ETV Bharat / sports

ଆଉ ନାହାନ୍ତି କିଙ୍ଗ୍‌ ଅଫ୍‌ ସ୍ପିନ, ସଚିନଙ୍କ ଶୋକ - ସେନ ୱାର୍ଣ୍ଣଙ୍କ ପରଲୋକ

କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ସ୍ପିନର ସେନ ୱାର୍ଣ୍ଣଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ସଚିନ ତେନ୍ଦୁଲକର । ସଚିନ କହିଛନ୍ତି, ତୁମପାଇଁ ଭାରତୀୟଙ୍କ ନିକଟରେ ସ୍ବତନ୍ତ୍ର ସ୍ଥାନ ଥିଲା ।

Sachin Tendulkar mourns Shane Warne's unfortunate demise: 'Indians have special place for you'
ଆଉ ନାହାନ୍ତି କିଙ୍ଗ୍‌ ଅଫ୍‌ ସ୍ପିନ, ସଚିନଙ୍କ ଶୋକ
author img

By

Published : Mar 4, 2022, 10:55 PM IST

ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ସ୍ପିନର ସେନ ୱାର୍ଣ୍ଣଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ସଚିନ ତେନ୍ଦୁଲକର । ସଚିନ କହିଛନ୍ତି, "ତୁମପାଇଁ ଭାରତୀୟଙ୍କ ନିକଟରେ ସ୍ବତନ୍ତ୍ର ସ୍ଥାନ ଥିଲା" ।

ଯାଦୁଗରୀ ସ୍ପିନର ୫୨ ବର୍ଷ ବୟସରେ ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏକ ସନ୍ଦେହଜନକ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଟ୍ବିଟ୍‌ ଯୋଗେଁ, ୱାର୍ଣ୍ଣଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ଟ୍ବିଟ୍‌ ଲେଖି ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସଚିନ । ସେନ ୱାର୍ଣ୍ଣ ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଲେଗ ସ୍ପିନର ଥିଲେ । ଘାତକ ସ୍ପିନ ବୋଲିଂ ପାଇଁ ତାଙ୍କୁ 'କିଙ୍ଗ୍‌ ଅଫ୍‌ ସ୍ପିନ' କୁହାଯାଉଥିଲା । ୧୪୫ଟି ଟେଷ୍ଟ ମ୍ୟାଚ୍‌ରୁ ୱାର୍ଣ୍ଣ ୭୦୮ ୱିକେଟ ହାସଲ କରିଛନ୍ତି ।

  • Shocked, stunned & miserable…

    Will miss you Warnie. There was never a dull moment with you around, on or off the field. Will always treasure our on field duels & off field banter. You always had a special place for India & Indians had a special place for you.

    Gone too young! pic.twitter.com/219zIomwjB

    — Sachin Tendulkar (@sachin_rt) March 4, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ସେହି ଶେଷ ଟ୍ବିଟ୍‌: କିଛି ଘଣ୍ଟା ପୂର୍ବରୁ ସାଥିଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି, ନିଜେ ଚାଲିଗଲେ

ସେହିପରି ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରୁ ୨୯୩ ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି । ଲମ୍ବା ସଫଳତମ ଟେଷ୍ଟ କ୍ୟାରିୟରରେ ବଲ୍‌ ସହିତ ବ୍ୟାଟ୍‌ରେ ମଧ୍ୟ କମାଲ କରିବା ସହ ୩,୧୫୪ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ ଫର୍ମାଟରେ ତାଙ୍କ ନାମରେ ରହିଛି ୧,୦୧୮ ରନ୍‌ ରହିଛି । ଅଦ୍ଭୁତ ଲେଗ ସ୍ପିନ ବୋଲିଂ କୌଶଳ ପାଇଁ ପ୍ରଖ୍ୟାତ ଥିବା ୱାର୍ଣ୍ଣ ମୋଟ ୧୦୦୧ ୱିକେଟ ହାସଲ କରିଛନ୍ତି । ୧୦୦୦ ଅନ୍ତର୍ଜାତୀୟ ୱିକେଟ ହାସଲ କରିବାରେ ସେ ବିଶ୍ବର ପ୍ରଥମ ବୋଲର ହେବାର ରେକର୍ଡ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.