ଗୋସ ଇସଲେଟ(ସେଣ୍ଟ୍ ଲୁସିଆ): ଦ୍ରୁତ ବୋଲର କାଗିସୋ ରାବାଡାଙ୍କ ଘାତକ ବୋଲିଂ ବଳରେ ଇଣ୍ଡିଜକୁ ପ୍ରଥମ ଟେଷ୍ଟ୍ରେ ଗୋଟିଏ ଇଂନିସ ଓ 63 ରନରେ ହରାଇଛି ଦକ୍ଷିଣ ଆଫ୍ରିକା । ଫଳରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି । ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା 5 ୱିକେଟ ହାସଲ କରିବା ସହ ବିଜୟରେ ପ୍ରମୁଖ ଭୁମିକା ନିଭାଇଛନ୍ତି । ଏହା 2018 ପରଠାରୁ 33ଟି ଇଂନିସରେ ପ୍ରଥମ 10 ୱିକେଟ ହାସଲ ।
ୱେଷ୍ଟଇଣ୍ଡିଜ ପ୍ରଥମ ଇଂନିସରେ 97 ଓ ଦ୍ବିତୀୟ ଇଂନିସରେ 162 ରନ୍ରେ ସୀମିତ ରହିଥିଲା । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 322 ରନ୍ କରିଥିଲା । ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଅପରାଜିତ ଶତକୀୟ ଇଂନିସ ଖେଳିଥିଲେ । 170 ବଲ୍ରୁ 12 ଚୌକା ଓ 7ଛକା ସହାୟତାରେ 141 ରନ୍ର ମାରାଥନ ଇଂନିସ ଖେଳିଥିଲେ ଡିକକ୍ ।
ଆଡାମ ମାକ୍ରମ 60 ଓ ଭାନ ଡର ଡସନ 46 ରନ୍ର ଇଂନିସ ଖେଳିଥିଲେ । ରବାଡା ପ୍ରଥମ ଇଂନିସରେ ଗୋଟିଏ ଓ ଦ୍ବିତୀୟ ଇଂନିସରେ 4ଟି ୱିକେଟ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ