ETV Bharat / sports

ଆଇପିଏଲ 14: ପଞ୍ଜାବ ପାୱାରହିଟର ପୁରୋନଙ୍କ ଖରାପ ଫର୍ମ ଜାରି - ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରୋନ

ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରୋନଙ୍କ ଖରାପ ଫର୍ମ ଜାରି ରହିଛି । ଅଧିକ ପଢନ୍ତୁ...

PBKS batsman Pooran gets ducks in all shapes and sizes
ଆଇପିଏଲ 14: ପଞ୍ଜାବ ପକ୍ଷରୁ ପୁରୋନଙ୍କ ଖରାପ ଫର୍ମ ଜାରି
author img

By

Published : Apr 30, 2021, 10:51 PM IST

ଅହମ୍ମଦାବାଦ: ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରୋନଙ୍କ ଖରାପ ଫର୍ମ ଜାରି ରହିଛି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ 4 ଥର ବିନା କୌଣସି ରନ କରିବା ପୂର୍ବରୁ ଆଉଟ ହୋଇସାରିଲେଣି ପୁରୋନ । ଏପରିକି ସେ ସାମ୍ନା କରିଥିବା ପ୍ରଥମ ବଲ୍‌ରେ ଆଉଟ, ଦ୍ବିତୀୟ ବଲ୍‌ରେ ଆଉଟ ଓ ତୃତୀୟ ବଲ୍‌ରେ ଶୂନରେ ଆଉଟ ହୋଇଛନ୍ତି ।

ବାମହାତୀ କାରବିୟନ ବ୍ୟାଟ୍ସମ୍ୟାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଶୁକ୍ରବାର ସାମ୍ନା କରିଥିବା ତୃତୀୟ ବଲ୍‌ରେ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ ।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ବଲ୍‌ରେ ଆଉଟ ହେବାପରେ ଦ୍ବିତୀୟ ଥର ଚେନ୍ନାଇ ସୁପର କିଙ୍ଗ ବିପକ୍ଷରେ ଶୂନରେ ଆଉଟ ହୋଇଥିଲେ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କୌଣସି ରନ୍‌ କରିବା ପୂର୍ବରୁ ରନ୍‌ ଆଉଟ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବ୍ୟାଟିଂ ସୁଯୋଗ ମିଳିନଥିଲା । ଏହା ମଧ୍ୟରେ 9 ଓ 19 ରନ୍‌ର ଦ୍ବିତୀୟ ଇଂନିସ ଖେଳିଛନ୍ତି ପୁରୋନ ।

ହର୍ସଲ ଗିବ୍ସ ବର୍ଷ 2009ରେ , 2011ରେ ମିଥୁନ ମାନହାସ, 2012ରେ ମନୀଷ ପାଣ୍ଡେ ଓ 2020ରେ ଶିଖର ଧାୱନ 4ଥର ଶୂନରେ ଆଉଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.