ETV Bharat / sports

କୋରୋନାରେ ହାରିଗଲେ ଏହି ଭାରତୀୟ କ୍ରିକେଟର - ଭାରତୀୟ କ୍ରିକେଟର

କୋରୋନା ନେଇଗଲା ରାଜସ୍ଥାନର ପୂର୍ବତନ ଲେଗ୍‌ ସ୍ପିନର ଓ ରଣଜୀ ଟ୍ରଫି ବିଜେତା ଟିମର ସଦସ୍ୟ ବିବେକ ଯାଦବଙ୍କ ଜୀବନ । ଅଧିକ ପଢନ୍ତୁ...

କୋରୋନାରେ ହାରିଗଲେ ଏହି ଭାରତୀୟ କ୍ରିକେଟର
କୋରୋନାରେ ହାରିଗଲେ ଏହି ଭାରତୀୟ କ୍ରିକେଟର
author img

By

Published : May 6, 2021, 5:20 PM IST

ହାଇଦ୍ରାବାଦ: କୋରୋନା ଯୁଦ୍ଧରେ ହାରିଗଲେ ରାଜସ୍ଥାନର ପୂର୍ବତନ ଲେଗ୍‌ ସ୍ପିନର ଓ ରଣଜୀ ଟ୍ରଫି ବିଜେତା ଟିମର ସଦସ୍ୟ ବିବେକ ଯାଦବ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 36 ବର୍ଷ ବୟସ ହୋଇଥିଲା । ପତ୍ନୀଙ୍କ ସହ ତାଙ୍କର ଛୋଟ ଝିଅ ମଧ୍ୟ ରହିଛନ୍ତି । ମେ' 5ରେ ଜୟପୁରର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଦବ ।

ପୂର୍ବତନ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଯାଦବଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ଜଣେ ଭଲ ବନ୍ଧୁଙ୍କୁ ହରାଇଲେ ବୋଲି ଟ୍ବିଟ କରିଛନ୍ତି । ଏଥିସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

  • Rajasthan Ranji Player and a dear friend...Vivek Yadav is no more. May his soul R.I.P. Thoughts and prayers with the family 🙏 Om Shanti.

    — Wear a Mask. Stay Safe, India (@cricketaakash) May 5, 2021 " class="align-text-top noRightClick twitterSection" data=" ">

ଯାଦବ ମୋଟ 18ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 57 ୱିକେଟ ହାସଲ କରିଥିଲେ । 2010-11 ରଣଜୀ ଟ୍ରଫି ଫାଇନାଲ ଖେଳିଥିଲେ ଯାହାକି ଘରୋଇ କ୍ରିକେଟ କ୍ୟାରିୟରର ସବୁଠୁ ମହତ୍ତ୍ବପୂର୍ଣ୍ଣ ମୁକାବିଲା ରହିଥିଲା । ଫାଇନାଲ ମୁକାବିଲାରେ ବରୋଦା ବିପକ୍ଷରେ 91 ରନ୍‌ ବ୍ୟୟରେ 4ଟି ୱିକେଟ ହାସଲ କରିଥିଲେ ଓ ପ୍ରଥମ ଇଂନିସରେ ଅଗ୍ରଣୀ ଦେବାରେ ପ୍ରମୁଖ ଭୁମିକା ନିଭାଇଥିଲେ । ଯାଦବ ନିଜର ଶେଷ ପେଷାଦାର ମ୍ୟାଚ 30 ବର୍ଷ ବୟସ ପୂର୍ବରୁ ଖେଳିଥିଲେ ।

ଯାଦବ କ୍ୟାନସରରେ ପୀଡିତ ଥିଲେ ଓ ତାଙ୍କର କେମିଓଥେରାପି ଚିକିତ୍ସା ଚାଲିଥିଲା । ହସ୍ପିଟାଲରେ ସେଠାରେ କୋଭିଡ-19 ପରୀକ୍ଷା କରାଯାଇଥିଲା ଯେଉଁଥିରେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

ଅନ୍ୟପଟେ ବିସିସିଆଇର ପୂର୍ବତନ ଷ୍ଟାଟିଷ୍ଟିସିଆନ ଦିନାର ଗୁପ୍ତେଙ୍କ ମଧ୍ୟ ଆଜି(ମେ 6)ରେ ଦେହାନ୍ତ ହୋଇଛି । ଏନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସୂଚନା ଦେଇଛି । ସେ ବରୋଦାରେ ରହଥିଲେ ଓ କୋରୋନାରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ ।

ଦିନାର ଗୁପ୍ତେ ପ୍ରାୟ 15 ବର୍ଷ ବିସିସିଆଇର ଅଧିକାରୀକ ଷ୍ଟାଟିଷ୍ଟିସିଆନ ରହିଛନ୍ତି । ବର୍ଷ 1970ରୁ ସ୍କୋରର ଭାବେ ବିସିସିଆଇ, ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଓ ଅଲ ଇଣ୍ଡିଆ ରେଡିଓ ସହ ମଧ୍ୟ ଯୋଡି ହୋଇଥିଲେ । 1999 ବିଶ୍ବକପରେ ଟିମ ଇଣ୍ଡିଆର ସ୍କୋରର ରୂପରେ ମଧ୍ୟ ସାଥିରେ ଯାତ୍ରା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.