ETV Bharat / sports

WTC ଫାଇନାଲ: ସାଉଥାମ୍ପଟନରେ ଜାଡେଜାଙ୍କ ଜୋରଦାର୍ ଅଭ୍ୟାସ - ଭାରତ ବନାମ ନ୍ୟୁଜିଲାଣ୍ଡ

ଭାରତୀୟ ଟିମ କ୍ବାରେଣ୍ଟିନ ଶେଷ କରି ଅଭ୍ୟାସ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Ravindra Jadeja starts training in Southampton ahead of the WTC final
WTC ଫାଇନାଲ: ସାଉଥାମ୍ପଟନରେ ଜାଡେଜାଙ୍କ ଜୋରଦାର୍‌ ଅଭ୍ୟାସ
author img

By

Published : Jun 6, 2021, 4:50 PM IST

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌(WTC) ଫାଇନାଲ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ଇଂଲଣ୍ଡରେ ପହଞ୍ଚିସାରିଛନ୍ତି ଫାଇନାଲ ଲଢେଇରେ ଥିବା ଭାରତ ଓ ନ୍ୟୁଜିଲାଣ୍ଡ । ଭାରତୀୟ ଟିମ କ୍ବାରେଣ୍ଟିନ ଶେଷ କରି ଅଭ୍ୟାସ ଆରମ୍ଭ କରିଥିବାବେଳେ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ସହ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଛି ।

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରବିବାର ସାଉଥାମ୍ପଟନରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଜାଡେଜା ଅଭ୍ୟାସ ସମୟର ଫଟୋ ସେୟାର କରିଛନ୍ତି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ 18ରୁ ଆଇସିସିର ମେଗା ଇଭେଣ୍ଟ WTCର ପ୍ରଥମ ସଂସ୍କରଣ ଫାଇନାଲ ମୁକାବିଲା ଖେଳାଯିବ । ଭାରତୀୟ ମହିଳା ଓ ପୁରୁଷ ଟିମ ଗତ ଗୁରୁବାର WTC ଫାଇନାଲ ଓ ଇଂଲଣ୍ଡ ସିରିଜ ପାଇଁ ଲଣ୍ଡନରେ ପହଞ୍ଚିଥିଲା ।

ପୁରୁଷ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ WTC ଫାଇନାଲ ଖେଳିବା ପରେ, ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଅନ୍ୟପଟେ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, 3ଟିକିଆ ଦିନିକିଆ ସିରିଜ ଓ ପରେ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.