ETV Bharat / sports

ପାକିସ୍ତାନ ଟିମ୍‌ରେ ପ୍ରଭାବୀ ଫାଷ୍ଟ ବୋଲର, ସତର୍କ ରହିବୁ କହିଲେ ନ୍ୟୁଜିଲାଣ୍ଡ କ୍ୟାପଟେନ୍ - t20 world cup semi final

ବାବର ଆଜମ ଟିମରେ ବୋଲିଂ ବିଭାଗ ମଜଭୁତ ରହିଛି । ବିପକ୍ଷ ଦଳର ଫାଷ୍ଟ ବୋଲିଂ ଉପରେ ଆମକୁ ସାବଧାନ ରହିବାକୁ ପଡ଼ିବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ । ଅଧିକ ପଢନ୍ତୁ

ପାକିସ୍ତାନ ବୋଲରଙ୍କୁ ହାଲୁକା ନେବୁନି କହିଲେ ନ୍ୟୁଜିଲାଣ୍ଡ କ୍ୟାପଟେନ୍

author img

By

Published : Nov 8, 2022, 10:24 PM IST

ହାଇଦ୍ରାବାଦ: ଆତ୍ମବିଶ୍ବାସର ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି । ବାବର ଆଜମ ଟିମରେ ବୋଲିଂ ବିଭାଗ ମଜଭୁତ ରହିଛି । ବିପକ୍ଷ ଦଳର ଫାଷ୍ଟ ବୋଲିଂକୁ ନେଇ ଆମକୁ ସାବଧାନ ରହିବାକୁ ପଡିବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ । ଆସନ୍ତାକାଲି(ବୁଧବାର) ଟି୨୦ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ । ତେବେ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବିପକ୍ଷ ଦଳର ପ୍ରଦର୍ଶନକୁ ନିଜ ଦଳଠୁ ଦୁର୍ବଳ ଭାବିବା ଉଚିତ୍ ନୁହଁ ବୋଲି କହିଛନ୍ତି ବ୍ଲାକ୍ କେପ୍ସ କ୍ୟାପଟେନ୍ ।

ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ସେମିଫାଇନାଲରେ ଖେଳିବା ଆଶା ମଉଳି ଯାଇଥିଲା । ହେଲେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ଦଳ ହରାଇବା ପରେ ପାକିସ୍ତାନ ଟିମ୍‌ର ସେମିରେ ପ୍ରବେଶ କରିବା ଆଶା ଉଜ୍ଜିବୀତ ହୋଇଥିଲା । ଏହାପରେ ପୁଣି ଥରେ ପ୍ରମାଣିତ ହୋଇଥିଲା ଯେ କ୍ରିକେଟ ଅନିଶ୍ଚିତତାର ଖେଳ । ବାଂଲାଦେଶ ଶେଷ ଗ୍ରୁପ୍‌ ୧୨ ପର୍ଯ୍ୟାୟ ମ୍ୟାଚ୍‌ରେ ମାତ୍‌ ଦେଇ ପାକିସ୍ତାନ ସେମିରେ ପହଞ୍ଚିଛି ।

ତେବେ ଅବିଶ୍ବସନୀୟ ଭାବରେ ବାବର ଆଜମ ଦଳ ସେମିରେ ପ୍ରବେଶ କରିବାକୁ ଗୁରୁତ୍ବର ଭାବରେ ନେଇଛି କିୱି ଦଳ । ସେମିଫାଇନାଲ ମ୍ୟାଚ ପୂର୍ବରୁ ଏକ ପ୍ରେସ୍ କନଫ୍ରେନ୍ସରେ ନ୍ୟୁଜିଲାଣ୍ଡ ଅଧିନାୟକ କହିଛନ୍ତି "ବାସ୍ତବରେ ପାକିସ୍ତାନ ଭଲ ଖେଳୁଛି । ତାଙ୍କ ଦଳରେ ଅଭିଜ୍ଞ କ୍ରିକେଟର ରହିଛନ୍ତି । ଦଳର ଫାଷ୍ଟ ବୋଲିଂ ଲାଇନ୍ ଅପ୍ ମଜଭୁତ ରହିଛି । ଆମ ଟିମ୍‌ରେ ବୋଲିଂ ବିଭାଗ ଅପେକ୍ଷାକୃତ ଶକ୍ତିଶାଳୀ ଥିଲେ ମଧ୍ୟ ବିପକ୍ଷ ଦଳର ବୋଲିଂ ଲାଇନ୍ ଅପ୍‌କୁ କେବେ ହାଲୁକା ଭାବି ମୈଦାନକୁ ଓହ୍ଲାଇବୁ ନାହିଁ । ତାଙ୍କ ଫାଷ୍ଟ ବୋଲିଂ ପ୍ରତି ଆମେ ସାବଧାନ ରହିବୁ । ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ ହାରି ସେମିରେ ପ୍ରବେଶ କରିବା ଘଟଣା ସୂଚାଇ ଦେଉଛିଯେ ବାବର ଆଜମଙ୍କ ଟିମ୍‌ର ମନୋବଳ ଦୃଢ ରହିଛି । ଖାସ୍ କରି ସାହିନ୍ ଆଫ୍ରିଦି ଶେଷ ଦୁଇଟି ମ୍ୟାଚରେ ୭ ଟି ୱିକେଟ ଅକ୍ତିଆର କରିବା ଘଟଣା ଦର୍ଶାଉଛି ଯେ ସେ ଏବେ ଚମତ୍କାର ଫର୍ମରେ ରହିଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.