ETV Bharat / sports

IND VS SA: ଘରୋଇ ଗ୍ରାଉଣ୍ଡରେ ପନ୍ତଙ୍କ ଅନ୍ତର୍ଜାତୀୟ ଅଧିନାୟକ ପଦାର୍ପଣ - ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ନିଜ ଘରୋଇ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ କ୍ୟାପ୍ଟେନ୍ସି ଡେବ୍ୟୁ (International Captaincy Debut) କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ । ଅଧିକ ପଢନ୍ତୁ

Rishabh Pant is all set to make his international captaincy debut at his home ground
ନିଜ ଘରୋଇ ଗ୍ରାଉଣ୍ଡରେ ପନ୍ତଙ୍କ ଅନ୍ତର୍ଜାତୀୟ ଅଧିନାୟକ ପଦାର୍ପଣ
author img

By

Published : Jun 9, 2022, 3:56 PM IST

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ନିଜ ଘରୋଇ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ କ୍ୟାପ୍ଟେନ୍ସି ଡେବ୍ୟୁ (International Captaincy Debut )କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ । ପନ୍ତଙ୍କ ନେତୃତ୍ବରେ ଏହି ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜ ପାଇଁ ଅଧିନାୟକ ନିଯୁକ୍ତ ହୋଇଥିବା କେଏଲ ରାହୁଲ ଅଭ୍ୟାସବେଳେ ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ୍‌ ପଡିଛନ୍ତି । ପୂର୍ବରୁ ନିୟମିତ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି ଓ ଜଶପ୍ରୀତ ବୁମରାଙ୍କୁ ସିରିଜରୁ ବିଶ୍ରାମ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।

IND VS SA: ଘରୋଇ ଗ୍ରାଉଣ୍ଡରେ ପନ୍ତଙ୍କ ଅନ୍ତର୍ଜାତୀୟ ଅଧିନାୟକ ପଦାର୍ପଣ

ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଦିନେଶ କାର୍ତ୍ତିକ ଜାତୀୟ ଟିମକୁ ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କର ପ୍ରଦର୍ଶନ ଉପର ସମସ୍ତଙ୍କ ନଜର ରହିଛି । କୌତୁହଳର କଥା ହେଉଛି ଯେ, ଫେବୃଆରୀ ୨୦୧୯ ପରଠାରୁ ଭାରତ ପାଇଁ କୌଣସି ଟି୨୦ ମ୍ୟାଚ୍‌ ଖେଳିନାହାନ୍ତି କାର୍ତ୍ତିକ । କୋଚ୍‌ ଦ୍ରାବିଡ ଘୋଷଣା କରିସାରିଛନ୍ତି ଯେ, କାର୍ତ୍ତିକଙ୍କୁ ଫିନିସର ରୋଲ୍‌ ହିଁ ମିଳିବ । IPL 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳି ୨୨୦ ଷ୍ଟ୍ରାଇକ ରେଟ୍‌ରେ ୨୪୨ ରନ୍‌ ସଂଗ୍ରହ କରିଥିଲେ କାର୍ତ୍ତିକ । ଆରସିବିରେ ସଫଳ ଫିନିସରର ଭୁମିକା ନିଭାଇ ୩ ବର୍ଷ ପରେ ଜାତୀୟ ଟିମକୁ ଫେରିଛନ୍ତି ।

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ପ୍ରଥମ ଥର ଆଇପିଏଲ ଚାମ୍ପିୟନ ହୋଇଛି । ପାଣ୍ଡ୍ୟାଙ୍କ ନିଜର ପ୍ରଦର୍ଶନ IPL ୨୦୨୨ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ରହିଥିଲା । ୧୫ଟି ମ୍ୟାଚ୍‌ରୁ ୪୪.୨୭ ଆଭରେଜ୍‌ରେ ୪୮୭ ରନ୍‌ ସଂଗ୍ରହ କରିବା ସହ ୮ଟି ୱିକେଟ ମଧ୍ୟ ହାତେଇଥିଲେ ।

ସମ୍ଭାବ୍ୟ ଚୁଡାନ୍ତ ଏକାଦଶ :

ଭାରତୀୟ ଟିମ: ଋତୁରାଜ ଗାଏକ୍ବାଡ, ଇଶାନ କିଶନ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଅଭେଶ ଖାନ, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା ଟିମ: କ୍ବିଣ୍ଟନ ଡିକକ୍‌, ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା(କ୍ୟାପଟେନ୍‌), ଏଡନ ମାର୍କ୍ରମ, ରସି ଭାନ ଡର ଡୁସେନ, ଡେଭିଲ ମିଲର, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ଆନରିଚ ନର୍କିୟା, ମାର୍କୋ ଜାନସେନ, ତାବରେଜ ସାମସି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.