ETV Bharat / sports

T20 World Cup: ବିଶ୍ୱକପରୁ ଆଉଟ୍ ୱେଷ୍ଟଇଣ୍ଡିଜ, ଇସ୍ତଫା ଦେବେ କୋଚ

ଚଳିତ ଟି-20 ପୁରୁଷ ବିଶ୍ବକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ । ଦଳର ବିଫଳତା ପରେ ଇସ୍ତଫା ଦେବେ ମୁଖ୍ୟ କୋଚ ଫିଲ ସିମୋନ୍ସ । ଅଧିକ ପଢନ୍ତୁ

T20 World Cup
ବିଶ୍ବକପରୁ ଆଉଟ ୱେଷ୍ଟଇଣ୍ଡିଜ, ଇସ୍ତଫା ଦେଲେ କୋଚ
author img

By

Published : Oct 25, 2022, 4:15 PM IST

Updated : Oct 26, 2022, 7:10 AM IST

ହାଇଦ୍ରାବାଦ: ଚଳିତ ଆଇସିସି ଟି-20 ପୁରୁଷ ବିଶ୍ବକପରୁ ବିଦା ହୋଇଛି 2 ଥର ଚମ୍ପିଆନ ୱେଷ୍ଟଇଣ୍ଡିଜ । କ୍ବାଲିଫାଇଙ୍ଗ ରାଉଣ୍ଡରୁ ଆଉଟ ହୋଇଛି ଦଳ । ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇ ନପାରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳର ବିଫଳତା ପରେ ଚଳିତ ବର୍ଷ ଶେଷ ଆଡକୁ ମୁଖ୍ୟ କୋଚ ପଦ ଛାଡିବା ନେଇ ଘୋଷଣା କରିଛନ୍ତି କୋଚ ଫିଲ ସିମନ୍ସ । ଏନେଇ ୱେଷ୍ଟଇଣ୍ଡିଜ କ୍ରିକେଟ ପକ୍ଷରୁ ସୂଚନା ମିଳିଛି (Cricket West Indies)।

ଟି-ଟ୍ବେଣ୍ଟି କ୍ରିକେରେ ୱେଷ୍ଟଇଣ୍ଡିଜ ଏକ ସଫଳ ଦଳ । ଦୁଇ ଦୁଇ ଥର ଦଳ ଟ୍ରଫି ହାତେଇଛି । ହେଲେ ଚଳିତ ବର୍ଷ 3ଟି ମ୍ୟାଚରୁ 2ଟି ମ୍ୟାଚରେ ହାରିବା ପରେ ବିଶ୍ବକପରୁ ବିଦା ହୋଇଛି ଦଳ । ପ୍ରଥମ ଥର ପାଇଁ ଦଳକୁ ପ୍ରଥମ ରାଉଣ୍ଡରୁ ବିଦାୟ ନେବାକୁ ପଡିଥିଲା । ଫଳରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଅସନ୍ତୋଷ ଦେଖିବାକୁ ମିଳିଛି । ତେଣୁ ବହିଷ୍କୃତ ହେବା ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟ କୋଚ ଫିଲ ସିମନ୍ସ । ଦଳର ମୁଖ୍ୟ କୋଚ ଦାୟିତ୍ବ ତୁଲାଉଥିବା ଫିଲ ସିମୋନ୍ସ କହିଛନ୍ତି, ''ଦଳର ପ୍ରଦର୍ଶନ କେବଳ ଦଳକୁ ଆଘାତ ଦେଇନାହିଁ ବରଂ ଦେଶକୁ ଆଘାତ ଲାଗିଛି । ଟି-20 ବିଶ୍ବକପରୁ ଦଳ ଆଉଟ ହେବାରୁ ଫ୍ୟାନ୍ସ ଓ ଦର୍ଶକଙ୍କୁ କ୍ଷମା ମାଗୁଛି ।''

2015ରେ ମୁଖ୍ୟ କୋଚ ଦାୟିତ୍ବ ନେଇଥିଲେ ଫିଲ ସିମୋନ୍ସ । ନଭେମ୍ବର 30 ଡିସେମ୍ବର 2 ଯାଏ ୱେଷ୍ଟଇଣ୍ଡିଜ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ । ଏହା ପରେ ଫିଲ ସିମୋନ୍ସ ଦେବେ । ଦ୍ବିତୀୟ ଥର କୋଚ ଦାୟିତ୍ବ ନେଇଥିବା ଆସନ୍ତାବର୍ଷ ଜାନୁଆରୀରେ ପଦ ଛାଡିବା କଥା । ଏଭଳି ସ୍ଥିତିରେ ସେ ଆଉ ପଦରେ ରହିବା ସ୍ଥିତିରେ ନଥିବା କହିଛନ୍ତି । ତାଙ୍କ ପ୍ରଶିକ୍ଷଣରେ 2016ରେ ୱେଷ୍ଟଇଣ୍ଡିଜ ଚମ୍ପିଆନ ହୋଇଥିଲା ।

ଏହା ବି ପଢନ୍ତୁ...କୋଲକାତା ଫୁଟବଲ କ୍ଲବର ନିର୍ଦ୍ଦେଶକ ହେବେ ଗାଙ୍ଗୁଲି !

ୱେଷ୍ଟଇଣ୍ଡିଜ ଆୟର୍ଲାଣ୍ଡ ବିରୋଧରେ କର ଅବା ମର ମୁକାବିଲା ଲଢିଥିଲା । ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ଲଜ୍ଜାଜନକ ପରାଜୟ ମିଳିଥିଲା । ଟି-୨୦ ବିଶ୍ବ କପରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ କ୍ବାଲିଫାଇଙ୍ଗ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଠାରୁ ୪୨ ରନରେ ପରାସ୍ତ ହୋଇଥିଲା । ଦ୍ବିତୀୟ ମ୍ୟାଚରେ ଜିମ୍ବାୱେକୁ ହରାଇ ପରିସ୍ଥିତିକୁ ୱେଷ୍ଟଇଣ୍ଡିଜ ସମ୍ଭାଳି ନେଇଥିଲା । ହେଲେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ମ୍ୟାଚଟି ୱେଷ୍ଟଇଣ୍ଡିଜ ଲାଗି କର ଅବା ମର ମ୍ୟାଚ୍‌ ଥିଲା । ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ବିଫଳ ହୋଇଥିଲା । ଏଣୁ ଟିମ୍ ଫ୍ଲପ୍ ହୋଇଥିବା ବେଳେ ୯ ୱିକେଟରେ ମ୍ୟାଚ୍ ହାରି ସୁପର-୧୨ରେ ପହଞ୍ଚିବାର ସୁଯୋଗ ହରାଇଥିଲା । ଟି-୨0 ବିଶ୍ବ କପରେ ୱେଷ୍ଟଇଣ୍ଡିଜ ଟିମର ଯାତ୍ରା ସମାପ୍ତ ହୋଇଥିଲା ।

Last Updated : Oct 26, 2022, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.