ETV Bharat / sports

Ranji Trophy: ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ପ୍ରି-ଆଇପିଏଲ ପର୍ଯ୍ୟାୟ

author img

By

Published : Feb 3, 2022, 8:15 PM IST

ଚଳିତ ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ପୂର୍ବରୁ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟ(Pre-IPL phase) ଫେବୃଆରୀ ୧୨ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଖେଳାଯିବ । ପରେ ଆଇପିଏଲ ଶେଷ ହେବାପରେ ଟୁର୍ନାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ ମଇ ୩୦ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ

Ranji Trophy: Pre-IPL phase to run from Feb 10-March 15; post IPL-phase from May 30-June 26
Ranji Trophy: ଫେବୃଆରୀ ୧୦ରୁ ମାର୍ଚ୍ଚ ୧୫ ପ୍ରି-ଆଇପିଏଲ ପର୍ଯ୍ୟାୟ

ନୂଆଦିଲ୍ଲୀ: ଚଳିତ ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ପୂର୍ବରୁ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟ(Pre-IPL phase) ଫେବୃଆରୀ ୧୨ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଖେଳାଯିବ । ପରେ ଆଇପିଏଲ ଶେଷ ହେବାପରେ ଟୁର୍ନାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ ମଇ ୩୦ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ଖେଳାଯିବ । ଚଳିତ ସିଜିନର ରଣଜୀ ଟ୍ରଫି ୬୨ ଦିନ ଖେଳାଯିବାକୁ ଥିବାବେଳେ ୬୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ସମସ୍ତ ସଦସ୍ୟ ରାଜ୍ୟ ବୋର୍ଡ ଉଦ୍ଦେଶ୍ୟରେ BCCI ସମ୍ପାଦକ ଜୟ ଶାହା ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଚଳିତ ସିଜିନର ରଣଜୀ ଟ୍ରଫି ଆୟୋଜନ ନେଇ ଉଲ୍ଲେଖ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Ranji Trophy: OCA କ୍ୟାମ୍ପ୍‌ ଆରମ୍ଭ, ଜାଫର୍‌ଙ୍କ ଗୁରୁମନ୍ତ୍ରରେ ଜିତିବ ଓଡିଶା

ଦେଶର ୯ଟି ପୃଥକ ଭେନ୍ୟୁରେ ରଣଜୀ ଟ୍ରଫି ଖେଳାଯିବା ନେଇ ସୂଚୀ ରହିଛି । ୮ଟି ଏଲିଟ ଗ୍ରୁପ ଓ ଗୋଟିଏ ପ୍ଲେଟ୍‌ ଗ୍ରୁପ ରହିଛି । ଏଲିଟ୍‌ ଗ୍ରୁପରେ ୪ଟି ଟିମ ଓ ପ୍ଲେଟ୍‌ ଗ୍ରୁପ୍‌ରେ ୬ଟି ଟିମ ରହିଛନ୍ତି । ପ୍ରତ୍ୟେକ ଏଲିଟ୍‌ ଗ୍ରୁପ୍‌ରୁ ଗୋଟିଏ ଟିମ କ୍ବାର୍ଟର-ଫାଇନାଲ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବ। ଯୋଗ୍ୟତା ଅର୍ଜନ କରିଥିବା ୮ଟି ଟିମ ମଧ୍ୟରୁ ନିମ୍ନ ମାନ୍ୟତା ଥିବା ଟିମ ପ୍ଲେଟ୍‌ ଗ୍ରୁପର ଶୀର୍ଷ ଟିମ ସହିତ ପ୍ରି-କ୍ବାର୍ଟରଫାଇନାଲ ମ୍ୟାଚ୍‌ ଖେଳିବେ ।

ଗ୍ରୁପ୍‌:

ଏଲିଟ୍‌ ଗ୍ରୁପ୍‌ A: ଗୁଜରାଟ, ମଧ୍ୟ ପ୍ରଦେଶ, କେରଳ ଓ ମେଘାଳୟ(ରାଜକୋଟ୍‌ରେ ଖେଳାଯିବ ମ୍ୟାଚ୍‌)

ଏଲିଟ୍‌ ଗ୍ରୁପ୍‌ B: ବେଙ୍ଗଲ, ବରୋଦା, ହାଇଦ୍ରାବାଦ, ଚଣ୍ଡିଗଡ(କଟକରେ ଖେଳାଯିବ ମ୍ୟାଚ୍‌)

ଏଲିଟ୍‌ ଗ୍ରୁପ୍‌ C: କର୍ଣ୍ଣାଟକ, ରେଲୱେ, ଜାମ୍ମୁ-କାଶ୍ମୀର, ପଣ୍ଡିଚେରୀ(ଚେନ୍ନାଇରେ ଖେଳାଯିବ ମ୍ୟାଚ୍‌)

ଏଲିଟ୍‌ ଗ୍ରୁପ୍‌ D: ସୌରାଷ୍ଟ୍ର, ମୁମ୍ବାଇ, ଓଡିଶା, ଗୋଆ(ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ୍‌)

ଗ୍ରୁପ E: (ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ସର୍ଭିସେସ ଓ ଉତ୍ତରାଖଣ୍ଡ), ଗ୍ରୁପ F: (ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା ଓ ତ୍ରିପୁରା), ଗ୍ରୁପ G:( ବିଦର୍ଭ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଆସାମ) ଓ ଗ୍ରୁପ H: (ଦିଲ୍ଲୀ, ତାମିଲନାଡୁ, ଝାଡଖଣ୍ଡ ଓ ଛତିଶଗଡ)ଏହି ଟିମ ଗୁଡିକର ମ୍ୟାଚ୍‌ ଯଥାକ୍ରମେ ତ୍ରିବେନ୍ଦ୍ରମ, ଦିଲ୍ଲୀ, ହରିୟାଣା ଓ ଗୌହାଟୀରେ ଖେଳାଯିବ । ଅନ୍ୟପଟେ ପ୍ଲେଟ୍‌ ଗ୍ରୁପରେ ଥିବା ଟିମ-- ବିହାର, ନାଗାଲାଣ୍ଡ, ମଣୀପୁର, ମିଜୋରାମ, ସିକିମ ଓ ଅରୁଣାଚଳ ପ୍ରଦେଶର ମ୍ୟାଚ୍‌ଗୁଡିକ କୋଲକାତାରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.