ETV Bharat / sports

ICC ODI World Cup 2023: ପାକ ସରକାରଙ୍କ ସବୁଜ ସଂକେତ, ଭାରତ ଆସିବ ପାକିସ୍ତାନ

ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଗତ କିଛି ଦିନ ହେବ ଅନିଶ୍ଚିତତା ଲାଗି ରହିଥିଲା । ତେବେ ଏହି ଦ୍ବନ୍ଦ୍ବର ଏକ ପ୍ରକାର ଶେଷ ହୋଇଛି । ପାକିସ୍ତାନ ସରକାର ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ଏହାର ଦଳକୁ ଅନୁମତି ଦେଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

author img

By

Published : Aug 6, 2023, 9:39 PM IST

ଭାରତ ଆସିବ ପାକିସ୍ତାନ
ଭାରତ ଆସିବ ପାକିସ୍ତାନ

ନୂଆଦିଲ୍ଲୀ: ICC ଦିନିକିଆ ବିଶ୍ବକପ ୨୦୨୩କୁ ଆଉ ମାତ୍ର ୨ ମାସ ବାକି ରହିଛି । ଏହାରି ଭିତରେ ପାକିସ୍ତାନ ବିଶ୍ବକପ୍‌ ଖେଳିବାକୁ ଭାରତ ଆସିବ କି ନାହିଁ, ସେନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଏକ ପ୍ରକାର ସମାପ୍ତ ହୋଇଛି । ଆସନ୍ତା ଅକ୍ଟୋବର- ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଗତ କିଛିଦିନ ହେବ ଅନିଶ୍ଚିତତା ଲାଗି ରହିଥିଲା । ତେବେ ମିଳିଥିବା ଏକ ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ବକପ୍‌ ଖେଳିବାକୁ ଭାରତ ଗସ୍ତ ପାଇଁ ପାକିସ୍ତାନ ଦଳକୁ ସବୁଜ ସଙ୍କେତ ଦେଇଛନ୍ତି ପାକିସ୍ତାନ ସରକାର । ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, କ୍ରୀଡ଼ାକୁ ରାଜନୀତି ସହ ଯୋଡ଼ିବା ଉଚିତ ନୁହେଁ ।

ତେବେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏପରି ବିବୃତ୍ତି ପରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ୍ ଦଳ ଅଂଶଗ୍ରହଣ କରିବାକୁ ରାସ୍ତା ଏକ ପ୍ରକାର ପରିଷ୍କାର ହୋଇଛି ବୋଲି କୁହାଯାଉଛି । ଚଳିତ ବର୍ଷ ICC ଦିନିକିଆ ବିଶ୍ବକପ୍ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ ବୋଲି ପାକିସ୍ତାନର ଏକ ଖବରକାଗଜ 'ଡନ୍‌'ରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, "କ୍ରୀଡ଼ା ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ ବୋଲି ପାକିସ୍ତାନ କ୍ରମାଗତ ଭାବରେ କହି ଆସୁଛି । ପାକିସ୍ତାନ ବିଶ୍ବାସ କରେ ଯେ, ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କର ସ୍ଥିତି ଏହାର ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ବନ୍ଧୀୟ ଦାୟିତ୍ବ ଗୁଡ଼ିକୁ ପୂରଣ କରିବା ଦିଗରେ ଛିଡ଼ା ହେବା ଉଚିତ୍ ନୁହେଁ । ତେଣୁ ଆଗାମୀ ICC ଦିନିକିଆ କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଅଂଶଗ୍ରହଣ କରିବା ପାଇଁ ପାକିସ୍ତାନ କ୍ରିକେଟ୍‌ ଟିମ୍‌କୁ ଭାରତକୁ ପଠାଇବାକୁ ନିଷ୍ପତ୍ତି ନେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ODI World Cup 2023: ଭାରତକୁ ହରାଇବାକୁ ପାକିସ୍ତାନ ସକ୍ଷମ କହିଲେ ୱାକର ୟୁନିସ

ପ୍ରକାଶଯୋଗ୍ୟ, ଦନିକିଆ ବିଶ୍ବକପ ୨୦୨୩ ଆସନ୍ତା ଅକ୍ଟୋବର- ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ICC ଓ BCCI ପୂର୍ବରୁ କ୍ରୀଡ଼ାସୂଚୀ ଜାରି କରିଛନ୍ତି । ଏହି କ୍ରୀଡ଼ାସୂଚୀ ଅନୁସାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ନବରାତ୍ରୀକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯାଇଛି । ଏବେ ଏହି ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି । ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ସରକାର ନିଜର ଦଳକୁ ଭାରତ ଆସିବାକୁ ଅନୁମତି ଦେଇନଥିଲେ । ତେବେ ଆଜି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏପରି ବିବୃତ୍ତି ଜାରି କରିବା ପରେ ପାକିସ୍ତାନ ଭାରତ ଆସିବାର ପଥ ପରିସ୍କାର ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.