ETV Bharat / sports

ଭାରତକୁ ସହାୟତା ପାଇଁ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଅଖତରଙ୍କ ଅପିଲ - ପାକିସ୍ତାନ ବୋଲର ସୋଏବ ଅଖତର

ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର କୋରୋନା ଭାଇରସରେ ସଂକଟ ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

Request everyone to donate, raise funds for India and deliver oxygen tanks to them: Akhtar
ଭାରତକୁ ସହାୟତା ପାଇଁ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଅଖତରଙ୍କ ଅପିଲ
author img

By

Published : Apr 24, 2021, 10:45 PM IST

ହାଇଦ୍ରାବାଦ: ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର କୋରୋନା ଭାଇରସରେ ସଂକଟ ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି ।

ଭାରତରେ ଶନିବାର 3,46,786 ନୂଆ କୋଭିଡ-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ମହାମାରୀ ଭାଇରସ ପ୍ରଥମେ ଚିହ୍ନଟ ହେବାପରଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ସରକାରୀ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟାରେ ଦେଶରେ 2,624 ଲୋକଙ୍କ ମୃତ୍ୟୁ ହୋଇଛି ।

ଏକ ୟୁଟୁବ ଚ୍ୟାନେଲରେ ଅଖତର କହିଛନ୍ତି, "ଜାରିଥିବା ସଂକଟକୁ ମୁକାବିଲା କରିବା ସରକାରଙ୍କ ପାଇଁ ଅସମ୍ଭବ ବ୍ୟାପାର । ମୁଁ ମୋର ସରକାର ଓ ଫ୍ୟାନ୍ସଙ୍କୁ ଅପିଲ କରୁଛି, ଭାରତକୁ ସାହାଯ୍ୟର ହାତ ବଢାନ୍ତୁ । ଭାରତ ଏବେ ଅଧିକ ଅକ୍ସିଜେନ ଟ୍ୟାଙ୍କ ଆବଶ୍ୟକ କରୁଛି । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଫଣ୍ଡ୍‌ ବୃଦ୍ଧି କରିବା ସହ ଭାରତକୁ ଅକ୍ସିଜେନ ଟ୍ୟାଙ୍କ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ ।" ଏହି ବାର୍ତ୍ତା ରଖିବା ସହ ଅଖତର ଭାରତୀୟଙ୍କ ପ୍ରତି ସଂକଟ ସମୟରେ ସହାନୁଭୁତି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.