ETV Bharat / sports

ରସ୍‌ ଟେଲରଙ୍କ ବଡ ଖୁଲାସା, ହେଉଥିଲେ ବର୍ଣ୍ଣବୈଷମ୍ୟର ଶିକାର - ରସ୍‌ ଟେଲରଙ୍କ ନୂଆ ପୁସ୍ତକ ଲୋକାର୍ପିତ

ନ୍ୟୁଜିଲାଣ୍ଡ ଦଳରେ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟ ଭାବର ଶିକାର ହୋଇଥିଲେ ପୂର୍ବତନ କ୍ରିକେଟର ରସ୍‌ ଟେଲର । ଏହି ୩୮ ବର୍ଷୀୟ ପୂର୍ବତନ କ୍ରିକେଟର 'ରସ୍ ଟେଲର ବ୍ଲାକ୍‌ ଆଣ୍ଡ ହ୍ବାଇଟ' ଶୀର୍ଷକ ଆତ୍ମଜୀବନୀ ଲେଖିଛନ୍ତି । ଅଧିକ ପଢନ୍ତୁ

ଦଳରେ ବର୍ଣ୍ଣ ବୈଶମ୍ୟ ଭାବର ଶିକାର ହେଉଥିଲେ ରସ୍‌ ଟେଲର

author img

By

Published : Aug 11, 2022, 10:51 PM IST

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ ଦଳରେ ଖେଳୁଥିବା ବେଳେ ବର୍ଣ୍ଣବୈଷମ୍ୟ ଭାବର ଶିକାର ହୋଇଥିଲେ ପୂର୍ବତନ କ୍ରିକେଟର ରସ୍‌ ଟେଲର । ଟିମ୍‌ ଅଫିସିଆଲ୍‌ ତାଙ୍କ ସହ ଏଭଳି ବ୍ୟବହାର କରିଥିବା ନେଇ ସେ ଖୋଦ ଖୁଲାସା କରିଛନ୍ତି । ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା କ୍ରିକେଟରଙ୍କ ଏହି ଖୁଲାସା ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଉପରେ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି ।

ଡ୍ରେସିଂରୁମ୍‌ରେ କିଛି ଟିମ୍‌ ଅଫିସିଆଲ୍‌ ତାଙ୍କୁ ବର୍ଣ୍ଣବୈଷମ୍ୟ କମେଣ୍ଟ କରିଥିଲେ । ଏହାକୁ ନେଇ ନିଜେ ଲେଖିଥିବା ବହିରେ ଖୁଲାସା କରିଛନ୍ତି ରସ୍‌ ଟେଲର । ଏହି ୩୮ ବର୍ଷୀୟ ପୂର୍ବତନ କ୍ରିକେଟର 'ରସ୍ ଟେଲର ବ୍ଲାକ୍‌ ଆଣ୍ଡ ହ୍ବାଇଟ' ଶୀର୍ଷକ ଆତ୍ମଜୀବନୀ ଲେଖିଛନ୍ତି । ବହିରେ ସେ କହିଛନ୍ତି କିଭଳି ଭାବରେ ତାଙ୍କୁ ବଣ୍ଟର ବୋଲି ସମ୍ବୋଧନ କରି ଡକାଯାଉଥିଲେ ।

ରସ୍ ଟେଲର୍‌ ବହିରେ ଲେଖିଛନ୍ତି, "ନ୍ୟୁଜିଲାଣ୍ଡରେ କ୍ରିକେଟ ପ୍ରତି ଲୋକଙ୍କ ସମ୍ମାନ ରହିଛି । କିନ୍ତୁ ପୂରା ଟିମ୍‌ରେ ମୁଁ ଏକ ମାତ୍ର ଶ୍ୟାମଳ ବର୍ଣ୍ଣର ଖେଳାଳି ଥିଲି । ଏହା ମୋ ପାଇଁ ଚ୍ୟାଲେଞ୍ଜ ଥିଲା । ଲୋକେ ବେଳେ ବେଳେ ମୋତେ ମାଓରୀ ବା ଭାରତୀୟ ବୋଲି ଭାବୁଥିଲେ । କାରଣ ନ୍ୟୁଜିଲାଣ୍ଡରେ ପୋଲିନେଶିୟନ ସମୁଦାୟ ଖୁବ କୌଣସି କ୍ରୀଡ଼ାରେ ପ୍ରତିନିଧିତ୍ବ କରନ୍ତି ।"

ରସ୍‌ ଟେଲର୍‌ଙ୍କୁ ମଜାମଜାରେ ବହୁତ କିଛି ଶୁଣିବାକୁ ପଡ଼ୁଥିଲା । ତାଙ୍କ ଜଣେ ସାଥୀ ତାଙ୍କୁ କହୁଥିଲେ ଯେ, 'ରସ୍‌ ତୁମେ ଅଧା ଭଲ ମଣିଷ, କିନ୍ତୁ କେଉଁ ଅଧା ତାହା ଜଣା ପଡ଼ୁନାହିଁ ।' ଟେଲର କହିଛନ୍ତି, "ସବୁଠାରୁ କଷ୍ଟଦାୟକ ଥିଲା ସବୁ ଜାଣି ବି ଅସହାୟ ମନେ କରିବା । ଟିମ୍‌ମେଟ୍‌ ଭାବୁଥିଲେ ମୁଁ ବର୍ଣ୍ଣ ବୈଶମ୍ୟ ଭାବରେ ପୀଡ଼ିତ ଭାବରେ ଦଳରେ ସାମିଲ ରହୁଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.