ETV Bharat / sports

କୋହଲିଙ୍କ ଝିଅକୁ ଦେଇଥିଲା ଧମକ, ହାଇଦ୍ରାବାଦରୁ ଧରାପଡିଲା ଧମକକାରୀ

author img

By

Published : Nov 10, 2021, 5:43 PM IST

ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଥିବା ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ । ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ...

ପୋଲିସ କବ୍‌ଜାରେ ଅଭିଯୁକ୍ତ, କୋହଲିଙ୍କ ଝିଅକୁ ଦେଇଥିଲା ଧମକ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଥିବା ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ । ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବାପରେ ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିଲା ଯୁବକ ।

ଗିରଫ ଯୁବକଙ୍କ ନାମ ରାମ୍ନଗେଶ ଆଲିବାତିନି ବୋଲି ଜଣା ପଡ଼ିଛି । ଖାଲି ସେତିକି ନୁହେଁ ଏହି ୨୩ ବର୍ଷୀୟ ଯୁବକ ଜଣକ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ବୋଲି ପୋଲିସ ସୂଚନା ଦେଇଛି । ଏକ ଫୁଡ ଡେଲିଭେରୀ ଆପ୍ଲିକେସନ ପାଇଁ ଯୁବକ ଜଣକ କାର୍ଯ୍ୟ କରୁଥିଲେ । ପାକିସ୍ତାନ ଠାରୁ ହାରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିଲା ଏହି ଯୁବକ । ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ମୁମ୍ବାଇ ପୋଲିସର ସାଇବର ସେଲ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା ।

ଆଜି ଯୁବକଙ୍କୁ ଗିରଫ କରାଯାଇଛି । ଏହି ମ୍ୟାଚ୍‌ ପରେ ଭାରତୀୟ ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମୀଙ୍କୁ ମଧ୍ୟ ଅନଲାଇନ୍‌ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା । ଏହାପରେ କୋହଲିଙ୍କ ସହ ଦଳର ଅନ୍ୟ ସଦସ୍ୟମାନେ ସାମିଙ୍କ ସମର୍ଥନରେ ଆଗେଇ ଆସିଥିଲେ । ସାମିଙ୍କ ବିରୋଧରେ ଏକ ଅନାମ ଆକାଉଣ୍ଟରୁ ଜାତିଗତ ଟିପ୍ପଣୀ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଏହି ଟ୍ବିଟର ଆକାଉଣ୍ଟକୁ ଡିଲିଟ୍‌ ମଧ୍ୟ କରି ଦିଆଯାଇଥିଲା । @Criccrazyygirl ନାମକ ଟ୍ବିଟର ଆକାଉଣ୍ଟରୁ କୋହଲିଙ୍କ ୯ ମାସର ଝିଅଙ୍କୁ ଧମକ ଦିଆଯାଇଥିଲା । ଏହି ଆକାଉଣ୍ଟକୁ ମଧ୍ୟ ଡିଲିଟ୍‌ କରି ଦିଆଯାଇଛି । କୋହଲିଙ୍କ ଝିଅକୁ ନେଇ ଦିଲ୍ଲୀ ମହିଳା କମିଶନ ତାଙ୍କ ପକ୍ଷରୁ ପୋଲିସକୁ ରିପୋର୍ଟ ମାଗିଥିଲେ । ଏହାପରେ ନଭେମ୍ବର ୮ ତାରିଖରେ ମହିଳା କମିଶନଙ୍କ ନିକଟରେ FIR ନକଲ ସହ ତଦନ୍ତକୁ ନେଇ ରିପୋର୍ଟ ଦାଖଲ କରିଥିଲା ପୋଲିସ । ଆଜି ଯୁବକ ଗିରଫ ହେବାପରେ ମଧ୍ୟ ଏକ ନକଲ ମହିଳ କମିଶନଙ୍କ ନିକଟରେ ଦାଖଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.