ETV Bharat / sports

T-20 ବିଶ୍ବକପ; ଆଜିର ଦିନରେ ପ୍ରଥମ ଟାଇଟଲ ହାତେଇଥିଲା ପାକିସ୍ତାନ - ପାକିସ୍ତାନ

12ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମ ଥର ପାଇଁ T-20 ୱାଲ୍ଡ କପ ହାତେଇଥିଲା ପାକିସ୍ତାନ । ଅଧିକ ପଢନ୍ତୁ...

ପ୍ରଥମ ଟାଇଟଲ ହାତେଇଥିଲା ପାକିସ୍ତାନ
ପ୍ରଥମ ଟାଇଟଲ ହାତେଇଥିଲା ପାକିସ୍ତାନ
author img

By

Published : Jun 21, 2021, 12:37 PM IST

ନୂଆଦିଲ୍ଲୀ: ଜୁନ 21 2009 । ପାକିସ୍ତାନ ପାଇଁ ଥିଲା ସ୍ମରଣୀୟ ଦିନ । 12ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମ ଥର ପାଇଁ T-20 ୱାଲ୍ଡ କପ ହାତେଇଥିଲା ପାକିସ୍ତାନ । T-20 ୱାଲ୍ଡ କପର ଫାଇନାଲ ମ୍ୟାଚ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିଥିଲା ପାକିସ୍ତାନ । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । 32ରନ କରି ଶ୍ରୀଲଙ୍କା 4ଟି ୱିକେଟ ହରାଇଥିଲା ।

ତିଲାକାର୍ତ୍ତନେ ଦିଲସାନ ଓ ଜେହେନ ମୁବାରକ ଖାତା ଖୋଲି ପାରି ନଥିବାବେଳେ ଜୟ ସୁରିୟା 17 ରନ ଓ ମାହାଲେ ଜୟବର୍ଦ୍ଦନେ 1ରନ କରିଥିଲେ । ଏହା ପରେ ପାଲି ସମ୍ବାଳିବାରୁ ଆସିଥିଲେ କୁମାର ସାଙ୍ଗାକାରା । ବିସ୍ପୋରକ ବ୍ୟାଟିଂ ବଳରେ ଦଳର ସ୍କୋରକୁ ଆଗେଇ ନେଇଥିଲେ । ସମୁଦାୟ 20 ଓଭରରେ 6 ୱିକେଟ ହରାଇ 138ରନ କରିବାରେ ସଫଳ ହୋଇଥିଲା ।

ଏହା ପରେ 139 ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ପାକିସ୍ତାନ । କାମ୍ରାନ ଅକମାଲ ଏବଂ ସାହାଜିବ ହାସନଙ୍କ ଭାଗିଦାରୀରେ ଦଳ 48ରନ କରିଥିଲା । ପାକିସ୍ତାନର ବ୍ୟାଟିଂ ଧାରାକୁ ଭାଙ୍ଗି ପାରିନଥିଲା । ଶେଷରେ ସହିଦ ଆଫ୍ରିଦି ଏବଂ ସୋଏବ ମଲିକ ପାକିସ୍ତାନକୁ ପ୍ରଥମ ଟି -20 ବିଶ୍ବକପ ଟାଇଟଲ ଜିତେଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । 8 ୱିକେଟ ସହିତ 8ଟି ବଲ ବାକି ଥାଇ ମ୍ୟାଚକୁ କବଜା କରିନେଇଥିବା ପାକିସ୍ତାନ । ଆଫ୍ରିଦି ଏବଂ ସୋଏବ 24 ବଲରେ ଅପରାଜିତ 54ରନ ଯୋଗାଡ କରିଥିଲେ । ପ୍ରଥମ ଥର ପାଇଁ T-20 ୱାଲ୍ଡ କପ ଟାଇଟଲ ହାସଲ କରିଥିଲା ପାକିସ୍ତାନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.