ETV Bharat / sports

'ସହଜ ହୋଇଛି ପାକିସ୍ତାନ ଦଳ ପାଇଁ ଖେଳିବା'

author img

By

Published : Jul 7, 2021, 9:13 PM IST

ଆଗ ଅପେକ୍ଷା ପାକିସ୍ତାନ ଜାତୀୟ ଦଳ ପାଇଁ ଖେଳିବା ବର୍ତ୍ତମାନ ସହଜ ହୋଇଛି । ଏହା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି । ଏକ ସମାରୋହରେ ଯୋଗ ଦେଇ ପାକିସ୍ତାନ ଜାତୀୟ ଦଳର ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଛନ୍ତି ଆଫ୍ରିଦି । ଅଧିକ ପଢ଼ନ୍ତୁ...

'ସହଜ ହୋଇଛି ପାକିସ୍ତାନ ଜାତୀୟ ଦଳ ପାଇଁ ଖେଳିବା'

ନୂଆଦିଲ୍ଲୀ: ଆଗ ଅପେକ୍ଷା ପାକିସ୍ତାନ ଜାତୀୟ ଦଳ ପାଇଁ ଖେଳିବା ବର୍ତ୍ତମାନ ସହଜ ହୋଇଛି । ଏହା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି । ଏକ ସମାରୋହରେ ଯୋଗ ଦେଇ ପାକିସ୍ତାନ ଜାତୀୟ ଦଳର ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଛନ୍ତି ଆଫ୍ରିଦି । ସିମିତ ଓଭର କ୍ରିକେଟରେ ଦଳୀୟ ଖେଳାଳିଙ୍କୁ ବାରମ୍ବାର ପରିବର୍ତ୍ତନ କରିବା ଓ ଯୁବ କ୍ରିକେଟରଙ୍କୁ ଶୀଘ୍ର ଅବସର ଦେବାକୁ ଆଲୋଚନା କରିଛନ୍ତି ଆଫ୍ରିଦି ।

ସେ କହିଛନ୍ତି ଯେ, "ପୂର୍ବରୁ ପାକିସ୍ତାନ ଦଳ ପାଇଁ ଖେଳିବା କ୍ରିକେଟରଙ୍କ ମୂଳ ଲକ୍ଷ୍ୟ ରହୁଥିଲା । କିନ୍ତୁ ବର୍ତ୍ତମାନ ପାକିସ୍ତାନ ପାଇଁ ଖେଳିବା ସହଜ ହୋଇଛି । ଘରୋଇ କ୍ରିକେଟର ବହୁତ କମ୍ ଅଭିଜ୍ଞତା ସତ୍ତ୍ବେ ଦଳରେ ସେମାନଙ୍କୁ ସୁଯୋଗ ଦିଆଯାଉଛି । ପୁଣି ଖରାପ ପ୍ରଦର୍ଶନ ହେଲେ ତାଙ୍କୁ ତୁରନ୍ତ ଦଳରୁ ବାହାର ରାସ୍ତା ଦେଖାଇ ଦିଆଯାଉଛି ।"

ପୂର୍ବତନ ପାକିସ୍ତାନ ଅଲରାଉଣ୍ଡରଙ୍କ ମତରେ ନୂଆ କରି କ୍ୟାରିଅର ଆରମ୍ଭ କରୁଥିବା କ୍ରିକେଟରଙ୍କ ଅତି କମରେ 3 ବର୍ଷ ଘରୋଇ କ୍ରିକେଟରେ ଅଭିଜ୍ଞତା ରହିଥିବା ଆବଶ୍ୟକ । ଏହାପରେ ଜାତୀୟ ଦଳରେ ସାମିଲ କରାଯିବା ଉପରେ ଆଲୋଚନା କରାଯାଉ।

ଆଫ୍ରିଦିଙ୍କ ମତରେ ଦେଶ ପାଇଁ ଖେଳିବା ଏତେ ସହଜ କରିଦେଲେ ଯୁବ ପ୍ରତିଭା ଏହାର ମହତ୍ତ୍ବ ବୁଝି ପାରିବେ ନାହିଁ । ଏହାସହ ଦଳ ମୂଳସ୍ଥରରୁ ସୁଦୃଢ଼ ହୋଇ ପାରିବ ନାହିଁ । ବର୍ତ୍ତମାନ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ଭଳ ପ୍ରଦର୍ଶନ କରିଦେଲେ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳି ଯାଉଛି । ଯେଉଁମାନେ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି, କେବଳ ସେହିମାନଙ୍କୁ ହିଁ ଦଳରେ ସ୍ଥାନ ଦିଆଯାଉ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.