ETV Bharat / sports

ସ୍ମୃତିରେ ସ୍ମରଣୀୟ ବିଜୟ: ଶ୍ରୀଲଙ୍କାକୁ ହରାଇ ଭାରତ ଜିତିଥିଲା ଏସିଆ କପ୍‌

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ବର୍ଷ 2010 ଆଜିର ଦିନରେ ଶ୍ରୀଲଙ୍କାକୁ ହରାଇ ଭାରତ ଜିତିଥିଲା ପଞ୍ଚମ ଏସିଆ କପ୍‌ ଟାଇଟଲ । ଅଧିକ ପଢନ୍ତୁ...

author img

By

Published : Jun 24, 2021, 4:10 PM IST

vOn this day in 2010: India thrashed Sri Lanka to lift Asia Cup
ସ୍ମୃତିରେ ସ୍ମରଣୀୟ ବିଜୟ: ଶ୍ରୀଲଙ୍କାକୁ ହରାଇ ଭାରତ ଜିତିଥିଲା ଏସିଆ କପ୍‌

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପାଇଁ ଆଜି (ଜୁନ 24) ଏକ ସ୍ମରଣୀୟ ଦିନ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଆଜିକୁ ଠିକ୍‌ 11 ବର୍ଷ ପୂର୍ବେ ଶ୍ରୀଲଙ୍କାକୁ 81 ରନ୍‌ରେ ହରାଇ ପଞ୍ଚମ ଏସିଆ କପ ଟାଇଟଲ ହାସଲ କରିଥିଲା ଟିମ ଇଣ୍ଡିଆ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଟ୍ରଫି 15 ବର୍ଷ ପରେ ବିଜୟୀ ହୋଇଥିଲା ମେନ୍‌ ଇନ ବ୍ଲୁ ।

ଭାରତ ପ୍ରଥମେ ଟସ୍‌ ଜିତିଥିଲା ଓ ଶ୍ରୀଲଙ୍କାର ରଙ୍ଗିରି ଡମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବ୍ୟାଟିଂ କରିଥିଲା । ଦିନେଶ କାର୍ତ୍ତିକଙ୍କ 66 ରନ୍‌, ରୋହିତ ଶର୍ମାଙ୍କ 41 ଓ ଶେଷ ଭାଗରେ ଧୋନିଙ୍କ ଦ୍ରୁତ 38 ରନ୍‌ର ଇଂନିସ ବଳରେ ନିର୍ଦ୍ଧାରିତ 20 ଓଭରରେ ଭାରତ 268/6 ରନ କରିପାରିଥିଲା ।

ଘରୋଇ ଦଳ ପକ୍ଷରୁ ଲସିଥ ମାଲିଙ୍ଗା ଓ ଥିଲିନା କାନ୍ଦମ୍ବି ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପରେ 269 ରନ୍‌ର ବିଜୟକୁ ପିଛା କରିଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ଶୀଘ୍ର ଶୀର୍ଷକ୍ରମର 3ଟି ୱିକେଟ ହରାଇଥିଲା ।

କାନ୍ଦମ୍ବି ଓ ଚମାରା କାପୁଗେଦରା ଧୈର୍ଯ୍ୟର ସହ ଖେଳି ଭାଗିଦାରୀ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ । କାନ୍ଦମ୍ବି 31 ରନରେ ଆଉଟ ହୋଇଥିଲେ ଓ କାପୁଗେଦରା 55 ରନର ଇଂନିସ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । 44.4 ଓଭରରେ ଘରୋଇ ଶ୍ରୀଲଙ୍କା ମାତ୍ର 187 ରନ୍‌ରେ ସମସ୍ତ ୱିକେଟ ହରାଇ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ଦ୍ରୁତ ବୋଲର ଆଶିଷ ନେହେରା 4ଟି ୱିକେଟ ହାସଲ କରିଥିଲେ । ଜାହୀର ଖାନ ଓ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପରେ ଦିନେଶ କାର୍ତ୍ତିକଙ୍କୁ ମ୍ୟାଚ ବିଜୟୀ ଅର୍ଦ୍ଧଶତକ ପାଇଁ ପ୍ଲେଆର ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା ।

ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଭାରତ ସବୁଠୁ ସଫଳତମ ଦଳ ରହିଛି ଓ ଗତ ଦୁଇଟି ସଂସ୍କରଣର ଟାଇଟଲ ସହ ମୋଟ 7ଟି ଟ୍ରଫି ନିଜ ନାମରେ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.