ETV Bharat / sports

Cricket World Cup 2023: ଟ୍ରଫି ଉଠାଇବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ କହିଲେ ଦୀନେଶ ଲାଡ

ଦିନିକିଆ ବିଶ୍ବକପ୍‌ ୨୦୨୩ ଭାରତ ଜିତିବ ବୋଲି ବହୁ ପୂର୍ବତନ କ୍ରିକେଟର ତଥା କ୍ରିକେଟ ବିଶେଷଜ୍ଞ ଆଶାବାଦୀ । ଏହାରି ଭିତରେ ଏଥର ଟ୍ରଫି ଉଠାଇବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ କହିଛନ୍ତି ରୋହିତ ଶର୍ମା ଓ ଶାର୍ଦ୍ଦୁଲ ଠାକୁରଙ୍କ ପିଲାଦିନର କୋଚ ଦୀନେଶ ଲାଡ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 1, 2023, 5:06 PM IST

ଟ୍ରଫି ଉଠାଇବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ବିଶ୍ବକପ୍‌ ୨୦୨୩ ଭାରତ ଆୟୋଜନ କରୁଥିବାରୁ ସମସ୍ତ କ୍ରିକେଟ ପ୍ରେମୀ ବେଶ ଖୁସି । ତେବେ ଏଥର ଖେଳିବେ ଦୀନେଶ ଲାଡଙ୍କ ଦୁଇ ଶିଷ୍ୟ ଭାରତର ଅଧିନାୟକ ତଥା ଷ୍ଟାର ଓପନର ରୋହିତ ଶର୍ମା ଓ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ଯାହାକୁ ନେଇ ଦୀନେଶ ଲାଡ ବର୍ତ୍ତମାନ ସବୁଠାରୁ ଅଧିକ ଖୁସିରେ ଥିବା ବ୍ୟକ୍ତି । ଦୀନେଶ ହେଉଛନ୍ତି ମୁମ୍ବାଇ କ୍ରିକେଟର ଜଣେ ବେଶ ଜଣାଶୁଣା ଓ ସମ୍ମାନସ୍ପଦ ବ୍ୟକ୍ତି । ୨୦୨୨ରେ ଦ୍ରୋଣାଚାର୍ଯ୍ୟ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଦୀନେଶ । ତେବେ ଆସନ୍ତା ନଭେମ୍ବର ୧୯ରେ ବିଶ୍ବକପ୍‌ ଫାଇନାଲ୍‌ରେ ଟ୍ରଫି ଉଠାଇବା ପାଇଁ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ ବୋଲି ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

'ଭାରତକୁ ବିଶ୍ବକପ୍‌ ଜିତାଇବାରେ ରୋହିତଙ୍କର ରହିବ ବଡ଼ ଭୂମିକା': ରୋହିତ ଶର୍ମା ଓ ଶାର୍ଦ୍ଦୁଲ ଠାକୁରଙ୍କୁ କ୍ରିକେଟର ବନାଇବାରେ ଦୀନେଶ ଲାଡଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, "ରୋହିତ ଶର୍ମା ଗତ ଏସିଆ କପ୍‌ ଏବଂ ନିକଟରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଯେପରି ଖେଳୁଛନ୍ତି, ତାଙ୍କର ଏପରି ପ୍ରଦର୍ଶନ ଭାରତକୁ ବିଶ୍ବକପ୍‌ ଜିତାଇବାରେ ବେଶ ସହାୟକ ହେବ ।" ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌ ନେଇ ପଚାରିବାରୁ ସେ କହିଛନ୍ତି, "ରୋହିତ ଶର୍ମା ଯେଉଁଭଳି କ୍ୟାଚ୍‌ ଧରୁଛନ୍ତି, ତାଙ୍କ ଫିଟ୍‌ନେସ୍‌କୁ ନେଇ କୌଣସି ପ୍ରଶ୍ନ ଉଠିବା ଉଚିତ ନୁହେଁ ।"

ଏହା ମଧ୍ୟ ପଢ଼ନ୍ତୁ...ETV BHARAT SPECIAL: Cricket World Cup 2023: ଧୋନୀଙ୍କ ପୂର୍ବତନ କୋଚ୍‌ କହିଲେ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ଅଛି

'ବିଶ୍ବକପ୍‌ ପାଇଁ ଚୟନ ଟିମ୍‌ ବେଶ ସନ୍ତୁଳିତ': ସେ କହିଛନ୍ତି, "ବିଶ୍ବକପ୍‌ ୨୦୨୩ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ ବେଶ ସନ୍ତୁଳିତ ରହିଛି । ସମସ୍ତ ବ୍ୟାଟର ବେଶ ଭଲ ଫର୍ମରେ ରହିଛନ୍ତି । ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମରା ମଧ୍ୟ ତାଙ୍କ ଆହତ ସମସ୍ୟାରୁ ଫେରିବା ପରେ ପୂର୍ବ ଅପେକ୍ଷା ଅଧିକ ଆକ୍ରାମକ ବୋଲିଂ କରୁଛନ୍ତି । ଦଳରେ ଅନେକ ମ୍ୟାଚ୍‌ ବିଜୟୀ ଅଲରାଉଣ୍ଡର ମଧ୍ୟ ରହିଛନ୍ତି ।"

'ବିଶ୍ବକପ୍‌ ଟ୍ରଫି ଉଠାଇବା ପାଇଁ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ': ଚଳିତ ବର୍ଷ ବିଶ୍ବକପ୍‌ ଟ୍ରଫି ଉଠାଇବା ପାଇଁ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ ବୋଲି ସେ କହିଛନ୍ତି । ଏହାର କାରଣ ସେ କହିଛନ୍ତି, "ଚଳିତ ବର୍ଷ ଭାରତରେ ବିଶ୍ବକପ୍‌ ଆୟୋଜନ ହେଉଛି । ଯଦିଓ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଭଳି ଦଳ ଗୁଡ଼ିକ ମଧ୍ୟ ଭଲ ଖେଳିବେ, ହେଲେ ପ୍ରଶଂସକଙ୍କର ବହୁତ ସମର୍ଥନ ଭାରତକୁ ମିଳିବ । ଏସିଆ କପ୍‌ରେ ମଧ୍ୟ ଆମ ଦଳ ବେଶ ଭଲ ପ୍ରଦର୍ଶନ କରିଛି । ଦଳର ସମସ୍ତ ୩ ବିଭାଗ (ବ୍ୟାଟିଂ, ବୋଲି, ଫିଲ୍ଡିଂ) ମଧ୍ୟ ବେଶ ଶକ୍ତିଶାଳୀ ରହିଛି ।" ଏଥର ବିଶ୍ବକପ୍‌ରେ ରୋହିତ ଶର୍ମା ବିଶ୍ବକପ୍‌ ଟ୍ରଫି ଉଠାଇବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ଏପରିକି ଉଭୟ ରୋହିତ ଶର୍ମା ଓ ଶାର୍ଦ୍ଦୁଲ ଠାକୁର ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.