ETV Bharat / sports

ଦିନିକିଆ କ୍ରିକେଟ୍‌ରୁ ଡି'କକ୍‌ଙ୍କ ଅବସର, କିମ୍ବଦନ୍ତୀ ତାଲିକାରେ ସାମିଲ କଲେ ବାଭୁମା - ଦିନିକିଆରୁ ଅବସର ନେଲେ ଡିକକ୍‌

ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ ଲଢ଼େଇ ହାରିବା ସହ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍‌କିପର-ବ୍ୟାଟର କ୍ବିଣ୍ଟନ ଡି'କକ୍‌ । ଭାରତରେ ବିଶ୍ବକପ୍‌ ପରେ ଅବସର ନେଇ ପୂର୍ବରୁ କରିଥିଲେ ଘୋଷଣା । ଅଧିକ ପଢ଼ନ୍ତୁ

Quinton de Kock retires from ODIs
ଦିନିକିଆ କ୍ରିକେଟ୍‌ରୁ ଡି'କକ୍‌ଙ୍କ ଅବସର
author img

By ETV Bharat Odisha Team

Published : Nov 17, 2023, 5:51 PM IST

ହାଇଦ୍ରାବାଦ: ଦିନିକିଆ କ୍ରିକେଟରୁ ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍‌କିପର-ବ୍ୟାଟର କ୍ବିଣ୍ଟନ ଡି'କକ୍‌ଙ୍କ ଅବସର । ଏଣିକି ଆଉ ଦିନିକିଆ କ୍ରିକେଟ୍‌ରେ ଦେଖିବାକୁ ମିଳିବେନି ଦକ୍ଷିଣ ଆଫ୍ରିକାର ଏହି ଧୂଆଁଧାର ବ୍ୟାଟର । ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳି ସେ ଦିନିକିଆ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ମାତ୍ର ୩୦ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଛନ୍ତି । ଭାରତରେ ଆୟୋଜିତ ବିଶ୍ବକପରେ ତାଙ୍କର କ୍ୟାରିୟର ଶେଷ ହେବ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ । ଦମଦାର ଫର୍ମରେ ରହିଥିଲେ ହେଁ ଡି'କକ୍‌ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି ।

ଅଷ୍ଟ୍ରେଲିଆ ଠାରୁ ୩ ୱିକେଟ୍‌ରେ ହାରିବା ସହ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ୨୦୨୩ରୁ ବିଦାୟ ନେଇଛି । ଯଦିଓ ଡି'କକ୍‌ ସେମିଫାଇନାଲ୍‌ ଭଳି ବଡ଼ ଷ୍ଟେଜ୍‌ରେ ନିଜ ଶେଷ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେଇପାରିନଥିଲେ, ହେଲେ ସେ ଚଳିତ ବିଶ୍ବକପ୍‌ରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ସେ ୧୦ଟି ମ୍ୟାଚ୍‌ ଖେଳି ୬୯.୪୦ ହାରରେ ମୋଟ୍‌ ୫୯୪ ରନ୍‌ ସଂଗ୍ରହ କରିଥିଲେ । ଡି'କକ୍‌ଙ୍କ ଉପରେ ୭୧୧ ରନ୍‌ ସହ ରହିଛନ୍ତି କେବଳ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ପ୍ରଥମ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଭାବେ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ୪ଟି ଶତକ ଅର୍ଜନ କରିବାର କୀର୍ତ୍ତିମାନ କରିଥିଲେ ଡି'କକ୍‌ । କ୍ରିକେଟ୍‌ ବିଶ୍ବକପ୍‌ ଇତିହାସରେ ପ୍ରଥମ ୱିକେଟ୍‌କିପର ଭାବେ ୫୦୦ରୁ ଅଧିକ ରନ୍‌ ସ୍କୋର କରିବା ସହ ୱିକେଟ୍‌ ପଛରେ ୨୦ ୱିକେଟ୍‌ (୧୯ କ୍ୟାଚ୍‌, ୧ ଷ୍ଟମ୍ପିଂ) ନେଇଛନ୍ତି ଡି'କକ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ

୨୦୧୩ରେ ମାତ୍ର ୨୦ ବର୍ଷ ବୟସରେ ଡି'କକ୍‌ ଦକ୍ଷିଣ ଆଫ୍ରିକା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ । ୧୦ ବର୍ଷର କ୍ୟାରିୟର ମଧ୍ୟରେ ସେ ୧୫୫ଟି ଦିନିକିଆ ମ୍ୟାଚ୍‌ ଖେଳି ୪୫.୭୪ ହାରରେ ମୋଟ୍‌ ୬୭୭୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ମଧ୍ୟ କ୍ରିକେଟ୍‌ର ସମସ୍ତ ୩ ଫର୍ମାଟ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଛନ୍ତି । ହେଲେ ତାଙ୍କ ନେତୃତ୍ବରେ ଦଳ ଆଶାନୁରୂପ ପ୍ରଦର୍ଶନ ଦେବାରେ ବିଫଳ ରହିଥିଲା । ସୂଚନାଯୋଗ୍ୟ, ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଡିସେମ୍ବର ୩୦, ୨୦୨୧ରେ ଡି'କକ୍‌ ଟେଷ୍ଟ କ୍ରିକେଟ୍‌ରୁ ନିଜର ଅବସର ଘୋଷଣା କରିସାରିଛନ୍ତି । ଏବେ ଦିନିକିଆରୁ ଅବସର ପରେ ସେ କେବଳ ଟି୨୦ କ୍ରିକେଟ୍‌ ଖେଳିବେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୩ ଶତକ ହାସଲ କରିବାରେ ଡିକକ୍‌ ପ୍ରଥମ, ରୋହିତ-ଗାଙ୍ଗୁଲିଙ୍କ କ୍ଲବ୍‌ରେ ସାମିଲ

ଦଳର ଏହି ଷ୍ଟାର ଖେଳାଳିଙ୍କ ଅବସର ନେଇ ଅଧିନାୟକ ଟେମ୍ବା ବାଭୁମା କହିଛନ୍ତି, "ଖେଳାଳି ଭାବେ ତାଙ୍କ ସହ ଖେଳିବାକୁ ଆମେ ସମସ୍ତେ ବହୁତ ଉପଭୋଗ କରିଛୁ । ଦକ୍ଷିଣ ଆଫ୍ରିକାରେ ଜଣେ କିମ୍ବଦନ୍ତୀ କ୍ରିକେଟ୍‌ ଭାବରେ ସେ ପରିଗଣିତ ହେବେ । ସେ ବିଶ୍ବକପ୍‌ରେ ଭିନ୍ନ ଭାବେ ନିଜ କ୍ୟାରିୟର ଶେଷ କରିବାକୁ ଚାହୁଁଥିଲେ । ହେଲେ ଦଳ ପାଇଁ ସେ ଯେଉଁ ପ୍ରକାର ଫାଇଟ୍‌ କରିଛନ୍ତି ଓ ଇନିଂସ ଖେଳିଛନ୍ତି, ସେଥିପାଇଁ ସେ ସବୁବେଳେ ମନେରହିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.