ETV Bharat / sports

ମୁମ୍ବାଇ ରଣଜୀ ଦଳରେ ଜୁନିଅର ତେନ୍ଦୁଲକର - ମୁମ୍ବାଇ ରଣଜୀ ଦଳରେ ଅର୍ଜୁନ

ଆଗାମୀ ରଣଜୀ ସିଜିନର ପ୍ରଥମ ୨ଟି ମ୍ୟାଚ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ଏଥିରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ କରି ସିନିୟର ପ୍ରଥମ ଶ୍ରେଣୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି (arjun tendulkar named in mumbai ranji squard) ।

ମୁମ୍ବାଇ ରଣଜୀ ଦଳରେ ଜୁନିଅର ତେନ୍ଦୁଲକର
ମୁମ୍ବାଇ ରଣଜୀ ଦଳରେ ଜୁନିଅର ତେନ୍ଦୁଲକର
author img

By

Published : Dec 30, 2021, 9:32 AM IST

ମୁମ୍ବାଇ: ଆଗାମି ରଣଜୀ ସିଜିନର ପ୍ରଥମ ୨ଟି ମ୍ୟାଚ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ଏଥିରେ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ କରି ସିନିୟର ପ୍ରଥମ ଶ୍ରେଣୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି (arjun tendulkar named in mumbai ranji squard) । ବ୍ୟାଟିଂ ବିସ୍ମୟ ପୃଥ୍ବୀ ଶ'ଙ୍କୁ ନେତୃତ୍ବ ଭାର ପ୍ରଦାନ କରାଯାଇଛି । ୪୧ଥର ରଣଜୀ ଟ୍ରଫି ଚାମ୍ପିୟନ ମୁମ୍ବାଇ ଏଥର ଏଲିଟ ସି ଗ୍ରୁପରେ ସ୍ଥାନ ପାଇଛି ।

ଜାନୁଆରୀ ୧୩ ତାରିଖରେ ମୁମ୍ବାଇ ତାର ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଦଳ ମହାରାଷ୍ଟ୍ରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜାନୁଆରୀ ୨୦ରୁ ଆରମ୍ଭ ହେଉଥିବା ଦ୍ବିତୀୟ ମ୍ୟାଚରେ ଦିଲ୍ଲୀକୁ ଭେଟିବ । ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୁମ୍ବାଇ ଏକ ସନ୍ତୁଳିତ ଦଳ ଗଠନ କରିଛି ।

ଅର୍ଜୁନ ଜଣେ ବାମହାତୀ ଦ୍ରୁତ ବୋଲର । ପୂର୍ବରୁ ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରି ସାରିଛନ୍ତି ଅର୍ଜୁନ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହରିୟାଣା ବିପକ୍ଷରେ ଅର୍ଜୁନଙ୍କୁ ମୁମ୍ବାଇ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା ।

ଦଳ: ପୃଥୀ ଶ' (ଅଧିନାୟକ), ଅର୍ଜୁନ ତେନ୍ଦୁଲକର, ଯଶସ୍ବୀ ଜୈସ୍ବାଲ. ଆକର୍ଷିକ ଗୋମେଲ, ଅରମାନ ଜାଫର, ସର୍ଫରାଜ ଖାନ, ସଚିନ ଯାଦବ, ଆଦିତ୍ୟ ତାରେ, ହାର୍ଦିକ ତାମୋରେ, ଶିବମ ଦୁବେ, ଅମନ ଖାନ, ସାମ୍ସ ମୁଲାନି, ତନୁଶ କୋଟିଆନ, ପ୍ରଶାନ୍ତ ସୋଲଙ୍ଗି, ଶାଶାଙ୍କ ଆରର୍ଦେ, ଧାୱଲ କୁଲକର୍ଣ୍ଣୀ, ମୋହିକ ଅୱସ୍ତି, ପ୍ରିନ୍ସ ବଡିଆନି, ସିଦ୍ଧାର୍ଥ ରାଉତ, ରୟଷ୍ଟନ ଡାଏସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.