ETV Bharat / sports

କୋହଲିଙ୍କ ଟେଷ୍ଟ ଡେବ୍ୟୁକୁ ଦଶ ବର୍ଷ

author img

By

Published : Jun 20, 2021, 4:42 PM IST

ଜୁନ୍‌ 20, 2011 । ଜାମାଇକାର କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

On this day in 2011: Virat Kohli made his Test debut
କୋହଲିଙ୍କ ଟେଷ୍ଟ ଡେବ୍ୟୁକୁ ଦଶବର୍ଷ

ହାଇଦ୍ରାବାଦ: ଏହା ଥିଲା ଜୁନ୍‌ 20, 2011 । କ୍ରିକେଟର ଲମ୍ବା ଫର୍ମାଟରେ ଡେବ୍ୟୁ କରିଥିଲେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଜାମାଇକାର କିଙ୍ଗଷ୍ଟନରେ ସେ ଡେବ୍ୟୁ କରିଥିଲେ । ତେବେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବିରାଟ ସେମିତି କିଛି ଖାସ୍‌ କରିପାରିନଥିଲେ । ସଂପୂର୍ଣ୍ଣ ମ୍ୟାଚ୍‌ରେ ସେ ମାତ୍ର 19ରନ୍‌ କରିପାରିଥିଲେ ।

ପ୍ରଥମ ଇଂନିସରେ କୋହଲି ମାତ୍ର 4 ରନ୍‌ କରିପାରିଥିଲେ । 5ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ଓ ଫିଡେଲ ଏଡୱାର୍ଡସ ତାଙ୍କୁ ଶୀଘ୍ର ପାଭିଲିୟନ ପଠାଇଦେଇଥିଲେ । ପରେ ଦ୍ବିତୀୟ ଇଂନିସରେ 54 ବଲ୍‌ରୁ 15 ରନ୍‌ର ଇଂନିସ ଖେଳିଥିଲେ ଓ ସଂଯୋଗବଶତଃ ଏଡୱାର୍ଡସ ହିଁ କୋହଲିଙ୍କ ଶିକାର ପୁଣିଥରେ କରିଥିଲେ । ସେହି ମ୍ୟାଚ୍‌ରେ ଭାରତ 63 ରନ୍‌ରେ ବିଜୟୀ ହୋଇଥିଲା ।

ଡେବ୍ୟୁ ଟେଷ୍ଟ ପରଠାରୁ କିନ୍ତୁ କୋହଲି ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଏଯାବତ ସେ 92ଟି ଟେଷ୍ଟ ଖେଳିସାରିଛନ୍ତି ଓ 52.37 ହାରରେ 27ଟି ଶତକୀୟ ଇଂନିସ ଖେଳିଛନ୍ତି । ବର୍ଷ 2019ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁନେରେ 254 ରନ୍‌ର ମାରାଥନ ଇଂନିସ ଖେଳିଥିଲେ, ଏହା ତାଙ୍କର ସର୍ବାଧିକ ଟେଷ୍ଟ ସ୍କୋର ହୋଇ ରହିଛି ।

ତେନ୍ଦୁଲକରଙ୍କ ଏକାଧିକ ରେକର୍ଡକୁ କୋହଲି ଅତିକ୍ରମ କରିବା ପରେ ଉଭୟଙ୍କୁ ନେଇ ତୁଳନାତ୍ମକ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି ।

ବର୍ତ୍ତମାନ କୋହଲି, ଆଇସିସି ଟେଷ୍ଟ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଶନିବାର କ୍ରିକେଟର ଲମ୍ବା ଫର୍ମାଟରେ କୋହଲି 7,500 ରନ୍‌ ପୂରଣ କରିଛନ୍ତି । ଏହି ସଫଳତା ସେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ ମ୍ୟାଚ୍‌ରେ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.