ETV Bharat / sports

ଡେଭିଡ ମିଲରଙ୍କ ଲଢୁଆ ଶତକ, କଙ୍ଗାରୁ ଟିମ ଆଗରେ ୨୧୩ ରନ ଟାର୍ଗେଟ

Cricket world cup 2023: ଆଇସିସି ବିଶ୍ବକପ ୨୦୨୩ ଦ୍ବିତୀୟ ସେମି ଫାଇନାଲ । ଦକ୍ଷିଣ ଆଫ୍ରିକା ବ୍ୟାଟର ଡେଭିଡ ମିଲରଙ୍କ ଲଢୁଆ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ଆଗରେ ୨୧୩ ରନ ଟାର୍ଗେଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 16, 2023, 6:31 PM IST

Updated : Nov 16, 2023, 7:03 PM IST

David Miller
David Miller

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଇଡେନ ଗାର୍ଡେନରେ ଖେଳାଯାଉଛି ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ବେଳେ ଟିମ ଉପରେ ଭାରି ପଡ଼ିଛନ୍ତି କଙ୍ଗାରୁ ଟିମ । ଆରମ୍ଭରୁ ଅଷ୍ଟ୍ରେଲିଆ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଟପ୍‌ ଅର୍ଡର ମାଟି କାମୁଡିଥିବା ବେଳେ ଡେଭିଡ ମିଲର ଲଢୁଆ ପାରି ଖେଳି ଶତକ ହାସଲ କରିଥିଲେ । ସେପଟେ ଲଗାତର ଅଷ୍ଟ୍ରେଲିଆ ଟିମର ଆଟାକିଂ ବୋଲିଂରେ ୪୯.୨ ଓଭର ସୁଦ୍ଧା ୨୧୨ ରନରେ ଅଲଆଉଟ ହୋଇଛି ଦକ୍ଷିଣ ଆଫ୍ରିକା । ଫଳରେ ଅଷ୍ଟ୍ରେଲିଆ ଆଗରେ ରହିଛି ୨୧୩ ଟାର୍ଗେଟ ।

ସେମି ଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଆଜି ଫେଲ ମାରିଛନ୍ତି ଦକ୍ଷିଣ ଆଫ୍ରିକାର ୨ ଓପନର । ଉଭୟ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । ଅଷ୍ଟ୍ରେଲିଆ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ବିପକ୍ଷ ଟିମର ୨ ଓପନର ମାଟି କାମୁଡିଛନ୍ତି । ଟିମର ଷ୍ଟାର ବ୍ୟାଟର କ୍ବିଣ୍ଟନ ଡିକକ ୧୪ ବଲ ଖେଳି ମାତ୍ର ୩ ରନ୍‌ କରିଥିବା ବେଳେ ଅଧିନାୟକ ତଥା ଅନ୍ୟତମ ଓପନର ଟେମ୍ବା ବଭୁମା ଶୂନରେ ଆଉଟ୍‌ ହୋଇଥିଲେ । ଓପନରଙ୍କ ପରେ ଟିମର ଟପ୍‌ ଅର୍ଡର ବ୍ୟାଟର ମଧ୍ୟ ଉତ୍ତମ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ରାସି ଡୁସେନ ଓ ଏଡେନ ମାକ୍ରମ ଯଥାକ୍ରମେ ୬ ଓ ୧୦ ରନ୍‌ କରିଥିଲେ ।

ଏହା ବି ପଢନ୍ତୁ- AUS Vs SA: ବର୍ଷା କମିବା ପରେ ଖେଳ ଆରମ୍ଭ, ପୁଣି ପାଗ ବାଧକ ସାଜିବା ସମ୍ଭାବନା

ଏହାପରେ ଡେଭିଡ ମିଲରଙ୍କ ଲଢୁଆ ପାରି ଯୋଗୁଁ ଟିମ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ମିଲର ୱିକେଟକୁ ଜଗିବା ସହିତ ୧୧୬ ବଲ୍‌ରେ ୮ଟି ଚୌକା ଓ ୫ଟି ଛକା ସହ ୧୦୧ ରନ୍‌ କରିଥିଲେ । ମିଲରଙ୍କ ପରେ ପୁଣି ଦଳର ପତନ ଘଟିଥିଲା । ଅଷ୍ଟ୍ରେଲିଆ ଟିମର ଆକ୍ରମଣାତ୍ମକ ବୋଲିଂରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭର ସୁଦ୍ଧା ୨୧୨ରନରେ ଅଲଆଉଟ୍‌ ହୋଇଥିଲା । ସେପଟେ ସେମିରେ ଚମକିଥିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ମିଚେଲଙ୍କ ଖାତାରେ ୩ଟି ୱିକେଟ ଆସିଥିଲା । ପ୍ୟାଟ କମିନ୍ସ ମଧ୍ୟ ୩ଟି ୱିକେଟ ନେବାରେ ସଫଳ ହୋଇଥିଲେ ।

ଏହା ବି ପଢନ୍ତୁ-World Cup Semi Final 2 : ଟସ୍‌ ଜିତି ସାଉଥ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଅଷ୍ଟ୍ରେଲିଆ

ଜସ ହାଜେଲଉଡ ଓ ଟ୍ରାଭିସ ହେଡଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ଆଡମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତେବେ ପେସର ମିଚେଲ ଷ୍ଟାର୍କ ୧୦ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ ଦେଇଥିଲେ । ସେ ମାତ୍ର ୩୪ ରନ୍‌ ଦେଇ ୩ଟି ୱିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2023, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.