ETV Bharat / sports

ସ୍ବାସ୍ଥ୍ୟଗତ କାରଣରୁ ଏସିଆ କପରୁ ଆଭେଷ ଖାନ ବାଦ୍‌, ସ୍ଥାନ ପାଇଲେ ଦୀପକ ଚହର

author img

By

Published : Sep 7, 2022, 10:39 AM IST

ସ୍ବାସ୍ଥ୍ୟଗତ କାରଣରୁ ଏସିଆ କପରୁ ବାଦ ପଡିଛନ୍ତି ଫାଷ୍ଟ ବୋଲର ଆଭେଷ ଖାନ । ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟଗତ କାରଣରୁ ଏସିଆ କପରୁ ବାଦ ପଡିଲେ ଆଭେଷ ଖାନ, ସ୍ଥାନ ପାଇଲେ ଦୀପକ ଚହର

ହାଇଦ୍ରାବାଦ: ପ୍ରଥମେ ରବୀନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡିବା ପରେ ଏବେ ଏସିଆ କପରୁ ବାଦ ପଡିଛନ୍ତି ଫାଷ୍ଟ ବୋଲର ଆଭେଷ ଖାନ । ସେ ଜ୍ବର ସମସ୍ୟା ଦେଇ ଗତି କରୁଥିବାରୁ ଏସିଆ କପରୁ ବାଦ ପଡିଛନ୍ତି ବୋଲି ବିସିସିଆଇର ଏକ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ସ୍ଥାନ ମିଳିଛି ।

ଭାରତକୁ ଲାଗିଲା ପୁଣି ଆଉ ଏକ ଝଟକା । ପ୍ରଥମେ ଅଲରାଉଣ୍ଡର ନିଜର ଆଣ୍ଠୁରେ ଗୁରୁତର ଆଘାତ ଲାଗିବାରୁ ଏସିଆ କପରୁ ବାଦ ପଡିଥିଲେ । ଆଉ ଏବେ ଜ୍ବର ସମସ୍ୟା ଦେଇ ଗତି କରୁଥିବାରୁ ଏସିଆ କପରୁ ବାଦ ପଡିଛନ୍ତି ଫାଷ୍ଟ ବୋଲର ଆଭେଷ ଖାନ ( Pacer Avesh Khan has been ruled out of the remainder of the Asia Cup due to fever related illness ) । ଆଭେଷ ଖାନଙ୍କ ଅସୁସ୍ଥତା ନେଇ ବିସିସିଆଇର ଏକ ବରିଷ୍ଠ ଅଧିକାରୀ କହିଛନ୍ତି, ‘‘ଆଭେଷ ଖାନ ଜ୍ବର ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ତାଙ୍କ ପାଇଁ ଏସିଆ କପର ଆଗାମୀ ମ୍ୟାଚ ଖେଳିବା ସମ୍ଭବ ହେଉ ନାହିଁ । ତାଙ୍କର ସାଇନସ ଇନଫେକସନ ସମସ୍ୟା ମଧ୍ୟ ରହିଛି । ଯାହା ଜ୍ବର ହେବା ପରେ ଅଧିକ ବଢିଯାଇଛି । ତାଙ୍କ ପାଇଁ ଟୁର୍ଣ୍ଣାମେଣ୍ଟରେ ଖେଳିବା ସମ୍ଭବ ନୁହେଁ । ସେହିପରି ଷ୍ଟାଣ୍ଡ ବାଏରେ ଥିବା ଦୀପକ ଚହରଙ୍କୁ ଆଭେଷ ଖାନଙ୍କ ବଦଳରେ ଏସିଆ କପ ସ୍କ୍ବାଡରେ ସ୍ଥାନ ଦିଆଯାଇଛି ( Deepak Chahar, who was in stand by for the tournament, has been drafted in ) ।’’ ସେହିପରି ଏସିଆ କପ ସୁପର ୪ ରାଉଣ୍ଡରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚରେ ଜ୍ବର ସମସ୍ୟା କାରଣରୁ ତାଙ୍କୁ ପ୍ଲେଇଁ ଇଲେଭେନରେ ସ୍ଥାନ ଦିଆଯାଇନଥିଲା । ହେଲେ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ନେଇ ଆଶା ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.