ETV Bharat / sports

ଆଜିର ଦିନରେ ଇତିହାସ ରଚିଥିଲା ଭାରତ, ପ୍ରଥମ ଥର ପାଇଁ ହୋଇଥିଲା ବିଶ୍ବକପ ବିଜେତା - ଆଜିର ଦିନରେ ୱାର୍ଲ୍ଡ କପ ବିଜୟୀ ହୋଇଥିଲା ଭାରତ

ଆଜି ଦିନରେ କ୍ରିକେଟ ଇତିହାସରେ ଆରମ୍ଭ ହୋଇଥିବା ନୂଆ ଅଧ୍ୟାୟ । ୧୯୮୩ ମସିହା ଠିକ ଆଜିର ଦିନରେ ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମଇଣ୍ଡିଆ,ଇଣ୍ଡିଆ ନାରାରେ ପ୍ରକମ୍ପିତ ହୋଇଥିଲା । ପ୍ରଥମ ଥର ପାଇଁ ୱାର୍ଲ୍ଡ କପ ବିଜୟୀ ହୋଇଥିଲା ଭାରତୀୟ ଟିମ୍ । ଅଧିକ ପଢନ୍ତୁ

ଆଜିର ଦିନରେ ଇତିହାସ ରଚିଥିଲା ଭାରତ, ପ୍ରଥମ ଥର ପାଇଁ ହୋଇଥିଲା ବିଶ୍ବକପ ବିଜେତା

author img

By

Published : Jun 25, 2022, 3:12 PM IST

ଲଣ୍ଡନ: ଭାରତୀୟ କ୍ରିକେଟ ଜଗତ ପାଇଁ ଆଜି ଏକ ଅବସ୍ମରୀଣ ଦିନ, ଆଜି ଦିନରେ କ୍ରିକେଟ ଇତିହାସରେ ଆରମ୍ଭ ହୋଇଥିବା ନୂଆ ଅଧ୍ୟାୟ । ୧୯୮୩ ମସିହା ଠିକ ଆଜିର ଦିନରେ ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମ ଇଣ୍ଡିଆ,ଇଣ୍ଡିଆ ନାରାରେ ପ୍ରକମ୍ପିତ ହୋଇଥିଲା । ପ୍ରଥମ ଥର ପାଇଁ ୱାର୍ଲ୍ଡ କପ ବିଜୟୀ ହୋଇଥିଲା ଭାରତୀୟ ଟିମ୍ । ଦୁଇ ଦୁଇ ଥର ୱାର୍ଲ୍ଡ କପ ବିଜୟୀ ୱେଷ୍ଟ ଇଣ୍ଡିଜକୁ ମାତ୍ ଦେଇ ICC ବିଶ୍ବ କପ ହାତେଇଥିଲା ଭାରତ । କପିଲ ଦେବଙ୍କ ଅଧିନାୟକତ୍ବରେ ମାତ୍ର ୪୩ ରନରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କରି ଏହି ବିଶ୍ବ ବିଜୟ ମୁକୁଟ ପିନ୍ଧିଥିଲା ଭାରତ । ଏହି ବିଜୟକୁ ୩୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ଏହି ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମନରେ ଏହା ତାଜା ରହିଛି ।

  • Some moments in life inspire you & make you dream. On this day in 1983, we won the World Cup 🏆 for the first time. I knew right then, that’s what I wanted to do too!🏏 pic.twitter.com/hp305PHepU

    — Sachin Tendulkar (@sachin_rt) June 25, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ୧୯୭୫ ଏବଂ ୧୯୭୯ ଓ୍ବାଲର୍ଡ କପରେ ଓ୍ବେଷ୍ଟ ଇଣ୍ଡିଜ ବିଜୟୀ ହୋଇ ୧୯୮୩ ମସିହାରେ ହାର୍ଟିକ ବିଜୟ ଲକ୍ଷ୍ୟରେ ଥିଲା । ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୬ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ପାକିସ୍ତାନକୁ ୮ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଇଣ୍ଡିଜ। ଏହାପରେ ଫାଇନାଲରେ ମୁହାଁ ମୁହିଁ ହୋଇଥିଲେ ଇଣ୍ଡିଆ ଓ ଓ୍ବେଷ୍ଟ ଇଣ୍ଡିଜ। ଭାରତ ପ୍ରଥମେ ବ୍ୟାଟିଂ କରି ନୈରାଶ୍ୟଜନକ ଭାବରେ ଖେଳ ଆରମ୍ଭ କରିଥିଲା ଭାରତ । ମହିନ୍ଦର ଅମରନାଥ ଓ କ୍ରିସ ଶ୍ରୀକାନ୍ତଙ୍କ ପ୍ରଦର୍ଶନ ଭାରତର ସ୍ଥିତି ମଜବୁତ କରିଥିଲା । ଏହା ସହିତ ଅଧିନାୟକ କପିଲ ଦେବ ୧୫, ମଦନ ଲାଲ ୧୭ , ସଇଦ କିରାମାନୀ (ୱିକେଟ କିପର) ୧୪ ରନ କରି ଆଉଟ ହୋଇଥିଲେ । ଇଣ୍ଡିଜ ବୋଲିଂରେ ଧରାଶାୟୀ ହୋଇଥିଲା ଭାରତ । ଭାରତ ୫୪.୪ ଓଭରରେ ୧୮୩ ରନ କରିଥିଲା ।

ଏହାପରେ ୧୮୪ ରନରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଓ୍ବେଷ୍ଟ ଇଣ୍ଡିଜ । କିନ୍ତୁ ଭାରତୀୟ ଖେଳାଳିଙ୍କ ବିସ୍ଫୋରକ ବୋଲିଂରେ ଧରାସାୟୀ ହୋଇଥିଲା ୱେଷ୍ଟଇଣ୍ଡିଜର ବ୍ୟାଟିଂ ସ୍ଥିତି । ମଦନ ଲାଲ ୩ ୱିକେଟ ନେବା ସହିତ ମହିନ୍ଦର ଅମରନାଥ ମଧ୍ୟ ୩ଟି ୱିକେଟ ହାତେଇ ଥିଲେ । ଫଳରେ ଓ୍ବେଷ୍ଟ ଇଣ୍ଡିଜ ମାତ୍ର ୧୪୦ ରନ୍ କରି ପରାଜିତ ହେବା ପରେ ପ୍ରଥମ ଥର ପାଇଁ ଓ୍ବାର୍ଲ୍ଡ କପ ବିଜୟୀ ହେବାର ସ୍ବାଦ ଚାଖିଥିଲା ଭାରତ ମ୍ୟାଚକୁ ନିଜ ସପକ୍ଷରେ କରିବା ପାଇଁ କପିଲ ଦେବଙ୍କ ନେତୃତ୍ବ କରିଥିଲା ସବୁ ପ୍ରକାର ପ୍ରୟାସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.