ETV Bharat / sports

Border Gavskar Trophy: ଅଷ୍ଟ୍ରେଲିଆ ବିପକ୍ଷରେ 5 ଭାରତୀୟ କ୍ରିକେଟରଙ୍କ ସର୍ବାଧିକ ରନ

author img

By

Published : Feb 4, 2023, 4:52 PM IST

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ୧୦୨ ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଅଧିକ ପଢନ୍ତୁ

Border Gavskar Trophy
Border Gavskar Trophy

ହାଇଦ୍ରାବାଦ : ଆସନ୍ତା ୯ ତାରିଖଠାରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜ ହାତେଇବା ପାଇଁ ଦୁଇ ଦଳ କୌଣସି ସୁଯୋଗ ହାତ ଛଡା କରିବାକୁ ଚାହେଁନି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ୧୦୨ ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଅଷ୍ଟ୍ରେଲିଆ ୪୩ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଭାରତ ୩୦ ଟି ମୁକାବିଲାରେ ବିଜୟୀ ହୋଇଛି । ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୨୮ ଟି ମ୍ୟାଚ ଡ୍ର ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତର ୫ କ୍ରିକେଟର ବେଶ୍ ସଫଳ ରହିଛନ୍ତି । ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସଚିନ ତେନ୍ଦୁଲକର ୩୯ ମ୍ୟାଚରୁ ୩୬୩୦ ରନ ସଂଗ୍ରହ କରିଥିଲେ । ଏଥିରେ ସଚିନ ୧୧ ଟି ଶତକ ହାସଲ କରିଥିଲେ । ସଚିନଙ୍କ ପରେ ଭିଭିଏସ ଲକ୍ଷ୍ମଣ ୨୮ ଟି ମ୍ୟାଚରୁ ୨୪୩୪ ରନ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ୬ ଟି ଶତକ ସାମିଲ ରହିଛି ।

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଭାରତର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଟେଷ୍ଟ ମ୍ୟାଚର ମେରୁଦଣ୍ଡ କୁହାଯାଏ । ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨ ଟି ଟେଷ୍ଟ ମ୍ୟାଚରୁ ୨୧୪୩ ରନ ସଂଗ୍ରହ କରିଛନ୍ତି । ସେହିପରି ଚେତେଶ୍ବର ପୂଜାରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୨୦ ଟି ମ୍ୟାଚରୁ ୧୮୯୩ ରନ ସଂଗ୍ରହ କିରଛନ୍ତି । ଏହି କ୍ରିକେଟରଙ୍କ ବ୍ୟତୀତ ବିରେନ୍ଦ୍ର ସେହ୍ବାଗ ଅଷ୍ଟ୍ରେଲିଆ ବିପକ୍ଷରେ ୨୨ ଟି ଟେଷ୍ଟ ମ୍ୟାଚ ଖେଳି ୧୭୩୮ ରନ ସଂଗ୍ରହ କରିଛନ୍ତି । ଏଥିରେ ସେହ୍ବାଗ ୩ ଟି ଶତକ ହାସଲ କରିଛନ୍ତି । ସେହ୍ବାଗ ଟିମ ଇଣ୍ଡିଆ ତରଫରୁ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିବାରେ ରେକର୍ଡ କରିଛନ୍ତି ।

ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତ୍ୱର ଭାବରେ ନେଇଛି ଟିମ ଇଣ୍ଡିଆ । ଏନେଇ ପଡିଆରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଚେତେଶ୍ବର ପୂଜାରା । ଚେତେଶ୍ବର ପୂଜାରା ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ମଇଦାନରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । BCCI ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ସ୍କ୍ବାଡ ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.