ETV Bharat / sports

ଅନ୍ତର୍ଜାତୀୟ ନର୍ସ ଦିବସରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ସଚିନଙ୍କ କୃତଜ୍ଞତା

author img

By

Published : May 12, 2021, 9:36 PM IST

ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେ ଆସାମର ତିନିଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଫଟୋ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ନର୍ସ ଦିବସରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ସଚିନଙ୍କ କୃତଜ୍ଞତା
ଅନ୍ତର୍ଜାତୀୟ ନର୍ସ ଦିବସରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ସଚିନଙ୍କ କୃତଜ୍ଞତା

ମୁମ୍ବାଇ: ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ସେ ଆସାମର ତିନିଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଫଟୋ ସେୟାର କରିଛନ୍ତି । ମହାମାରୀ କୋରୋନାରୁ ଲୋକଙ୍କୁ ରକ୍ଷା କରିବାକୁ ଦିନରାତି ଏକ କରି ନିରନ୍ତର ପରିଶ୍ରମ କରୁଛନ୍ତି । କୋରୋନା ସହ ଲଢ଼ିବା ସମୟରେ ଅନେକ ସ୍ବାସ୍ଥ୍ୟକର୍ମୀ ପ୍ରାଣ ମଧ୍ୟ ହରାଇଛନ୍ତି ।

ଏହାକୁ ନେଇ ସଚିନ ତେନ୍ଦୁଲକର ଟ୍ବିଟ୍ କରି କହିଛନ୍ତି ଯେ, "ଏହି ନର୍ସମାନେ ସବୁବେଳେ ମାନବିକତାର ପରିଚୟ ଦେଇ ଆସୁଛନ୍ତି । ନିଜେ ଅସୁସ୍ଥ ଥିବା ସତ୍ତ୍ବେ କେତେ ରାତି ଅନିଦ୍ରା ରହି ଲୋକଙ୍କ ସେବା କରି ଆସୁଛନ୍ତି । ଏହି ମହାମାରୀ ସେମାନଙ୍କ ମହତ୍ତ୍ବ ଆମକୁ ବୁଝାଇଛି । ଆପଣମାନେ ଆମ ପାଇଁ ଯାହା ବି କରୁଛନ୍ତି ସେଥିପାଇଁ ଆମେ କୃତଜ୍ଞ ।"

ଖାଲି ସେତିକି ନୁହେଁ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଆସାମର ତିନି ଜଣ ନର୍ସଙ୍କ ଫଟୋ ସେୟାର କରି ସେମାନଙ୍କ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଆସାମର ଏହି ତିନି ଜଣ ନର୍ସ ମହାମାରୀ ସମୟରେ ଆସାମ ସହ ପାଖ ରାଜ୍ୟ ତ୍ରିପୁରା ଓ ମିଜୋରାମରେ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।

କେବଳ ସଚିନ ତେନ୍ଦୁଲକର ନୁହଁନ୍ତି ଅନେକ ଆଇପିଏଲ ଫ୍ରାଞ୍ଚାଇଜି ମଧ୍ୟ ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିସିସିଆଇ ମଧ୍ୟ ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭେଚ୍ଛା ଦେଇଛି । ମହାମାରୀ କୋରୋନା ଯୋଗୁଁ ବର୍ତ୍ତମାନ ଏହି ନର୍ସମାନେ ଦିନରାତି କରି ରୋଗୀସେବା କରି ଆସୁଛନ୍ତି । ଦେଶରେ ମହାମାରୀ କୋରୋନା ସଂକ୍ରମଣ ଉପର ମୁହାଁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.