ETV Bharat / sports

ପତ୍ନୀ ପୂଜାଙ୍କ ସହ ପୂଜାରା ନେଲେ କୋରୋନା ଟିକା

author img

By

Published : May 10, 2021, 7:02 PM IST

ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ସୋମବାର ପତ୍ନୀ ପୂଜାଙ୍କ ସହ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି । ଅଧିକ ପଢନ୍ତୁ...

Pujara and wife Puja receive first dose of Covid-19 vaccine
ପତ୍ନୀ ପୂଜାଙ୍କ ସହ ପୂଜାରା ନେଲେ କୋରୋନା ଟିକା

ହାଇଦ୍ରାବାଦ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ସୋମବାର ପତ୍ନୀ ପୂଜାଙ୍କ ସହ କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି । ଟ୍ବିଟ ଯୋଗେ ଟିକା ନେବା ସମୟର ଫଟୋ ସେୟାର କରିବା ସହ ପୂଜାରା ସମସ୍ତ ଟିକା ନେବାକୁ ଅପିଲ କରିଛନ୍ତି ।

ସୋମବାର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ମଧ୍ୟ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି । ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ପତ୍ନୀ ପ୍ରତୀମା ସିଂହଙ୍କ ସହ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ।

ଗତ ସପ୍ତାହରେ ଉମେଶ ଯାଦବ, ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ ମଧ୍ୟ ପ୍ରଥମ ଡୋଜ ଟିକା ନେଇଛନ୍ତି । ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନଜର ଆସିବେ ରାହାଣେ, ଉମେଶ, ଇଶାନ୍ତ ଓ କୋହଲି ।

ଜୁନ୍‌ 18ରୁ ଜୁନ 22 ପର୍ଯ୍ୟନ୍ତ WTC ଫାଇନାଲ ମ୍ୟାଚ ଖେଳାଯିବ । ଜୁନ 23କୁ ରିଜର୍ଭ ଦିବସ ରଖାଯାଇଛି । ଫାଇନାଲ ମ୍ୟାଚ ପ୍ରଥମେ ଲର୍ଡ୍ସରେ ଖେଳାଯିବା ନେଇ ସୂଚୀ ରହିଥିଲା, ମାତ୍ର ପରେ କୋଭିଡ-19 ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଇସିସି ଏହାକୁ ସାଉଥାମ୍ପଷ୍ଟନରେ ଫାଇନାଲ ଖେଳାଯିବାକୁ ଚୂଡାନ୍ତ ନିଷ୍ପତ୍ତି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.