ETV Bharat / sports

IPL 2023: ଫେରିଲେ ଗେଲ ଓ ଡିଭିଲିୟର୍ସ, RCB ନୂଆ ଜର୍ସି ଉନ୍ମୋଚନ କଲେ କୋହଲି-ଡୁପ୍ଲେସି

କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୩ । ଆରସିବି ପକ୍ଷରୁ ବିରାଟ କୋହଲି, ଏବି ଡିଭିଲିୟର୍ସ ଓ କ୍ରିସ ଗେଲଙ୍କ ସମେତ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଉପସ୍ଥିତିରେ ଦଳର ନୂଆ ଜର୍ସି ଉନ୍ମୋଚନ କରାଯାଇଛି । ଅଧିକ ପଢ଼ନ୍ତୁ

RCB ନୂଆ ଜର୍ସି ଉନ୍ମୋଚନ କଲେ କୋହଲି-ଡୁପ୍ଲେସି

author img

By

Published : Mar 27, 2023, 10:22 PM IST

ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ । ଏନେଇ ବିଭିନ୍ନ ଦଳରୁ ଖେଳିବାକୁ ଥିବା ଖେଳାଳିମାନେ ନିଜନିଜ ହୋମ ଗ୍ରାଉଣ୍ଡରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ପ୍ରତିବର୍ଷ ନୂଆନୂଆ ଲୁକ୍‌ରେ ନଜର ଆସୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଖେଳାଳି ଚଳିତ ବର୍ଷ ମଧ୍ୟ ଏକ ନୂଆ ଜର୍ସିରେ ମୈଦାନକୁ ଓହ୍ଲାଇବେ । ଏହି ପରିପ୍ରେକ୍ଷୀରେ ଆରସିବି ପକ୍ଷରୁ ବିରାଟ କୋହଲି, ଏବି ଡିଭିଲିୟର୍ସ ଓ କ୍ରିସ ଗେଲଙ୍କ ସମେତ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଉପସ୍ଥିତିରେ ଦଳର ନୂଆ ଜର୍ସି ଉନ୍ମୋଚନ କରାଯାଇଛି । ତେବେ ଚଳିତ ସଂସ୍କରଣରେ ନିଜ ପ୍ରିୟ ଖେଳାଳିଙ୍କୁ ନୂଆ ଲୁକ୍‌ରେ ଦେଖିବାକୁ ପ୍ରଶଂସକ ମାନେ ବେଶ ଉତ୍ସାହିତ ଅଛନ୍ତି ।

ଆଇପିଏଲ ୨୦୨୩ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଖେଳାଳି ବିଭିନ୍ନ ଦେଶରୁ ଆସି ନିଜ ନିଜ ଦଳରେ ଯୋଗ ଦେଇଛନ୍ତି । ସମସ୍ତ ଦଳର କୋଚ ନିଜ ନିଜ ହୋମ ଗ୍ରାଉଣ୍ଡରେ ଖେଳାଳି ମାନଙ୍କୁ ନେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ଆରସିବି ମଧ୍ୟ ଏଥର ମୈଦାନକୁ ଓହ୍ଲାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ତେବେ କ୍ରିକେଟକୁ ଅଲବିଦା କହି ସାରିଥିବା ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ ଓ କ୍ରିସ ଗେଲ ଚଳିତ ବର୍ଷ ପୁଣିଥରେ ଆର୍‌ସିବି ଶିବିରରେ ନଜର ଆସିବେ । ଏହା ପୂର୍ବରୁ ରବିବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ RCB Unboxରେ ଉଭୟ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା ।

ତେବେ ଉଭୟ ପୂର୍ବ ଖେଳାଳି ଡିଭିଲିୟର୍ସ ଓ ଗେଲଙ୍କ ସହ ଦଳର ପୂର୍ବ ଅଧିନାୟକ ତଥା ଷ୍ଟାର ପ୍ଲେୟାର ବିରାଟ କୋହଲି ଓ ଅଧିନାୟକ ଫାଫ ଡୁପ୍ଲେସିସ୍‌ ଚଳିତ ବର୍ଷ ପାଇଁ RCBର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି । ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜିତ RCB Unbox କାର୍ଯ୍ୟକ୍ରମରେ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ପ୍ରଶଂସକଙ୍କର ସୁଅ ଛୁଟିଥିଲା । ତେବେ ନିଜ ପ୍ରିୟ ଖେଳାଳିଙ୍କୁ ନୂଆ ଜର୍ସିରେ ଖେଳୁଥିବାର ଦେଖିବା ପାଇଁ ମଧ୍ୟ ପ୍ରଶଂସକଙ୍କ ମନରେ ଉତ୍ସାହ ଭରି ରହିଛି । ପ୍ରଥମ ଥର ପାଇଁ ଟାଇଟଲ ହାତେଇବା ପାଇଁ ନୂଆ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ ଆରସିବି ଖେଳାଳି । ଏନେଇ ବିରାଟ କୋହଲି ଓ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ପୂର୍ବରୁ ଆରସିବି ଦଳରେ ବିଶ୍ବର ଅନେକ ଶ୍ରେଷ୍ଠ କ୍ରିକେଟର ଖେଳି ସାରିଛନ୍ତି । ଏହା ପରେ ମଧ୍ୟ ୨୦୦୮ରୁ ୨୦୨୨ ମଧ୍ୟରେ ଖେଳାଯାଇଥିବା ୧୫ ସଂସ୍କରଣରେ ଗୋଟିଏ ମଧ୍ୟ ଟ୍ରଫି ହାତେଇବାରେ ସଫଳ ହୋଇନି ଦଳ । ତେବେ ଚଳିତ ବର୍ଷ ମଧ୍ୟ ଅନେକ ଷ୍ଟାର ପ୍ଲେୟାର ଦଳରେ ରହିଥିବା ବେଳେ କିଙ୍ଗ କୋହଲି ମଧ୍ୟ ଦମଦାର ଫର୍ମରେ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ ମଧ୍ୟ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ତେଣୁ ଚଳିତ ସଂସ୍କରଣରେ ପ୍ରଥମ ଟ୍ରଫି ହାତେଇବା ପାଇଁ ଜୋରସୋରରେ ଅଭ୍ୟାସ କରିଛନ୍ତି RCB ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.