ରଥମ ମ୍ୟାଚ ଜିତିବା ପରେ ନ୍ୟୁଜିଲାଣ୍ଡର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ କିଓ୍ବି ଟିମ୍‌ ।

ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚରେ ଟସ ଜିତି ପ୍ରଥମ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 176 ରନ୍‌ କରିଥିଲା । ଏହାପରେ 177 ରନ୍‌ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲା ମେନ ଇନ ବ୍ଲୁ । ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିୱି ବୋଲରଙ୍କ ବୋଲିଂରେ ଧରାଶାୟୀ ହୋଇଥିଲେ ଟିମ୍‌ ଇଣ୍ଡିଆର ବ୍ୟାଟର । ପରେ ସୂର୍ଯ୍ୟକୁମାର ଯାଦବ ଏବଂ ୱାସିଂଟନ ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ 9 ଓ୍ବିକେଟ ବିନିମୟରେ 155 ରନ୍‌ ହିଁ କରିବାକୁ ସକ୍ଷମ ହୋଇପାରିଥିଲା ।

ଦଳ ପକ୍ଷରୁ ୱାସିଂଟନ ସୁନ୍ଦର 50 ରନ କରିଥିବା ବେଳେ ଅଧିନାୟକ ପାଣ୍ଡ୍ୟା 21 ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ 47 ରନ ଓ ଦୀପକ ହୁଡା 10 ରନ କରିଥିଲେ । କିନ୍ତୁ ଶୁଭମନ ଗିଲ, ଇଶାନ କିଷାନ ଓ ରାହୁଲ ତ୍ରିପାଠୀ ଦୁଇ ଅଙ୍କ ବି ଛୁଇଁ ନପାରି ପାଭିଲିୟନକୁ ଫେରିଥିଲେ । ବୋଲିଂ କ୍ଷେତ୍ରରେ ମଧ୍ୟ ଓ୍ବାସିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ । ଚାରି ଓଭର ବୋଲିଂ କରି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ଶୃଙ୍ଖଳା ବିଜୟ ଆଶା ଉଜ୍ଜିବୀତ ରଖିବାକୁ ହେଲେ ଆଜି ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ସୁଧାର ଆଣିବାକୁ ପଡିବ।

ତେବେ ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଇଥିଲେ। 3-0ରେ ଭାରତ କ୍ଲିନ୍‌ ସୁଇପ କରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଟି ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡ ଦମଦାର ପ୍ରଦର୍ଶନ କରି ଭାରତଠାରୁ ବିଜୟ ଛଡାଇ ନେଇଥିଲା। ଆଜି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚରେ ବିଜୟୀ ହେବା ପାଇଁ ଭାରତକୁ ଜୋରଦାର ଲଢେଇ କରିବାକୁ ପଡିବ । ଯଦି ଆଜିର ମ୍ୟାଚ ଭାରତ ହାତରୁ ଚାଲିଯାଏ ତେବେ ସିରିଜ ନ୍ୟୁଜିଲାଣ୍ଡ ହାତକୁ ଚାଲିଯାଇପାରେ । ଲକ୍ଷ୍ନୌ ସ୍ଥିତ ଷ୍ଟାଡିୟମରେ ସନ୍ଧ୍ୟା 7ଟା ଖେଳାଯିବ ଏହି ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.