ETV Bharat / sports

Border Gavaskar Trophy: ଭାରତୀୟ ବୋଲରଙ୍କୁ ନେଇ ଏମିତି କହିଲେ ଅଧିନାୟକ ରୋହିତ ଶର୍ମା - ବର୍ଡର ଗାଭାସ୍କର ଟ୍ରଫି

ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ସାକ୍ଷାତକାର ନେଲେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ପଠାନ । ଭାରତୀୟ ବୋଲରଙ୍କୁ ନେଇ ଏଭଳି କୌତୁହଳପୂର୍ଣ୍ଣ କଥା କହିଲେ ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

Rohit Sharma interview with Irfan Pathan
ରୋହିତ ଶର୍ମାଙ୍କ ସହ ଇର୍ଫାନ ପଠାନଙ୍କ ସାକ୍ଷାତକାର
author img

By

Published : Feb 12, 2023, 8:54 PM IST

ରୋହିତ ଶର୍ମାଙ୍କ ସହ ଇର୍ଫାନ ପଠାନଙ୍କ ସାକ୍ଷାତକାର

ହାଇଦ୍ରାବାଦ: ବିଜୟରୁ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ଆରମ୍ଭ କରିଛି ଭାରତ । ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯାଇଥିବା ବେଳେ ଏଥିରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ଏହାପରେ ଇର୍ଫାନ ପଠାନଙ୍କ ସହ ଏକ ସାକ୍ଷାତକାରରେ ଅଧିନାୟକ ରୋହିତ ଶର୍ମା ଭାରତୀୟ ବୋଲରଙ୍କୁ ନେଇ କୌତୁହଳପୂର୍ଣ୍ଣ କଥା କହିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ଭିଡିଓରେ ରୋହିତ ଶର୍ମା ନିଜର ଅଧିନାୟକ ପଦର ଅନୁଭବ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ସାକ୍ଷାତକାର ନେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ ପଠାନ । ଏହି ଭିଡିଓକୁ ଇର୍ଫାନ ପଠାନ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଅଧିନାୟକ ରୋହିତ ଶର୍ମା କୌତୁହଳପୂର୍ଣ୍ଣ ଭାବେ ଇର୍ଫାନ ପଠାନଙ୍କ ପ୍ରତି ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ଭାରତରେ ଅଧିନାୟକ ପଦ ସମ୍ଭାଳିବା ବହୁ କଠିନ ବୋଲି ରୋହିତ ଶର୍ମା ହସି ହସି ଏହି ଭିଡିଓରେ କହିଛନ୍ତି । ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡ଼େଜା ଓ ମହମ୍ମଦ ସିରାଜ ବାରମ୍ବାର ବୋଲିଂ କରିବା ପାଇଁ ବଲ୍‌ ମାଗିଥାନ୍ତି ବୋଲି କହିଛନ୍ତି ରୋହିତ ।

ଏହି ଭିଡିଓରେ ରୋହିତ କହିଛନ୍ତି, "ଦଳରେ ବୋଲରମାନେ ସବୁବେଳେ କୌଣସି ନା କୌଣସି ଏକ ରେକର୍ଡର ନିକଟବର୍ତ୍ତୀ ହୋଇ ରହିଥାନ୍ତି । ସବୁ ମ୍ୟାଚ୍‌ରେ ଜଣେଜଣେ ବୋଲର କୌଣସି ରେକର୍ଡ ହାସଲ କରିଥାନ୍ତି । ଯେପରି ଅଶ୍ବିନ ଟେଷ୍ଟ କ୍ରିକେଟରେ ୩୧ତମ ୫ୱିକେଟ ସଫଳତା ହାସଲ କରି ନିଜ ଟେଷ୍ଟ କ୍ୟାରିଅରରେ ୪୫୦ ୱିକେଟ ହାସଲ କରିସାରିଲେଣି । ତାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ମଧ୍ୟ ଟେଷ୍ଟରେ ୨୫୦ ୱିକେଟ ହାସଲ କରିବାରୁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛନ୍ତି । ଦିଲ୍ଲୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ରେ ଜୋଡାଜା ଏହି ସଫଳତା ହାସଲ କରିନେବେ ।" ତେବେ ଏହି ସବୁ ରେକର୍ଡଗୁଡ଼ିକ ରୋହିତ ଶର୍ମା ଜାଣିନଥାନ୍ତି ବୋଲି କହିଛନ୍ତି । ବୋଲର ନିଜେ ଆସି ନିଜ ରେକର୍ଡ ବିଷୟରେ ରୋହିତ ଶର୍ମାଙ୍କୁ କହିଥାନ୍ତି ।

ଗତ ମାସରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ବିଷୟରେ ଏହି ସାକ୍ଷାତକାର ବେଳେ ରୋହିତ ଶର୍ମା ଓ ଇର୍ଫାନ ପଠାନଙ୍କର ବାର୍ତ୍ତାଳାପ ହୋଇଥିଲା । ଏଥିରେ ରୋହିତ ଶର୍ମା କହିଛନ୍ତି, "ସେହି ମ୍ୟାଚ୍‌ରେ ମହମ୍ମଦ ସିରାଜ ୫ ୱିକେଟ ହାସଲ କରିଥିଲେ । ମ୍ୟାଚ୍‌ରେ ପ୍ରଥମ ୨୨ ଓଭର ମଧ୍ୟରୁ କେବଳ ସିରାଜ ୧୦ ଓଭର ବୋଲିଂ କରିସାରିଥିଲେ । କାରଣ ତାଙ୍କୁ ୪ଟି ୱିକେଟ ନେବାର ଦରକାର ଥିଲା । ତେବେ ସିରାଜ ୪ଟି ୱିକେଟ ନେବା ପରେ ମଧ୍ୟ ବୋଲିଂ ପାଇଁ ବାରମ୍ବାର ଆସୁଥିଲେ ।" ଆଗକୁ ଟେଷ୍ଟ ସିରିଜ ଆସୁଥିବାରୁ ଟିକେ ଆରାମ କର ବୋଲି ରୋହିତ ଶର୍ମା ସିରାଜଙ୍କୁ କହିଥିବା ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.